ହାଇଦ୍ରାବାଦ: ମାଳଦ୍ବୀପ ଟ୍ରିପ୍ କ୍ୟାନସେଲ କଲେ ସାଉଥ ସୁପରଷ୍ଟାର ନାଗାର୍ଜୁନ । ପ୍ରଧାନମନ୍ତ୍ରୀଙ୍କୁ ଦିଆଯାଇଥିବା ଅପମାନଜନକ ମନ୍ତବ୍ୟ ପାଇଁ ସେ ଏହି ଟ୍ରିପ୍ କ୍ୟାନସେଲ କରିଥିବା କହିଛନ୍ତି । ଗତ କିଛି ଦିନ ଧରି ଭାରତ-ମାଳଦ୍ବୀପ ମଧ୍ୟରେ ବିବାଦ ଲାଗି ରହିଛି । ସୋସିଆଲ ମିଡିଆରେ 'ବୟକଟ୍ ମାଳଦ୍ବୀପ' ଟ୍ରେଣ୍ଡ ଚାଲୁଥିବାବେଳେ ଏଥିରୁ ବାଦ୍ ପଡିନାହାନ୍ତି ଅଭିନେତା ଓ ଅଭିନେତ୍ରୀ ।
ସୂଚନା ଅନୁସାରେ, ଆସନ୍ତା ୧୭ ତାରିଖରେ ମାଳଦ୍ବୀପ ଭ୍ରମଣରେ ଯିବାକୁ ସ୍ଥିର କରିଥିଲେ ନାଗାର୍ଜୁନ । ହେଲେ ନିଜ ଦେଶକୁ ସମର୍ଥନ କରି ସେ ମାଳଦ୍ବୀପ ପରିବର୍ତ୍ତେ ବର୍ତ୍ତମାନ ଲାକ୍ଷାଦ୍ବୀପ ଭ୍ରମଣ ପାଇଁ ପ୍ଲାନ କରିଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରିଥିଲେ । ସେଠାକାର ରୋମାଞ୍ଚକର ଅନୁଭୂତି ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ମୋଦି । ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ବିବାଦ । ମାଳ୍ବଦ୍ବୀପର ରାଜନେତା ମୋଦିଙ୍କୁ କଟାକ୍ଷ କରିବା ସହ ଭାରତ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଯାହା ପରେ ଟ୍ରେଣ୍ଡ କରିଥିଲା 'ବୟକଟ୍ ମାଳଦ୍ବୀପ' । ବିଗ୍ ବି ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ବହୁ ସେଲିବ୍ରିଟି ସ୍ବଦେଶୀ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦେବାକୁ ଅପିଲ କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ମାଳଦ୍ବୀପ-ଲାକ୍ଷାଦ୍ବୀପ ବିବାଦ: ଟ୍ରୋଲ ହେଲେ ବିପାଶା-ରଣଭୀର
ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକେ ନିଜ ମାଳଦ୍ବୀପ ପ୍ଲାନକୁ ଲାକ୍ଷାଦ୍ବୀପ ପ୍ଲାନରେ ପରିବର୍ତ୍ତନ କରିଥିଲେ । ଏହାପରେ ସ୍ବଦେଶୀ ଟୁରିଜିମକୁ ସମସ୍ତେ ଆପଣାଇଥିବାବେଳେ ମାଳଦ୍ବୀପ ପର୍ଯ୍ୟଟନ ବିଭାଗର ସ୍ଥିତି ଦୁର୍ବଳ ହୋଇପଡ଼ିଛି । ଏହାରି ଭିତରେ ସାଉଥ ଅଭିନେତା ନାଗାର୍ଜୁନ ମଧ୍ୟ ଲାକ୍ଷାଦ୍ବୀପ ଭ୍ରମଣରେ ବାହାରିବେ ବୋଲି ଜଣାପଡ଼ିଛି । ନାଗାର୍ଜୁନଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କ ଅଭିନୀତ 'ନା ସାମୀ ରଙ୍ଗ୍' ସିନେମା ରିଲିଜ ହୋଇଛି ।
ଏହା ମଧ୍ୟ ପଢନ୍ତୁ...ରୋମାଞ୍ଚକର ଲାକ୍ଷାଦ୍ବୀପ ଗସ୍ତର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ
ଏହା ମଧ୍ୟ ପଢନ୍ତୁ...ଭାରତକୁ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଟାର୍ଗେଟ; 'ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ'
ବିଜୟ ବିନ୍ନୀଙ୍କ ନିର୍ଦ୍ଦେଶିତ ଏହି ତେଲୁଗୁ ଚଳଚ୍ଚିତ୍ରରେ ଦମଦାର ଅଭିନୟ କରିଛନ୍ତି ନାଗାର୍ଜୁନ । ଏହା ମାଲାୟଲାମ ଚଳଚ୍ଚିତ୍ର 'ପୋରିଞ୍ଜୁ ମାରିୟମ ଜୋସ'ର ଅଫିସିଆଲ ରିମେକ୍ ହୋଇଥିବା ଜଣାପଡିଛି । ପ୍ରଯୋଜନା ସଂସ୍ଥା ଦର୍ଶକଙ୍କୁ ମକର ସଂକ୍ରାନ୍ତି ଭେଟି ଦେଇଥିବାବେଳେ ରିଲିଜର ପ୍ରଥମ ଦିନରେ ଏହା ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି ।