ହାଇଦ୍ରାବାଦ: କିଛି ଦିନ ପୂର୍ବରୁ ଯାହା କିଛି ଘଟିଥିଲା, ତାହା ଏବେ ବି ଆଖି ଆଗରେ ଛଳ ଛଳ ହୋଇ ନାଚୁଛି । ଯେତେ ଭୁଲାଇବାକୁ ଚେଷ୍ଟା କଲେ ବି ଭୁଲି ହେଉନି । ଯନ୍ତ୍ରଣା ଏବେ ବି ହେଉଛି । ଏମିତି ଲାଗୁଛି ଯେ ଲୋକମାନେ ମୋ ଛାତିରେ ଠିଆ ହୋଇଛନ୍ତି ଏବଂ ମୁଁ ଶ୍ୱାସରୁଦ୍ଧ ହୋଇଯାଉଛି....ଏହି ଭାବପ୍ରବଣ ନୋଟ୍ ପଢିଲେ ଆପଣଙ୍କ ଆଖିରୁ ବି ଝରିବ ଲୁହ । ଲୋକପ୍ରିୟ କଣ୍ଠଶିଳ୍ପୀ କିଷ୍ଣକୁମାର କୁନ୍ନଥ ଓରଫ କେକେ ହରାଇ କେବଳ ପରିବାର ଲୋକ ନୁହେଁ, ଏବେ ବି ସାରା ଦେଶ କାନ୍ଦୁଛି। ଏହି ସମୟରେ, କେକେଙ୍କ ପୁଅ ନକୁଲ କୃଷ୍ଣ କୁନ୍ନଥ ତାଙ୍କ ପିତାଙ୍କ ନାମରେ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି।
- " class="align-text-top noRightClick twitterSection" data="
">
କେକେଙ୍କ ପୁଅ ନକୁଲ କୃଷ୍ଣ ଇନଷ୍ଟାଗ୍ରାମରେ ତାଙ୍କ ପିତାଙ୍କ ସହ ତାଙ୍କର କିଛି ଫଟୋ ସେୟାର କରିଛନ୍ତି। ତାଙ୍କୁ ଏକ ଭାବପ୍ରବଣ ନୋଟ୍ ମାଧ୍ୟମରେ ମନେ ପକାଇଛନ୍ତି । ତାଙ୍କ ପିତା କେକେଙ୍କୁ ମନେ ପକାଇ ନକୁଲ ଲେଖିଛନ୍ତି- '3 ସପ୍ତାହ ପୂର୍ବରୁ ଯାହା କିଛି ଘଟିଥିଲା, ମୋତେ ଏଥିରୁ ବାହାରିବା ପାଇଁ ସମୟ ଲାଗିଲା । ମୁଁ ପାପାଙ୍କ ବିଷୟରେ କିଛି କହିବାକୁ ଚାହୁଁଥିଲି, କିଛି ସେୟାର କରିବାକୁ ଚାହୁଁଥିଲି । କିନ୍ତୁ ଚକିତ ଅବସ୍ଥାରେ ମୁଁ ଶେଷରେ ସ୍ଥିରତାକୁ ଏବଂ ପ୍ରକୃତ ଯନ୍ତ୍ରଣାକୁ ବୁଝିଗଲି ।'
ଏହି ବାର୍ତ୍ତାରେ ତାଙ୍କ ପିତାଙ୍କୁ ଆହୁରି ମନେ ପକାଇ ନକୁଲ ଲେଖିଛନ୍ତି- 'ବର୍ତ୍ତମାନ ମୋତେ ଏହି ଜିନିଷର ଅନୁଭବ ହେଉଛି ଯେ ତୁମେ ମୋତେ ଯାହା ଦେଇଥିଲ, ଭଲ ଜୀବନ ନୁହେଁ ସେଥିରେ ତ ମୁଁ ଭାଗ୍ୟବାନ ହୋଇ ରହିଯାଇଛି । କିନ୍ତୁ ତା’ଠାରୁ ଅଧିକ, ତୁମକୁ ପ୍ରତିଦିନ ଦେଖିବା ମୋର ସବୁଠାରୁ ବଡ଼ ସୌଭାଗ୍ୟ ଥିଲା। ଅନେକ ଲୋକ ଅଛନ୍ତି ଯେଉଁମାନେ ତୁମକୁ ଥରେ ମାତ୍ର ଦେଖିବାକୁ ଚାହାଁନ୍ତି, କିନ୍ତୁ ଏଠାରେ ମୁଁ ପ୍ରତ୍ୟେକ ମୁହୂର୍ତ୍ତରେ ତୁମ ଭଲପାଇବା ସହିତ ଅଛି । ନକୁଲ କେକେ ପାଇଁ ଆହୁରି ଅନେକ ଭାବପ୍ରବଣ କଥା ଲେଖିଥିଲେ ଏବଂ ଶେଷରେ ଲେଖିଥିଲେ - ବୋଧହୁଏ ମୋର ଆଉ ତୁମର ପୁଣି ଭେଟ ହେବ।'
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