ଭୁବନେଶ୍ୱର: ଭୁବନେଶ୍ୱରର ବୁଦ୍ଧ ମନ୍ଦିରରେ ଓଡ଼ିଆ ଚଳଚ୍ଚିତ୍ର 'ସିନ୍ଦୁର'ର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି । ପିପି ପ୍ରଡକ୍ସନ ବ୍ୟାନରରେ ଏହି ସିନେମାଟି ପ୍ରସ୍ତୁତ ହୋଇଛି । ସ୍ବାମୀ ସ୍ତ୍ରୀ ସଂପର୍କର ସେତୁ ବନ୍ଧ ହେଉଛି ସିନ୍ଦୁର । ତେଣୁ ସିନ୍ଦୁର ବଡ ନା ପ୍ରେମ...ଏହି କାହାଣୀକୁ ନେଇ ଏକ ସୁନ୍ଦର ପାରିବାରିକ କାହାଣୀ ଚିତ୍ରିତ ହୋଇଛି ଏହି ଚଳଚ୍ଚିତ୍ରରେ ।
ଏହି ଚଳଚ୍ଚିତ୍ରରେ ଶୁଭାଶିଷ ଶର୍ମା, ସୂର୍ଯ୍ୟମୟୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିବାବେଳେ ଲିପି, ସସ୍ମିତା, କାଳିଆ ଷଣ୍ଢ ପ୍ରମୁଖ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଛନ୍ତି । ବୈଦନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ବାପୁ ଗୋସ୍ୱାମୀ ଗୀତକୁ ଶବ୍ଦରେ ସଜାଇଛନ୍ତି । ପ୍ରେମାଞ୍ଜନ ପରିଡାଙ୍କ ଦ୍ୱାରା ପ୍ରଯୋଜିତ ଓ ଶୈଳେନ୍ଦ୍ର ପରିଡା ନିଦେର୍ଶିତ ଏହି ଚଳଚ୍ଚିତ୍ର ପ୍ରେମ ଆଗରେ ସିନ୍ଦୁର କେତେ ଶକ୍ତିଶାଳୀ ତାହା ହିଁ ଚଳଚ୍ଚିତ୍ରର ମୁଖ୍ୟ କାହାଣୀ ରହିଛି ।
ଇଟିଭି ଭାରତ, ଭୁବନେଶ୍ୱର