ETV Bharat / entertainment

Charles III coronation concert: ବ୍ରିଟେନରେ ହୃଦୟ ଜିତିଲେ ସୋନମ, ଚର୍ଚ୍ଚାରେ ଭାଷଣ

ବ୍ରିଟେନର 40 ତମ ରାଜା ଭାବରେ ରାଜା ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକରେ 56 ରାଷ୍ଟ୍ରର କଳାକାରମାନଙ୍କ ମଧ୍ୟରେ ସୋନମ କପୁର ସାମିଲ ହୋଇଥିଲେ । 'ନମସ୍ତେ' ସହ ନିଜର ଅଭିଭାଷଣ ଆରମ୍ଭ କରିଥିଲେ ସୋନମ, ଯାହାକୁ ବହୁତ ପ୍ରଶଂସା କରାଯାଉଛି । ଅଧିକ ପଢନ୍ତୁ

author img

By

Published : May 8, 2023, 10:35 AM IST

ବ୍ରିଟେନରେ ନମସ୍ତେ ସହ ଅଭିବାଦନ ଦେଇ ଚର୍ଚ୍ଚାରେ ସୋନମ

ଲଣ୍ଡନ: ବ୍ରିଟେନର 40 ତମ ରାଜା ଭାବରେ ରାଜା ଚାର୍ଲ୍ସ ତୃତୀୟଙ୍କ ଶପଥ ସମାରୋହରେ ବିଶ୍ବର ଅତିଥିମାନେ ଯୋଗଦେଇଥିଲେ । ଏହି ଅବସରରେ ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କୁ ଯୋଗ ଦେବାର ସୁଯୋଗ ମିଳିଥିଲା । ଏହି କରୋନେସନ କନ୍ସର୍ଟରେ ନିଜ ଲୁକ ଏବଂ ନିଜ ଅଭିଭାଷଣରେ ଚାନ୍ଦ ଚାନ୍ଦ ଲଗାଇଥିଲେ ସୋନମ । ସୋନମ ନମସ୍ତେ କହି ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ଯାହାକୁ ବେଶ ପ୍ରଶଂସା କରାଯାଉଛି । ସେପଟେ ସୋନମଙ୍କ ମା' ଝିଅଙ୍କ ସମ୍ମାନକୁ ନେଇ ଗର୍ବିତ ଥିବା କହିଛନ୍ତି ।

ସୋନମ ସମସ୍ତ କଳାକାରଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥଲେ । ଅଭିନେତ୍ରୀ 'ନମସ୍ତେ'ରୁ ତାଙ୍କର ଅଭିଭାଷଣ ଆରମ୍ଭ କରିବା ସହ ରାଷ୍ଟ୍ରମଣ୍ଡଳ ବିବିଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହ ଦେଶର ଏକତାକୁ ବାନ୍ଧି ରଖିଥିବା ଏକତା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ । ଫଳରେ ସେ 56ଟି ରାଷ୍ଟ୍ରରୁ ଆସିଥିବା କଳାକାରଙ୍କ ଭିତରେ ନିଜର ଅଭିଭାଷଣ ରଖି ସମସ୍ତଙ୍କ ହୃଦୟ ଜିତିନେଇଥିଲେ । ଏଥିସହ ସେ ସୋନମ୍ ଏହି କାର୍ଯ୍ୟକ୍ରମରେ ଷ୍ଟିଭ୍ ୱିନଉଡ୍ଙଙ୍କୁ ମଧ୍ୟ ପରିଚିତ କରାଇଥିଲେ, ଯିଏକି ତାଙ୍କର ଲୋକପ୍ରିୟ ଗୀତ 'ହାୟର ଲଭ'ର ଏକ ଆଧୁନିକ ସଂସ୍କରଣକୁ 70 ଖଣ୍ଡ ବିଶିଷ୍ଟ ଅର୍କେଷ୍ଟ୍ରା ସହ ପରିବେଷଣ କରିଥିଲେ ।

