ETV Bharat / entertainment

ହିନ୍ଦୀ ଭାଷା ବିବାଦ: ରାମ ବର୍ମାଙ୍କ ପରେ ସାମ୍ନାକୁ ଆସିଲା ସୋନୁ ସୁଦଙ୍କ ପ୍ରତିକ୍ରିୟା

author img

By

Published : Apr 28, 2022, 4:10 PM IST

ବର୍ତ୍ତମାନ ସାଉଥ ଫିଲ୍ମ ସବୁଆଡେ ନିଜର ପ୍ରାଧାନ୍ୟ ବିସ୍ତାର କରି ଚାଲିଛି । ଏହି ସଫଳତା ଯୋଗୁଁ ବର୍ତ୍ତମାନ ଭାଷାକୁ ନେଇ ବିବାଦ ଦେଖାଦେଇଛି । ବର୍ତ୍ତମାନ ସୋନୁ ସୁଦଙ୍କ ପ୍ରତିକ୍ରିୟା ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଛି। ଅଧିକ ପଢନ୍ତୁ

ରାମ ବର୍ମାଙ୍କ ପରେ ସାମ୍ନାକୁ ଆସିଲା ସୋନୁ ସୁଦଙ୍କ ପ୍ରତିକ୍ରିୟା

ହାଇଦ୍ରାବାଦ: କନ୍ନଡ ସୁପରଷ୍ଟାର କିଚ୍ଚା ସୁଦୀପଙ୍କ ଏକ ବିବାଦୀୟ ବୟାନ ସାଉଥ ଏବଂ ନର୍ଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚର ଖେଳାଇଛି । ହିନ୍ଦୀକୁ ରାଷ୍ଟ୍ରୀୟ ଭାଷା ଭାବରେ ଗ୍ରହଣ କରୁନଥିବା କିଚ୍ଚା ସୁଦୀପଙ୍କ ଏହି ବୟାନରେ ଫିଲ୍ମ ଇଣ୍ଡଷ୍ଟ୍ରି ଦୁଇଟି ଦଳରେ ବିଭକ୍ତ ହୋଇଯାଇଛି । ଏହାକୁ ନେଇ ଯେବେଠୁ ସୁପରଷ୍ଟାର ଅଜୟ ଦେବଗନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ସେବେଠୁ ସୁଦୀପଙ୍କ ବୟାନ ଆହୁରି ଅଧିକା ଚର୍ଚ୍ଚାକୁ ଆସିଯାଇଛି । ବୁଧବାର ଦିନ ଉଭୟଙ୍କ ମଧ୍ୟରେ ଟ୍ୱିଟ୍ ଓ୍ୱାର ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୋନୁ ସୁଦଙ୍କ ପ୍ରତିକ୍ରିୟା ଏହି ପ୍ରସଙ୍ଗରେ ସାମ୍ନାକୁ ଆସିଛି।

ଭାରତରେ ଗୋଟିଏ ଭାଷା ଅଛି, ଯାହା ଏଣ୍ଟରଟେନମେଣ୍ଟ

ସୋନୁ ସୁଦ ବଲିଉଡ ସହିତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ସକ୍ରିୟ । ସେ ଗତ ଅନେକ ବର୍ଷ ଧରି ସାଉଥ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ହିନ୍ଦୀ ଭାଷା ବିବାଦ ଉପରେ ସୋନୁ ସୁଦ ଏକ ଖବର କାଗଜ ସହିତ ଏକ ବାର୍ତ୍ତାଳାପରେ କହିଛନ୍ତି- ମୁଁ ଭାବୁନାହିଁ ଯେ ହିନ୍ଦୀକୁ କେବଳ ରାଷ୍ଟ୍ରୀୟ ଭାଷା କୁହାଯାଇପାରେ । ଭାରତରେ ଗୋଟିଏ ଭାଷା ଅଛି, ଯାହା ମନୋରଞ୍ଜନ ବା ଏଣ୍ଟରଟେନମେଣ୍ଟ । ଆପଣ କେଉଁ ଇଣ୍ଡଷ୍ଟ୍ରିରୁ ଆସିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ କି ଏଥିରେ କୌଣସି ଫରକ ମଧ୍ୟ ପଡେ ନାହିଁ । ଯଦି ତୁମେ ଲୋକମାନଙ୍କୁ ମନୋରଞ୍ଜନ କରାଉଛ, ତାହେଲେ ସେମାନେ ଆପଣଙ୍କୁ ଭଲ ପାଇବେ । ଆପଣଙ୍କୁ ସମ୍ମାନ ଦେବେ ଏବଂ ଆପଣଙ୍କୁ ଗ୍ରହଣ କରିବେ ।

ଏହା ବି ପଢନ୍ତୁ: Ajay vs Kichcha: ସୁଦୀପଙ୍କୁ ଅଜୟ ଦେବଗନଙ୍କ କଡା ଜବାବ, ଫିଲ୍ମ ଡବ କାହିଁକି କରୁଛ ?

