ETV Bharat / entertainment

ସୋନମ କପୁରଙ୍କ ଘରୁ ଚୋରି, କୋଟିଏ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ଗାଏବ

ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଘରୁ ଚୋରି। ଅଭିନେତ୍ରୀଙ୍କ ଘରୁ 1.41 କୋଟି ଟଙ୍କାର ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ। ଅଧିକ ପଢନ୍ତୁ

author img

By

Published : Apr 9, 2022, 12:38 PM IST

ସୋନମ କପୁରଙ୍କ ଘରୁ ଚୋରି: କୋଟିଏ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା ନେଇ ଦୁବୃର୍ତ୍ତ ଫେରାର

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଘରୁ ବଡ ଧରଣର ଚୋରି । ଅଭିନେତ୍ରୀଙ୍କ ଘରୁ କୋଟିଏ ଟଙ୍କାର ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ। ଏନେଇ ସୋନମ କପୁରଙ୍କ ଜେଜେ ଶାଶୁ ତୁଗଲକ ରୋଡ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ତୁଗଲକ୍ ରୋଡ୍ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୋନମ କପୁରଙ୍କ ଘରେ 25 ଜଣ ସହାୟକଙ୍କ ବ୍ୟତୀତ 9 ଜଣ କେୟାର ଟେକର, ଡ୍ରାଇଭର, ମାଳି (ବଗିଚା) ଏବଂ ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଘରେ କାମ କରନ୍ତି । ପୋଲିସ ସମସ୍ତଙ୍କୁ ପଚରାଉଚରା କରୁଛି। କ୍ରାଇମବ୍ରାଞ୍ଚ ବ୍ୟତୀତ FSL ଟିମ ପ୍ରମାଣ ସଂଗ୍ରହରେ ନିୟୋଜିତ ଅଛନ୍ତି । ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୂଚନା ପାଇନାହାଁନ୍ତି।

ଖବର ଅନୁଯାୟୀ, ଏହି ଚୋରି ଚଳିତ ବର୍ଷ ଫେବୃଆରୀ ମାସରେ ସୋନମ ଏବଂ ଆନନ୍ଦଙ୍କ ଦିଲ୍ଲୀ ଘରେ ଘଟିଥିଲା। ସୋନମଙ୍କ ଜେଜେ ଶାଶୁ ସରଲା ଆହୁଜା ତାଙ୍କ ପୁଅ ଏବଂ ବୋହୂ ସହିତ ଦିଲ୍ଲୀର ଘରେ ରୁହନ୍ତି। ଘରେ ପ୍ରାୟ 35 ଜଣ ଚାକର ଅଛନ୍ତି ଯେଉଁମାନେ ଘରର ସମସ୍ତ କାର୍ଯ୍ୟ କରନ୍ତି । ପୋଲିସ ବର୍ତ୍ତମାନ ସମସ୍ତଙ୍କୁ ପଚରାଉଚରା କରୁଛି। ସୋନମଙ୍କ ଦିଲ୍ଲୀ ଘରୁ 1.40 କୋଟି ମୂଲ୍ୟର ଅଳଙ୍କାର ଏବଂ ନଗଦ ଏକ ଲକ୍ଷ ଟଙ୍କା ଚୋରି ହୋଇଛି। କୁହାଯାଉଛି ଯେ ସୋନମଙ୍କ ଶାଶୁ ସରଲା ଫେବୃଆରୀ 11 ରେ ଆଲମାରୀ ଖୋଲିଥିଲେ, ଯାହା ପରେ ସେ ଚୋରି ବିଷୟରେ ଜାଣିଥିଲେ। ଏଥିସହ ସେ 23 ଫେବୃଆରୀରେ ଏହି ମାମଲାରେ ଅଭିଯୋଗ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.