ସୋନମଙ୍କ ଏହି ଭିଡିଓକୁ ତାଙ୍କ ମା' ସୁନୀତା କପୁର ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, 'ବହୁତ ଗର୍ବିତ ! ଏପରି ସମ୍ମାନ ପାଇଁ' । ତେବେ ମା'ଙ୍କ ପୋଷ୍ଟକୁ ସୋନମ ହାର୍ଟ ଇମୋଜି ସହ 'ତୁମକୁ ଭଲ ପାଏ' ବୋଲି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଏଥିସହ ସୋନମଙ୍କ ପରିବାର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅର୍ଜୁନ କପୁର ଠାରୁ ସଞ୍ଜୟ କପୁର ପର୍ଯ୍ୟନ୍ତ ମହିମା କପୁର ଏବଂ ଭବନ ପାଣ୍ଡେ ସୁନୀତାଙ୍କ ପୋଷ୍ଟରେ ହାର୍ଟ ଇମୋଜି ପୋଷ୍ଟ କରିଛନ୍ତି ।

ତେବେ ଏହି ଐତିହାସିକ କରୋନେସନ୍ କନ୍ସର୍ଟରେ ଯୋଗ ଦେବା ପୂର୍ବରୁ ନିଜ ଇନଷ୍ଟାଗ୍ରାମରେ ସୋନମ କପୁର ତାଙ୍କ ଆଉଟଫିଟ ସହ ଅନେକ ଫଟୋ ସେୟାର କରିଛନ୍ତି । ସେୟାର କରିଥିବା ପ୍ରଥମ ଫଟୋରେ ସୋନମଙ୍କର ଏକ କ୍ଲୋଜ ଅପ୍ ଫଟୋ ଦେଖିବାକୁ ମିଳିଛି । ଯେଉଁଥିରେ ସେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ସୋନମଙ୍କ ଏହି ଆଉଟଫିଟକୁ ତାଙ୍କ ପ୍ରିୟ ଡିଜାଇନର୍ ଅନାମିକା ଖନ୍ନା ଏବଂ ଏମିଲିଆ ୱିକଷ୍ଟେଡ୍ ଡିଜାଇନ୍ କରିଥିଲେ । ସୋନମ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଐତିହାସିକ ମୂହୁର୍ତ୍ତଗୁଡ଼ିକ ଫ୍ୟାଶନ ମୁହୂର୍ତ୍ତ ଆବଶ୍ୟକ କରେ । କରୋନେସନ୍ କନ୍ସର୍ଟର ଏକ ଅବିସ୍ମରଣୀୟ ଉତ୍ସବକୁ ପାଳନ କରିବା ପାଇଁ ମୁଁ ଉଭୟ ଦେଶର ଦୁଇଜଣ ଅବିଶ୍ୱସନୀୟ ଡିଜାଇନରଙ୍କ ଆଉଟଫିଟ ପିନ୍ଧି ନିଜକୁ ଗର୍ବିତ ଏବଂ ଭାଗ୍ୟବାନ ମନେ କରୁଛି । ଏହି ପୋଷ୍ଟରେ ସେ ଉଭୟ ଡିଜାଇନର୍ ଅନାମିକା ଖନ୍ନା ଏବଂ ଏମିଲିଆ ୱିକଷ୍ଟେଡ୍ଙଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।

ସୂଚନା ଥାଉ କି, ରାଣୀ ଏଲିଜାବେଥ୍ ଦ୍ୱିତୀୟ ବ୍ରିଟେନକୁ 70 ବର୍ଷ ଶାସନ କରିଥିଲେ । ତାଙ୍କ ମୃତ୍ୟୁ ପରେ, ବର୍ତ୍ତମାନ ରାଜା ଚାର୍ଲ୍ସ ତୃତୀୟ ମୁକୁଟ ପିନ୍ଧିଛନ୍ତି । ରାଜା ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ(ଶପଥ ଗ୍ରହଣ ଉତ୍ସବ)ରେ ସୋନମ କପୁରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.