ସାଉଥ୍ ଚଳଚ୍ଚିତ୍ରର ସଫଳତା

ସୋନୁ ସୁଦ ଦକ୍ଷିଣ ଚଳଚ୍ଚିତ୍ରର ସଫଳତା ବିଷୟରେ ମଧ୍ୟ କହିଛନ୍ତି, ଦକ୍ଷିଣ ଚଳଚ୍ଚିତ୍ରର ସଫଳତା ହିନ୍ଦୀ ଚଳଚ୍ଚିତ୍ର ନିର୍ମାଣରେ ପରିବର୍ତ୍ତନ ଆଣିବ। ବର୍ତ୍ତମାନ ଚଳଚ୍ଚିତ୍ର ନିର୍ମାତାମାନେ ଦର୍ଶକଙ୍କ ସମ୍ବେଦନଶୀଳତାକୁ ବୁଝିବା ଆବଶ୍ୟକ । ସେହି ଦିନ ଚାଲିଗଲାଣି, ଯେବେ ଲୋକମାନେ କହୁଥଲେ ଯେ ନିଜ ବୁଦ୍ଧି ଛାଡି ଚଳଚ୍ଚିତ୍ର ଦେଖିବାକୁ ଆସ । ବର୍ତ୍ତମାନ ଲୋକମାନେ ନିଜର ବୁଦ୍ଧି ପଛରେ ଛାଡିବେନି କିି ଚଳଚ୍ଚିତ୍ର ପଛରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବେନି । କେବଳ ଭଲ ସିନେମାକୁ ଗ୍ରହଣ କରାଯିବ ।

ଏହା ବି ପଢନ୍ତୁ: ହିନ୍ଦୀ ଭାଷା ବିବାଦ: ସୁଦୀପଙ୍କ ସମର୍ଥନରେ ରାମ ବର୍ମା, କହିଲେ ଏମିତି

ମାମାଲା କ'ଣ ?

ହିନ୍ଦୀ ଭାଷାକୁ ନେଇ ବଲିଉଡ୍‌ ଷ୍ଟାର ଅଜୟ ଦେବଗନ ଓ ଦକ୍ଷିଣ ଭାରତୀୟ ଷ୍ଟାର କିଚ୍ଚା ସୁଦୀପ ମୁହାଁମୁହିଁ ହୋଇଛନ୍ତି। ହିନ୍ଦୀ ଭାଷା ଆଉ ରାଷ୍ଟ୍ର ଭାଷା ହୋଇ ରହି ନାହିଁ ବୋଲି କହିବା ପରେ ସୁଦୀପଙ୍କୁ କଡ଼ା ଜବାବ ଦେଇଛନ୍ତି ଅଜୟ ଦେବଗନ। ଅଜୟ ଟ୍ୱିଟ୍ କରି କହିଛନ୍ତି “କିଚ୍ଚା ସୁଦୀପ ମୋ ଭାଇ ଆପଣଙ୍କ ଅନୁସାରେ ଯଦି ହିନ୍ଦୀ ଆମର ରାଷ୍ଟ୍ରଭାଷା ନୁହେଁ, ତେବେ ଆପଣ ନିଜର ମାତ୍ରୃଭାଷାରେ ତିଆରି ହୋଇଥିବା ଫିଲ୍ମକୁ ହିନ୍ଦୀରେ ଡବ୍ କରି କାହିଁକି ରିଲିଜ୍ କରୁଛନ୍ତି। ହିନ୍ଦୀ ଆମର ମାତୃଭାଷା ଓ ରାଷ୍ଟ୍ର ଭାଷା ଥିଲା, ଅଛି ଓ ସବୁବେଳେ ରହିବ। ଜନ ଗଣ ମନ।” ତେବେ ଏହି ଦୁଇ ତାରକାଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ରାମ ଗୋପାଳ ବର୍ମା ସାଉଥ ଅଭିନେତା କିଚ୍ଚା ସୁଦୀପଙ୍କୁ ସମର୍ଥନ କରିଛନ୍ତି। କିଚ୍ଚାଙ୍କୁ ପ୍ରଶଂସା କରିବାବେଳେ ନିର୍ଦ୍ଦେଶକ ଅଜୟ ଦେବଗନଙ୍କ ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ`

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.