ହାଇଦ୍ରାବାଦ: ବଲିଉଡ ଅଭିନେତା ସନ୍ନି ଦେଓଲ ନିଜ ଆଗାମୀ ଫିଲ୍ମ ଗଦର-2କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମ 460କୋଟିରୁ ଅଧିକ ଆୟ କରିଥିବା ବେଳେ ପରିବାର ଏବଂ ଫ୍ୟାନ୍ସଙ୍କ ସହ ଏହି ସଫଳତାକୁ ସେଲିବ୍ରେସନ କରୁଛନ୍ତି ଅଭିନେତା । ଏହାରି ମଧ୍ୟରେ ବର୍ତ୍ତମାନ ସନ୍ନି ଦେଓଲଙ୍କ ସହ ଅଭିନେତ୍ରୀ ଡିମ୍ପଲ କପାଡିଆ ଏବଂ ଅମ୍ରିତା ସିଂକୁ ଏକାଠି ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ଭିଡିଓରେ ସନ୍ନି ଦେଓଲଙ୍କୁ ଅଗଷ୍ଟ 29 ତାରିଖରେ ଏକ ବିଲ୍ଡିଂରୁ ବାହାରକୁ ଆସୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ସେହି ବିଲ୍ଡିଂରୁ ଅଭିନେତାଙ୍କ ପୂର୍ବତନ ସହ ତାରକା ଡିମ୍ପଲ କପାଡିଆ ଏବଂ ଅମ୍ରିତା ସିଂଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଉଭୟ ଅଭିନେତ୍ରୀ କେହି ହେଲେ ପ୍ୟାପ୍ଙ୍କୁ ପୋଜ୍ ଦେଇନଥିଲେ । 3 ଜଣ ବିଲ୍ଡିଂରୁ ବାହାରି ନିଜ ଗାଡିରେ ବସି ସେଠାରୁ ପଳାଇଯାଇଥିଲେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଅନେକ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁସାରେ କୁହାଯାଉଛି ଯେ, ଏମାନେ ବୋଧେ ଗଦର-2ର ସଫଳତାକୁ ସେଲିବ୍ରେସନ କରିବାକୁ ଏକାଠି ହୋଇଛନ୍ତି । ଏହି ସମୟରେ ଏହା ମଧ୍ୟ କୁହାଯାଉଛି ଯେ, ଏହି 3 ଜଣ ଏକ ପ୍ରୋଜେକ୍ଟ ଏକାଠି କାମ କରିବାକୁ ଯାଉଛନ୍ତି । କିନ୍ତୁ କେହି ତାରକା ଏନେଇ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।
ସନ୍ନି ଦେଓଲ ଅମ୍ରିତା ସିଂଙ୍କ ସହ ଅନେକ ଫିଲ୍ମରେ କାମ କରିଛନ୍ତି । ଉଭୟ ବି-ଟାଉନର ହିଟ୍ ଅନସ୍କ୍ରିନ୍ ଯୋଡି ଥିଲେ । ବେତାବ, କ୍ରୋଧ୍, ଶହୀଦ ଭଳି ଅନେକ ଫିଲ୍ମରେ ଏକାଠି ନଜର ଆସିଥିଲେ ଏହି ଯୋଡି଼ । ଏହି ସମସ୍ତ ଫିଲ୍ମ ହିଟ୍ ହୋଇଥିଲା । ସେହିପରି ଡିମ୍ପଲଙ୍କ ସହ ମଧ୍ୟ ଅନେକ ଫିଲ୍ମ କରିଛନ୍ତି ସନ୍ନି ଦେଓଲ । ନରସିହ୍ମା, ଆଗ କା ଗୋଲା, ମଂଜିଲ ମଂଜିଲ୍, ଗୁନ୍ହା ଭଳି ଅନେକ ଫିଲ୍ମରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଛି । ସେହି ସମୟରେ ସନ୍ନି ଦେଓଲଙ୍କ ସହ ଏହି ଅଭିନେତ୍ରୀ ମାନଙ୍କ ଯୋଡ଼ିକୁ ବେଶ ପସନ୍ଦ କରୁଥିଲେ ଦର୍ଶକ । ଏପରିକି ଏହି ଅଭିନେତ୍ରୀମାନଙ୍କ ସହ ସନ୍ନିଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଚାଲିଥିଲା ।
ଏହା ମଧ୍ୟ ପଢନ୍ତୁ: ସ୍କୁଲ ପିଲା ଓ ଫ୍ୟାନ୍ସଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ସନ୍ନି ଦେଓଲ
ସନ୍ନି ଦେଓଲ, ଡିମ୍ପଲ କପାଡିଆ ଏବଂ ଅମ୍ରିତା ସିଂଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, ଅଗଷ୍ଟ 11ରେ ସନ୍ନି ଦେଓଲ ଗଦର-2 ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜର 20ଦିନ ବିତି ଗଲାଣି । ତଥାପି ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ୍ କମିନାହିଁ । ଦିନକୁ ଦିନ ଫିଲ୍ମକୁ ନେଇ ଲୋକପ୍ରିୟତା ସହ ରେଜଗାର ବଢି ଚାଲିଛି । ଫିଲ୍ମ ଖୁବଶୀଘ୍ର 500କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ସେହିପରି ଶାହାରୁଖ ଖାନ୍ଙ୍କ ପଠାନ ଏବଂ ରଣବୀର କପୁର, ଶ୍ରଦ୍ଧା କପୁରଙ୍କ ଫିଲ୍ମ 'ତୁ ଝୁଟି ମେ ମକ୍କାର'ରେ ଦେଖିବାକୁ ମିଳିଥିଲା। ସେପଟେ ଅମ୍ରିତା ସିଂଙ୍କୁ 2022 ଫିଲ୍ମ ହିରୋପନ୍ତି-2ରେ ଠାଇଗର ଶ୍ରଫଙ୍କ ମା' ଭୂମିକାରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।