ହାଇଦ୍ରାବାଦ: ସମଗ୍ର ଭାରତରେ ଗତ ସେପ୍ଟେମ୍ବର 19 ତାରିଖ ମଙ୍ଗଳବାର ଦିନ ଗଣେଶ ଚତୁର୍ଥୀ ବଡ଼ ଧୁମ୍ଧାମରେ ପାଳନ କରାଯାଇଛି । ପ୍ରସିଦ୍ଧ ବିଜନେସ୍ମ୍ୟାନ ତଥା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର 'ଆଣ୍ଟିଲିଆ'ରେ ମଧ୍ୟ ଗଣେଷ ଉତ୍ସବ ପାଳନ କରାଯାଉଛି । ଏହି ଉତ୍ସବରେ ବହୁ ବଲିଉଡ୍ ସେଲିବ୍ରେଟ୍ ଏକତ୍ରିତ ହୋଇଛନ୍ତି । ସଲମାନ ଖାନଠାରୁ ଅଜୟ ଦେବଗନ, ଶାହାରୁଖ ଖାନ, ସିଦ୍ଧାର୍ଥ ମଲହୋତ୍ରାଙ୍କ ପର୍ଯ୍ୟନ୍ତ ଅନେକ ବଲିଉଡ୍ ସେଲିବ୍ରିଟି ମଧ୍ୟ ଏହି ଉତ୍ସବରେ ଭାଗ ନେଇଛନ୍ତି । ଆସନ୍ତୁ ନଜର ପକାଇବା ଏହି ସେଲିବ୍ରେଟମାନଙ୍କ ଫ୍ୟାଶନ୍ ଏବଂ ପୋଷାକ ଉପରେ ।
- " class="align-text-top noRightClick twitterSection" data="">
ବଲିଉଡର କିଙ୍ଗ୍ ଖାନ ଅର୍ଥାତ୍ ଶାହାରୁଖ ଖାନ ତାଙ୍କ ପତ୍ନୀ ଗୌରୀ ଖାନ, ଶାଶୁ ସବିତା ଛିବର, ଝିଅ ସୁହାନା ଏବଂ ପୁଅ ଅବରାମଙ୍କ ସହ ନଜର ଆସିଥିଲେ । ଏହା ବ୍ୟତୀତ ସଲମାନ ଖାନ ତାଙ୍କ ଭାଣିଜୀ ଅଲିଜେଙ୍କ ସହ ଏହି ଉତ୍ସବରେ ଯୋଗ ଦେଇଥିଲେ। ସେହିପରି ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସହ ଏହି ବିଶେଷ ଉତ୍ସବରେ ଯୋଗ ଦେଇଥିଲେ । ଉଭୟ ପାରମ୍ପରିକ ଲୁକ୍ରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏହା ବ୍ୟତୀତ ବଲିଉଡ୍ର ସବୁଠାରୁ ପ୍ରିୟ ଦମ୍ପତି ଦୀପିକା ପାଦୁକୋନ୍ ଏବଂ ରଣଭୀର ସିଂଙ୍କୁ ମଧ୍ୟ ଏକାଠି ଦେଖିବାକୁ ମିଳିଥିଲା ।
- " class="align-text-top noRightClick twitterSection" data="">
ନିକଟରେ ଶାହାରୁଖ ଖାନଙ୍କ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଜବାନର ନିର୍ଦ୍ଦେଶକ ଅଟଲି ତାଙ୍କ ପତ୍ନୀ ପ୍ରିୟାଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 'ଜବାନ୍' ମୁଖ୍ୟ ଅଭିନେତ୍ରୀ ନୟନତାରା ତାଙ୍କ ସ୍ୱାମୀ ବିଗ୍ନେଶ ଶିବନଙ୍କ ସହ ନଜର ଆସିଥିଲେ । ଏଭରଗ୍ରୀନ୍ ଅଭିନେତ୍ରୀ ରେଖା ମଧ୍ୟ ଶାଢ଼ୀରେ ବହୁତ ସୁନ୍ଦର ଦେଖାଯାଉଥିଲେ । ଏହି ସମୟରେ ଜୁହି ଚାୱଲା ସ୍ୱାମୀ ଜୟ ମେହେଟ୍ଟାଙ୍କ ସହ ଏହି ଉତ୍ସବରେ ଯୋଗ ଦେଇଥିଲେ । କରିସ୍ମା କପୁର ଏହି ଉତ୍ସବରେ ଲାଲ୍ ପୋଷାକରେ ବହୁତ ଗର୍ଜିୟସ୍ ଦେଖାଯାଉଥିଲେ ।
- " class="align-text-top noRightClick twitterSection" data="">
ଅନ୍ୟପକ୍ଷରେ ଅଭିନେତା ଅର୍ଜୁନ କପୁରଙ୍କୁ ମଧ୍ୟ ବହୁତ ଷ୍ଟାଇଲିସ୍ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଏହି ଉତ୍ସବରେ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଏବଂ ଅଭିନେତା ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଠାରେ ଶାହିଦ କପୁର ପାରମ୍ପରିକ ପୋଷାକରେ ନଜର ଆସିଥିଲେ ।
- " class="align-text-top noRightClick twitterSection" data="">
ସୁନୀଲ ଶେଟ୍ଟୀ ତାଙ୍କ ପତ୍ନୀ ମାନାଙ୍କ ସହ 'ଆଣ୍ଟିଲିଆ'ରେ ପହଞ୍ଚିଥିଲେ । ଏହା ବ୍ୟତୀତ ଶ୍ରଦ୍ଧା କପୁର ମଧ୍ୟ ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଲୁକରେ ହଇଚଇ ସୃଷ୍ଟି କରିଥିଲେ । ଅନନ୍ୟା ପାଣ୍ଡେ ଏବଂ ହେମା ମାଲିନି ଦୁହେଁ ଶାଢୀରେ ଚମତ୍କାର ଦେଖାଯାଉଥିଲେ । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଛି । ଜାହିର ଖାନ ଓ ତାଙ୍କ ପତ୍ନୀଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠାରେ ଅନିଲ କପୁର ସବୁଥର ପରି ହ୍ୟାଣ୍ଡସମ ଦେଖାଯାଉଥିଲେ । ଅନୁ ମଲିକ୍ ତାଙ୍କ ପରିବାର ସହିତ ଉତ୍ସବର ଏକ ଅଂଶ ହୋଇଥିଲେ । ଏଥି ସହିତ ରିତେଶ ଏବଂ ଜେନେଲିଆ ମଧ୍ୟ ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଦୁହେଁ ଏକାଠି ବହୁତ ଭଲ ଦେଖାଯାଉଥିଲେ ।