ETV Bharat / entertainment

Sridevi 5th Death Anniversary: ଶ୍ରୀଦେବୀଙ୍କ ଫଟୋ ସେୟାର କରି ଭାବବିହ୍ବଳ ହେଲେ ବୋନି

author img

By

Published : Feb 24, 2023, 9:30 AM IST

Updated : Feb 24, 2023, 9:41 AM IST

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ୫ମ ଶ୍ରାଦ୍ଧବାର୍ଷିକୀରେ ଭାବବିହ୍ବଳ ହେଲେ ସ୍ବାମୀ ବୋନି କପୁର ଏବଂ ଝିଅ ଜାହ୍ନବୀ । ଇନଷ୍ଟାଗ୍ରାମରେ ସେୟାର କରିଲେ ପୁରୁଣା ସ୍ମୃତି । ଅଧିକ ପଢନ୍ତୁ

Sridevi 5th Death Anniversary
Sridevi 5th Death Anniversary

ମୁମ୍ବାଇ: ଜନ୍ମମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ସମୟ ପୂର୍ବରୁ ଦୁନିଆକୁ ଅଲବିଦା କହୁଥିବା ଲୋକଙ୍କୁ ଭୁଲିବା କଷ୍ଟକର ହୋଇଥାଏ । ସେହିପରି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ବଲିଉଡର ଚାନ୍ଦିନୀ ଶ୍ରୀଦେବୀ । ତାଙ୍କ ମୃତ୍ୟୁକୁ ଆଜକୁ ୫ ବର୍ଷ ହୋଇଯାଇଥିଲେ ସୁଦ୍ଧା ଆଜି ବି ସେ ସମସ୍ତଙ୍କ ହୃଦୟରେ ଚାନ୍ଦିନୀ ହୋଇ ରହିଛନ୍ତି ।

ଆଜି ଅଭିନେତ୍ରୀ ଶ୍ରୀଦେବୀଙ୍କ ୫ମ ଶ୍ରାଦ୍ଧବାର୍ଷିକୀ । ଆଜିର ଦିନରେ ହିଁ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ଖବର ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ୨୪ ଫେବୃଆରୀ ୨୦୧୮ମସିହାରେ ଦୁବାଇରେ ଶ୍ରୀଦେବୀଙ୍କ ଦେହାନ୍ତ ହୋଇଥିଲା । ଦୁବାଇକୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ଯାଇଥିବା ବେଳେ ବାଥରୁମରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ତେବେ ଫିଲ୍ମ ନିର୍ମାତା ତଥା ସ୍ବାମୀ ବୋନି କପୁର ଶ୍ରୀଦେବୀଙ୍କୁ ମନେପକାଇବା ସହ ଭାବବିହ୍ବଳ ହୋଇ ଏକ ଫଟୋ ସେୟାର କରିଛନ୍ତି ।

ଶ୍ରୀଦେବୀ ୧୯୬୩ ମସିହା ଅଗଷ୍ଟ ୧୩ରେ ତାମିଲନାଡ଼ୁର ଶିବକାଶୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ନାମ ଥିଲା ଶ୍ରୀ ଆମ୍ମା ୟାଙ୍ଗର ଆୟାପାନ୍‌। ପିତା ଆୟାପ୍ପାନ ଥିଲେ ତାମିଲ ଏବଂ ମା’ ରାଜେଶ୍ୱରୀ ଥିଲେ ତେଲୁଗୁ । ୧୯୯୬ରେ ଶ୍ରୀଦେବୀ ୩୩ ବର୍ଷ ବୟସରେ ଚଳଚ୍ଚିତ୍ର ନିର୍ମାତା ବୋନି କପୁରଙ୍କୁ ବିବାହ କରିଥିଲେ । ସେମାନଙ୍କର ଦୁଇ ଝିଅ ଜାହ୍ନବୀ ଏବଂ ଖୁସି । ଅଭିନେତା ଅନୀଲ କପୁର ଏବଂ ସଂଜୟ କପୁରଙ୍କ ବଡ଼ ଭାଇ ହେଉଛନ୍ତି ବୋନି କପୁର।

ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ସେୟାର କଲେ ବୋନୀ କପୁର: ବଲିଉଡ ଚାନ୍ଦିନୀ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀରେ ଇନଷ୍ଟାଗ୍ରାମରେ ଏକରୁ ଅଧିକ ପୁରୁଣା ସ୍ମୃତିକୁ ସେୟାର କରି ମନେପକାଇଲେ ସ୍ବାମୀ ବୋନି କପୁର । ସେ ଶ୍ରୀଦେବୀ ଏବଂ ତାଙ୍କର ଏକ ଫଟୋ ସେୟାର କରିବା ସହ କ୍ୟାପସନରେ ଲେଖିଛନ୍ତି, "ମୋର ପ୍ରଥମ ଫଟୋ(୧୯୮୪) ।" ଏହାସହ ବୋନୀ କପୁର ଦୁଇଟି ଭିଡିଓ ମଧ୍ୟ ସେୟାର କରିଛନ୍ତି । ଶ୍ରୀଦେବୀଙ୍କ ସହ ପ୍ରଥମ ସାକ୍ଷାତ ଏବଂ ବ୍ୟକ୍ତିଗତ ଜୀବନ ସହ ଜଡିତ କିଛି ଭିଡିଓ ସେୟାର କରିଛନ୍ତି ।

ନିଜର ପୁରୁଣା ସ୍ମୃତିକୁ ମନେପକାଇ ବୋନି କପୁର ଏବଂ ଶ୍ରୀଦେବୀଙ୍କ ଏକ ଚୁମ୍ବନ ଦେବା ସମୟର ଫଟୋ ସେ ସେୟାର କରିଛନ୍ତି । ଏଥିରେ କ୍ୟାପସନ ଲେଖିଛନ୍ତି, କେବଳ ମନେ ପକାଉଛି । ଏହି ଫଟୋରେ ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି, "ସୁନ୍ଦର ଆତ୍ମାର ସୁନ୍ଦର ସ୍ମୃତି ।"

ଚଳଚ୍ଚିତ୍ର ନିର୍ମାତା ବୋନି କପୁର କହିଛନ୍ତି, "ମୋର ଏବଂ ଶ୍ରୀଦେବୀଙ୍କ ପ୍ରଥମ ଦେଖା ଫିଲ୍ମ ମିଷ୍ଟର ଇଣ୍ଡିଆ ଦ୍ବାରା ହୋଇଥିଲା । ମୁଁ ଶ୍ରୀଦେବୀଙ୍କୁ ଅନିଲ କପୁରଙ୍କ ବିପକ୍ଷରେ ଦେଖିବାକୁ ଚାହୁଁଥିଲି । ଯେତେବେଳେ ଶ୍ରୀଦେବୀ ଏହି ଫିଲ୍ମ ପାଇଁ ରାଜି ହୋଇଯାଇଥିଲେ ସେତେବେଳେ ମୁଁ ତାଙ୍କୁ ମନେଇବା ପାଇଁ ଚେଷ୍ଟା କରିଥିଲି ।"

ଅନ୍ୟପଟେ, ଶ୍ରାଦ୍ଧ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ବୋନି ଶ୍ରୀଦେବୀଙ୍କ ସହ ଶେଷ ଫଟୋ ସେୟାର କରିଥିଲେ । ଯେଉଁଥିରେ ଶେଷ ଫଟୋ ବୋଲି କ୍ୟାପସନ ଲେଖିଥିଲେ । ତେବେ ପ୍ରକାଶଥାଉକି, ଦୁଇ ଦିନ ପୂର୍ବରୁ ଜାହ୍ନବୀ କପୁର ମଧ୍ୟ ଶ୍ରୀଦେବୀଙ୍କୁ ମନେ ପକାଇ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କ ମାଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ଶ୍ରୀଦେବୀ ସୁନେଲି ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ଜାହ୍ନବୀ ମଧ୍ୟ ସୁନେଲି ରଙ୍ଗର ଶାଢୀରେ ନଜର ଆସିଥିଲେ ।

ଭାବବିହ୍ବଳ ହେଲେ ଝିଅ: ଫଟୋ ସେୟାର କରି ଜାନଭୀ ଲେଖିଛନ୍ତି, "ମୁଁ ତଥାପି ତୁମକୁ ସବୁଆଡ଼େ ଖୋଜୁଛି ମାଆ । ମୁଁ ଆଜି ବି ଯାହା କରୁଛି କେବଳ ତୁମକୁ ଗର୍ବିତ କରିବା ପାଇଁ କରୁଛି । ମୁଁ ଯେଉଁଆଡେ ଯାଏ ଏବଂ ମୁଁ ଯାହା କରେ, ତୁମଠାରୁ ଆରମ୍ଭ କରି ତୁମ ପାଖେ ହିଁ ଶେଷ କରେ ।" ଏହି ପୋଷ୍ଟରେ ଲୋକଙ୍କ ଅନେକ ପ୍ରତିକ୍ରିୟା ଥିଲା । ଜାନଭୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 24, 2023, 9:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.