ETV Bharat / entertainment

ପଞ୍ଚଭୂତରେ ଲୀନ ହେଲେ କେ.କେ, ଭରଶୋଭା ମୁକ୍ତିଧାମ ଶ୍ମଶାନରେ ସଂପନ୍ନ ହେଲା ଶେଷକୃତ୍ୟ - ବଲିଉଡର ଖ୍ୟାତନାମା ଗାୟକ କେକେ

ପଞ୍ଚଭୂତରେ ଲୀନ ହେଲେ କେ.କେ। ଛଳଛଳ ଆଖିରେ ବିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ। ଶେଷ ବିଦାୟ ନେଇ ପ୍ରସିଦ୍ଧ ଗାୟକ କେ.କେ ଓରଫ୍‌ କୃଷ୍ଣ କୁମାର କୁନ୍ନଥ ପରପାରିକୁ ଚାଲିଯାଇଥିବାବେଳେ ଫିଲ୍ମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଯାଇଛନ୍ତି। ଅଧିକ ପଢନ୍ତୁ

ପଞ୍ଚଭୂତରେ ଲୀନ ହେଲେ କେ.କେ, ଭର୍ସୋଭାର ମୁକ୍ତିଧାମ ଶ୍ମଶାନରେ ସଂପନ୍ନ ହେଲା ଶେଷକୃତ୍ୟ

author img

By

Published : Jun 2, 2022, 3:39 PM IST

ହାଇଦ୍ରାବାଦ: ଆଜି ପଞ୍ଚଭୂତରେ ଲୀନ ହେଲେ ବଲିଉଡର ଖ୍ୟାତନାମା ଗାୟକ କେକେ । ମୁମ୍ବାଇ ଭରଶୋଭା ମୁକ୍ତିଧାମ ଶ୍ମଶାନରେ ସଂପନ୍ନ ହେଲା ଶେଷକୃତ୍ୟ । ଛଳଛଳ ଆଖିରେ ବିଦାୟ ଦେଲେ ବନ୍ଧୁ, ସିନେପ୍ରେମୀ, ପ୍ରଶଂସକ ଓ ପରିବାରବର୍ଗ। ଶେଷ ବିଦାୟ ନେଇ ପ୍ରସିଦ୍ଧ ଗାୟକ କେ.କେ ଓରଫ୍‌ କୃଷ୍ଣ କୁମାର କୁନ୍ନଥ ପରପାରିକୁ ଚାଲିଯାଇଥିବା ବେଳେ ଫିଲ୍ମ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଯାଇଛନ୍ତି। 'ରହେଁ କଲ୍‌ ୟାଦ୍‌ ଆଏଁଗେ ୟେ ପଲ୍‌' ଗୀତ ଗାଇ ପ୍ରଶଂସକଙ୍କ ହୃଦୟରେ ଅମର ହୋଇଯାଇଥିବା ଗାୟକ କେ.କେ ଙ୍କର ଆଜି ମୁମ୍ବାଇରେ ଅନ୍ତିମ ସଂସ୍କାର କରାଯାଇଛି ।

ମୁମ୍ବାଇର ଭରଶୋଭା ଶ୍ମଶାନରେ ଗାୟକଙ୍କୁ ପୂର୍ଣ୍ଣ ରାଜକୀୟ ସମ୍ମାନର ସହିତ ମୁଖାଗ୍ନି ଦିଆଯାଇଛି । ଏହି ସମୟରେ, ପ୍ରସିଦ୍ଧ ଗାୟକଙ୍କ ହଜାର ହଜାର ପ୍ରଶଂସକ ଏବଂ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଭେଟେରାନ୍ ଅଭିନେତାଙ୍କ ଆଖି ଛଳଛଳ ହୋଇଯାଇଥିଲା । ବୁଧବାର ରାତିରେ ତାଙ୍କ ପାର୍ଥିବ ଶରୀର କୋଲକାତାରୁ ମୁମ୍ବାଇ ଅଣାଯାଇଥିଲା । କେକେଙ୍କ ପରିବାର ଲୋକେ ତାଙ୍କର ପାର୍ଥିବ ଶରୀର ଆଣିବା ପାଇଁ କୋଲକାତା ଯାଇଥିଲେ ।

  • Maharashtra | Mortal remains of singer Krishnakumar Kunnath popularly known as #KK brought to his residence in Mumbai

    The last rites of the singer will be performed in Mumbai today. pic.twitter.com/AL72BfoeUz

    — ANI (@ANI) June 2, 2022 " class="align-text-top noRightClick twitterSection" data=" ">

ମଙ୍ଗଳବାର କୋଲକାତାରେ ଏକ ଷ୍ଟେଜ ସୋ’ରେ ଗୀତ ଗାଉଥିବାବେଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ କେକେ । ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୋଲକାତାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇଥିଲା । ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟରୁ ତାଙ୍କର ମାସିଭ୍ ହାର୍ଟ ଆଟାକ୍ ବା ବଡ଼ ଧରଣର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ତାଙ୍କର ଯକୃତ ଓ ଫୁସଫୁସରେ ଗମ୍ଭୀର ସମସ୍ୟା ଥିଲା ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

  • AC wasn't working at Nazrul Mancha. he performed their and complained abt it bcoz he was sweating so badly..it wasnt an open auditorium. watch it closely u can see the way he was sweating, closed auditorium, over crowded,
    Legend had to go due to authority's negligence.
    Not KK pic.twitter.com/EgwLD7f2hW

    — WE जय (@Omnipresent090) May 31, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.