ETV Bharat / entertainment

Sohail Khan Divorce: ସୋହେଲ-ସୀମାଙ୍କ ସମ୍ପର୍କରେ ଫାଟ, ଛାଡପତ୍ର ପାଇଁ କଲେ ଆବେଦନ

author img

By

Published : May 13, 2022, 10:12 PM IST

ସଲମାନ ଖାନଙ୍କ ସାନଭାଇ ସୋହେଲ ଖାନ 24 ବର୍ଷ ପରେ ତାଙ୍କ ପତ୍ନୀ ସୀମା ଖାନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି। ଏହି ଦମ୍ପତି ମୁମ୍ବାଇର ପରିବାର କୋର୍ଟ ବାହାରେ ନଜର ଆସିଛନ୍ତି । ଅଧିକ ପଢନ୍ତୁ

ସୋହେଲ-ସୀମାଙ୍କ ସମ୍ପର୍କରେ ଫାଟ, ଛାଡପତ୍ର ପାଇଁ କଲେ ଆବେଦନ

ହାଇଦ୍ରାବାଦ: ଛାଡପତ୍ର । ଏହି ଶବ୍ଦ ଆଜିକାଲି ଯେମିତି ସାଧାରଣ ହୋଇଗଲାଣି। ବର୍ତ୍ତମାନ ସମାଜରେ ମତାନ୍ତର ମନାନ୍ତର, ମତଭେଦ, ନିତିଦିନିଆ ଝଗଡାରୁ ମୁକ୍ତି ପାଇବା ପାଇଁ ଛାଡପତ୍ର ହିଁ ଏକମାତ୍ର ବିକଳ୍ପ ହୋଇଗଲାଣି । ବର୍ତ୍ତମାନ ବଲିଉଡର 'ଦବଙ୍ଗ' ଷ୍ଟାର ଅର୍ଥାତ୍ ସଲମାନ ଖାନଙ୍କ ଘରୁ ଏମିତି ଏକ ଖବର ଆସୁଛି । ସଲମାନ ଖାନଙ୍କ ସାନଭାଇ ତଥା ଅଭିନେତା ସୋହେଲ ଖାନ ଏବଂ ତାଙ୍କ ପତ୍ନୀ ସୀମା ଖାନ ଛାଡପତ୍ର ପାଇଁ ଆବେଦନ କରିଛନ୍ତି । ସୋହେଲ ଏବଂ ସୀମା ମୁମ୍ବାଇର ପାରିବାରିକ କୋର୍ଟ ବାହାରେ ନଜର ଆସିଛନ୍ତି।

ଗଣମାଧ୍ୟମ ଅନୁଯାୟୀ, ବିବାହର 24 ବର୍ଷ ପରେ ଉଭୟ ଛାଡପତ୍ର ନେବାକୁ ଯାଉଛନ୍ତି। ଏହି ଖବର ଉପରେ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ଉଲ୍ଲେଖନୀୟ ଯେ, ଦୀର୍ଘ ଦିନ ହେବ ଦୁହେଁ ଅଲଗା ଅଲଗା ରହୁଛନ୍ତି ।

ସୂଚନାଯୋଗ୍ୟ ଯେ, ସୁହେଲ ଏବଂ ସୀମା 1998 ମସିହାରେ ବିବାହ କରିଥିଲେ 2000 ମସିହାରେ ଦମ୍ପତିଙ୍କର ପ୍ରଥମ ସନ୍ତାନ ହୋଇଥିଲା । ଦମ୍ପତିଙ୍କ ବଡ ପୁଅର ନାମ ନିର୍ବାଣ, ଯିଏ ସଲମାନ ଖାନଙ୍କ ସହ ରୁଷରେ ନଜର ଆସିଥିଲେ । ସେତେବେଳେ ସେ ସଲମାନ ଖାନଙ୍କ ଫିଲ୍ମ 'ଟାଇଗର -3'ର ସୁଟିଂ ସେଟରେ ଆକ୍ଟିଂ ପାଇଁ ଟ୍ରେନିଂ ନେଉଥିଲେ।

ପରେ, ସରୋଗେସି ମାଧ୍ୟମରେ ଏହି ଦମ୍ପତିଙ୍କର ଦ୍ୱିତୀୟ ସନ୍ତାନ ୟୋହାନ ହୋଇଥିଲେ । ଗତ ବର୍ଷ ପରିବାର ଯୋହନଙ୍କ ଦଶମ ଜନ୍ମଦିନ ପାଳନ କରିଥିଲେ। ଶୁକ୍ରବାର ଦିନ ସୋହେଲ ଏବଂ ସୀମା ମୁମ୍ବାଇର ପାରିବାରିକ କୋର୍ଟ ବାହାରେ ନିଜ ନିଜ କାରରେ ଆସିଥିଲେ।

51 ବର୍ଷୀୟ ସୋହେଲ ଖାନ ବଲିଉଡରେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର କିଛି ଖାସ୍‌ ନଥିଲା । ସେ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର 'ମୈନେ ଦିଲ୍ ତୁଝକୋ ଦିୟା' (2002) ରୁ ଆରମ୍ଭ କରିଥିଲେ । 2019ରେ ଅଭିନେତାଙ୍କୁ ବଡ଼ ଭାଇ ସଲମାନ ଖାନଙ୍କ ଫିଲ୍ମ 'ଦବଙ୍ଗ -3' ରେ ପୋଲିସ ଇନ୍ସପେକ୍ଟର ଭୂମିକାରେ ଦେଖିବାକୁ ମିଳିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.