ETV Bharat / entertainment

The Archies: ଫିଲ୍ମର ନୂଆ ପୋଷ୍ଟର ରିଲିଜ, ଓଟିଟିରେ ଡେବ୍ୟୁ କରିବେ ଷ୍ଟାର କିଡ୍ସ

author img

By

Published : Jun 12, 2023, 12:09 PM IST

Updated : Jun 12, 2023, 12:15 PM IST

ସୁହାନା ଖାନ, ଖୁସୀ କପୁର ଏବଂ ଅଗସ୍ତ୍ୟ ନନ୍ଦା ଷ୍ଟାର କିଡ୍ସଙ୍କ ଫିଲ୍ମ 'ଦ ଆର୍ଚିସ' ସହ OTTରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି ନିର୍ମାତା । ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ ହେବ । ଅଧିକ ପଢନ୍ତୁ

ଦ ଆର୍କିଜ ଫିଲ୍ମର ନୂଆ ପୋଷ୍ଟର ରିଲିଜ, ଓଟିଟିରେ ଡେବ୍ୟୁ କରିବେ ବଲିଉଡ କିଡ୍ସ

ହାଇଦ୍ରାବାଦ: ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ 'ଦ ଆର୍ଚିସ'ର ନୂଆ ପୋଷ୍ଟର ରିଲିଜ ହୋଇଛି । ଏହି ଫିଲ୍ମରେ ବଲିଉଡର ଅନେକ ଷ୍ଟାର କିଡ୍ସ ନଜର ଆସିବେ । ଏହି ଫିଲ୍ମ ସହ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଲାଡଲି ସୁହାନା ଖାନ, ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ନାତି ଅଗସ୍ତ୍ୟ ନନ୍ଦା ଏବଂ ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁର ଡେବ୍ୟୁ କରିବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ପୋଷ୍ଟରରେ ସମସ୍ତ ଷ୍ଟାର କିଡ୍ସ ନଜର ଆସିଛନ୍ତି ।

ନିର୍ଦ୍ଦେଶକ ଜୋୟା ଅଖତର ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ନୂଆ ପୋଷ୍ଟ ରିଲିଜ କରିଛନ୍ତି । କ୍ୟାପସନରେ ଲେଖିଛନ୍ତି, ରିଭରଡେଲକୁ ସ୍ବାଗତ ଏବଂ ଆମେ ତୁମର ସିଟ୍ ଫିକ୍ସ କରିଛୁ । ମିଶନ୍ତୁ ଦ ଆର୍ଚିସ ଗ୍ୟାଙ୍ଗ ସହ । ନେଟଫ୍ଲିକ୍ସରେ ଖୁବ ଶୀଘ୍ର ଆସୁଛି । ସେପଟେ ସୁହାନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଦ ଆର୍ଚିସ ଅଫିସିଆଲ୍ ପେଜ୍ ଦ୍ୱାରା ଛାଡିଥିବା ପୋଷ୍ଟର ଲାଲ ହାର୍ଟ ଇମୋଜି ସହ ସେୟାର କରିଛନ୍ତି । ତେବେ ଏହି ପୋଷ୍ଟର ସେୟାର ହେବା ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଛନ୍ତି ।

ଏହି ଫିଲ୍ମଟି ଦୀର୍ଘ ଦିନ ଧରି ଆଲୋଚନା ରହିଆସିଥିଲା । ଏହି ଫିଲ୍ମର ସୁଟିଂର ଅନେକ ସିନ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି । ଏଥିସହ ସୁହାନା ଖାନ ଏବଂ ଏହି ଧାରାବାହିକ ସହ ଅଗସ୍ତ୍ୟ ନନ୍ଦାଙ୍କ ସମ୍ପର୍କର ଖବର ମଧ୍ୟ ଚର୍ଚ୍ଚାରେ ରହିଛି । ନିକଟରେ ଘୋଷଣା କରାଯାଇଥିଲା ଯେ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା TUDUM କାର୍ଯ୍ୟକ୍ରମରେ ଫିଲ୍ମର ପୁରା ଷ୍ଟାରକାଷ୍ଟ ଉପସ୍ଥିତ ରହିବେ । ନେଟଫ୍ଲିକ୍ସର ଅଫିସିଆଲ୍ ଘୋଷଣା ଭିଡିଓ ସହିତ ସୁହାନା ଖାନ୍ ସୋସିଆଲ ମିଡିଆରେ ଏହି ଖୁସି ଖବର ସେୟାର କରିଥିଲେ । ଏହି କାର୍ଯ୍ୟକ୍ରମ ଜୁନ୍ 18ରେ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଯାଉଛି ।

ସୂଚନା ଥାଉ କି, ଆର୍ଚିସ କମିକ୍ସ ଉପରେ ଆଧାରିତ ଏକ ମ୍ୟୁଜିକାଲ୍ ଫିଲ୍ମ । ଆର୍ଚିସ, ବେଟି, ଡିଲଟନ୍, ଏଥର୍, ଜଗହେଡ୍, ରେଗି ଏବଂ ଭାଇରୋସିନା ଷ୍ଟାର କିଡ୍ସଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ପାଇଁ ରିମା କାଗି ଏବଂ ଜୋୟା ଅଖତରଙ୍କ ଟାଇଗର ବେବି ଫିଲ୍ମ ଆର୍କିଜ କମିକ୍ସ ଏବଂ ଗ୍ରାଫିକ୍ସ ଇଣ୍ଡିଆଙ୍କ ସହଯୋଗରେ ନିର୍ମିତ କରିଛନ୍ତି । ଫିଲ୍ମଟି ଖୁବ୍ ଶୀଘ୍ର ନେଟଫ୍ଲିକ୍ସରେ ଉପଲବ୍ଧ ହେବ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତର ଏବଂ ରେମା କାଗି । ତେବେ ଫିଲ୍ମ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ।

Last Updated : Jun 12, 2023, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.