ETV Bharat / entertainment

ମାଆ ହେଲେ ସୋନମ କପୁର, ଶିଶୁ ପୁତ୍ରକୁ ଦେଲେ ଜନ୍ମ

ମାଆ ହେଲେ ସୋନମ କପୁର । ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 20, 2022, 5:23 PM IST

ମାଆ ହେଲେ ସୋନମ କପୁର, ଶିଶୁ ପୁତ୍ରକୁ ଦେଲେ ଜନ୍ମ
ମାଆ ହେଲେ ସୋନମ କପୁର, ଶିଶୁ ପୁତ୍ରକୁ ଦେଲେ ଜନ୍ମ

ହାଇଦ୍ରାବାଦ: ମନୋରଞ୍ଜନ ଜଗତରୁ ଆସିଲା ଖୁସି ଖବର । ବଲିଉଡ ଅଭିନେତ୍ରୀ ସୋନମ କପୁର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଛନ୍ତି । ସୂଚନାନୁସାରେ, ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଅଭିନେତା ରଣବୀର କପୁରଙ୍କ ମାଆ ନୀତୁ କପୁର ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଏହି ବିଷୟରେ ସୂଚନା ଦେଇଛନ୍ତି ।

ନୀତୁ କପୁର ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ଅଭିନେତ୍ରୀ ସୋନମ କପୁର ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜାଙ୍କ ତରଫରୁ ଅଛି । ସେୟାର ହୋଇଥିବା ପୋଷ୍ଟ ଅନୁଯାୟୀ, ଅଭିନେତ୍ରୀ ଆଜି (ଅଗଷ୍ଟ 20) ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ।

ନୀତୁ କପୁର ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଲେଖାଯାଇଛି ଯେ 20 ଅଗଷ୍ଟ 2022ରେ ଆମେ ଆମ ପୁଅକୁ ସ୍ୱାଗତ କରିଛୁ । ଏହି ସୁନ୍ଦର ଯାତ୍ରାରେ ଆମକୁ ସମର୍ଥନ କରିଥିବାରୁ ସମସ୍ତ ଡାକ୍ତର, ନର୍ସ, ବନ୍ଧୁ ଏବଂ ପରିବାରବର୍ଗଙ୍କୁ ଧନ୍ୟବାଦ । ଏହା କେବଳ ଆରମ୍ଭ, କିନ୍ତୁ ଆମେ ଜାଣୁ ଯେ ବର୍ତ୍ତମାନ ଆମ ଜୀବନ ସବୁଦିନ ପାଇଁ ସମ୍ପୂର୍ଣ୍ଣ ରୂପେ ବଦଳିବାକୁ ଯାଉଛି । ସୋନମ ଏବଂ ଆନନ୍ଦ ।

ଉଲ୍ଲେଖନୀୟ ଯେ, ସୋନମ କପୁର ଚଳିତ ବର୍ଷ ଗର୍ଭବତୀ ହେବା ବିଷୟରେ ଘୋଷଣା କରିଥିଲେ, ସେ ଗୁଡ୍ ନ୍ୟୁଜ୍ ସହିତ ବେବି ବମ୍ପ ସେୟାର କରିଥିଲେ । ଏହା ପରେ ସୋନମ ପ୍ରଶଂସକଙ୍କ ସହ ଅନେକ ମାତୃତ୍ୱ ଫଟୋସୁଟ ସେୟାର କରିଥିଲେ । ସୋନମ କପୁରଙ୍କ ବିଷୟରେ କୁହାଯାଉଥିଲା ଯେ ସେ ଯେକୌଣସି ସମୟରେ ମାଆ ହୋଇପାରନ୍ତି । ଏବେ ଅଭିନେତ୍ରୀ ପୁଣିଥରେ ବି-ଟାଉନରେ ଉତ୍ସବର ମାହୋଲ ସୃଷ୍ଟି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.