ETV Bharat / entertainment

ପରିବାର ସହ ପୋଙ୍ଗଲ ପାଳିଲେ ସାଉଥ ସେଲିବ୍ରିଟି, ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା - ସପରିବାର ସହ ପୋଙ୍ଗଲ ପାଳିଲେ ସେଲିବ୍ରିଟି

South Celebrities Celebrate Pongal: ଆଜି ସାରା ଦେଶ ମକର ସଂକ୍ରାନ୍ତିଙ୍କୁ ଧୁମଧାମରେ ପାଳନ କରୁଛି । ସାଉଥରେ ପୋଙ୍ଗଲ ଜୋରାଦାରରେ ପାଳନ କରାଯାଉଥିବା ବେଳେ, ସେଲିବ୍ରିଟିମାନେ ପରିବାର ସହ ଏହି ପର୍ବ ପାଳନ କରିଛନ୍ତି । ଏଥିସହ ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ,

ସପରିବାର ସହ ଧୁମଧାମରେ ପୋଙ୍ଗଲ ପର୍ବ ପାଳିଲେ ସାଉଥ ସେଲିବ୍ରିଟି, ଫ୍ୟାନ୍ସଙ୍କୁ ଜଣାଇଲେ ଶୁଭେଚ୍ଛା

author img

By ETV Bharat Odisha Team

Published : Jan 15, 2024, 3:49 PM IST

ହାଇଦ୍ରାବାଦ: ଆଜି ଜାନୁଆରୀ ୧୫ରେ ସାଉଥରେ ଧୁମଧାମରେ ପୋଙ୍ଗଲ ଉତ୍ସବ ପାଳନ କରୁଛନ୍ତି ଲୋକେ । ଏହି ଅବସରରେ ସାଉଥ ସେଲିବ୍ରିଟି ଉତ୍ସାହର ସହ ଏହି ପର୍ବ ନିଜ ପରିବାର ସହ ପାଳନ କରିଛନ୍ତି । ସାଉଥ ମେଗାଷ୍ଟାର ଚିରଞ୍ଜୀବୀଙ୍କଠାରୁ ଆରମ୍ଭ କରି ଧନୁଷ, କମଲ ହାସନ, ରଜନୀକାନ୍ତ ସମେତ ଅନେକ ଲୋକପ୍ରିୟ ତାରକା ପୋଙ୍ଗଲ ଉତ୍ସବ ଧୁମଧାମରେ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ଏହାର ଝଲକ ଦେଖାଇବା ସହ ଫ୍ୟାନ୍ସଙ୍କୁ ପୋଙ୍ଗଲର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ସାଉଥ ମେଗାଷ୍ଟାର ଚିରଞ୍ଜୀବୀ ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା । ଅଭିନେତାଙ୍କ ପରିବାର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶ ପରିଚିତ । ରାମଚରଣଙ୍କଠାରୁ ଅଲ୍ଲୁ ଅର୍ଜୁନ, ବରୁଣ ତେଜ ଭଳି ତାରକା ଏହି ପରିବାରର ସଦସ୍ୟ । ଆଜି ମକର ସଂକ୍ରାନ୍ତି ଅବସରରେ ପୂରା ପରିବାରକୁ ଏକାଠି ଦେଖିବାକୁ ମିଳିଛି । ବେଙ୍ଗାଲୁରରେ ଚିରଞ୍ଜୀବୀ, ରାମଚରଣ, ଅଲ୍ଲୁ ଅର୍ଜୁନ ସମସ୍ତେ ଏକାଠି ନିଜ ସପରିବାର ସହ ଧୁମଧାମରେ ଲୋରୀ, ମକର ସଂକ୍ରାନ୍ତି ପାଳନ କରିଛନ୍ତି । ଏହି ଅବସରରେ ସମସ୍ତେ ଗୋଟିଏ ଫ୍ରେମରେ ନଜର ଆସିଛନ୍ତି । ଅଭିନେତା ନିଜ ଇନଷ୍ଟାଗ୍ରାମରେ ଏହାର ଝଲକ ଦେଖାଇ ଫ୍ୟାନ୍ସଙ୍କୁ ପୋଙ୍ଗଲର ଶୁଭକାମନା ଜଣାଇଛନ୍ତି ।

କମଲ ହାସନ ଏକ୍ସରେ ଏକ ପୋଷ୍ଟ ସେୟାର କରି ଫ୍ୟାନ୍ସଙ୍କୁ ପୋଙ୍ଗଲ ଶୁଭେଚ୍ଛା ଜଣାଇଛନ୍ତି । ସେ ଏହି ପୋଷ୍ଟରେ ଲେଖିଛନ୍ତି, ପୋଙ୍ଗଲ ଦିନରେ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଇ ବେଶ ଖୁସି । ଏହା ଏକ ଏମିତି ଦିନ ଯାହା ତାମିଲମାନଙ୍କ ଜାତି ଓ ଧର୍ମ ନିର୍ବିଶେଷରେ ଏହି ଉତ୍ସବ ପାନ କରିବାକୁ ଏକାଠି ହୋଇଥାନ୍ତି । ସମସ୍ତଙ୍କୁ ପୋଙ୍ଗଲର ଶୁଭକାମନା । ଅଭିନେତା ଧନୁଷ ନିଜ ବାପା, ମାଆ ଏବଂ ୨ ପୁଅଙ୍କ ସହ ଏକାଠି ପୋଙ୍ଗଲ ସେଲିବ୍ରେଟ କରିଛନ୍ତି । ସେ ଏକ୍ସରେ ସପରିବାର ସହ ଏକ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ପୋଙ୍ଗଲ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପୋଙ୍ଗଲ ପାଇଁ ଘର ଆଗରେ ଜମିଲା ଫ୍ୟାନ୍ସଙ୍କ ଭିଡ଼, ଶୁଭେଚ୍ଛା ଜଣାଇଲେ ଥଲାଇଭା

ଅଭିନେତା ଶିବାକାର୍ତ୍ତିକେୟନ ନିକଟରେ ରିଲିଜ ହୋଇଥିବା ଫିଲ୍ମ ଆୟଲାନର ଟିମ ସହ ଏକ ଫଟୋ ସେୟାର କରି ସମସ୍ତ ଫ୍ୟାନ୍ସଙ୍କୁ ପୋଙ୍ଗଲ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତା ନେନି, ଜୁନିଅର ଏନଟିଆର, ରାଧିକା ସରତକୁମାରଙ୍କ ସମେତ ଅନେକ ସାଉଥ ସେଲିବ୍ରିଟି ପୋଙ୍ଗଲ ଉତ୍ସାହର ସହ ପାଳନ କରିଛନ୍ତି ଏବଂ ଫ୍ୟାନ୍ସଙ୍କୁ ଶୁଭକାମନା ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.