ETV Bharat / entertainment

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ଦେଲା ଲରେନ୍ସ ବିଷ୍ଣୋଇ, କାହିଁକି ଜାଣନ୍ତୁ

author img

By

Published : Mar 15, 2023, 5:27 PM IST

କାହିଁକି ସଲମାନଙ୍କ ବଦଳରେ ଶାହରୁଖ ଖାନଙ୍କୁ ହତ୍ୟା କରିଥାନ୍ତେ କହିଲେ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ । ଅଧିକ ପଢ଼ନ୍ତୁ

ସଲମାନ ଖାନଙ୍କୁ ପୁଣି ଧମକ ଦେଲେ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ

ମୁମ୍ବାଇ: ସଲମାନ ଖାନଙ୍କୁ ପୁଣି ମିଳିଲା ଧମକ । ଚର୍ଚ୍ଚିତ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଲରେନ୍ସ ବିଷ୍ଣୋଇ ପୁଣି ସଲମାନଙ୍କୁ ଧମକ ଦେଇଛି । କୃଷ୍ଣସାର ହରିଣ ଶିକାର ମାମଲାରେ ସଲମାନ ଖାନ ଯଦି କ୍ଷମା ନମାଗନ୍ତି, ତେବେ ତାଙ୍କୁ ଉପଯୁକ୍ତ ଉତ୍ତର ଦିଆଯିବ ବୋଲି ଚେତାବନୀ ଦେଇଛି ଲରେନ୍ସ ବିଷ୍ଣୋଇ । ତେବେ ଜେଲରୁ ଲରେନ୍ସ ବିଷ୍ଣୋଇ କିପରି ଭିଡିଓ ସାକ୍ଷାତକାର ଦେଉଛି ତାହାର ଯାଞ୍ଚ ହେବାର ଆବଶ୍ୟକତା ରହିଛି ।

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଜେଲରୁ ଉତ୍ତୋଳନ କରାଯାଇଥିବା ଏକ ଭିଡିଓରେ ସେ ପୁଣି ଥରେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଧମକ ଦେଇଛି । ସେ କହିିଛି, "ଟଙ୍କା ନୁହେଁ ଅନ୍ୟ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିବି । ଯଦି ହରିଣ ଶିକାର ମାମଲାରେ ସଲମାନ ଖାନ ଆମ ସମାଜକୁ କ୍ଷମା ନମାଗନ୍ତି ତେବେ ସମୟ ଆସିଲେ ତାଙ୍କୁ ଉତ୍ତର ଦିଆଯିବ ।" ଏଥିସହ ସେ ନିଜେ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିନାହାଁନ୍ତି ବରଂ ଗୋଲଡି ବ୍ରାର ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ ରହିଥିବା କଥା କହିଛି ଲରେନ୍ସ । ତେବେ ଜେଲରୁ ଲରେନ୍ସ ବିଷ୍ଣୋଇ କିପରି ଭିଡିଓ କରୁଛି ତାହାର ଯାଞ୍ଚ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ସେହିପରି ଲରେନ୍ସ ବିଷ୍ଣୋଇ ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସ୍ପଷ୍ଟ କରିଛି "ଖ୍ୟାତି ପାଇବା ପାଇଁ ସେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଚାହୁଁନି । ଯଦି କାହାକୁ ହତ୍ୟା କରି ଖ୍ୟାତି ଅର୍ଜନ କରିବା ଲକ୍ଷ୍ୟ ଥାଆନ୍ତା ତେବେ ସେ ସଲମାନ ଖାନଙ୍କ ବଦଳରେ ଶାହାରୁଖ ଖାନଙ୍କୁ ହତ୍ୟା କରିଥାଆନ୍ତେ । ଲରେନ୍ସ ବିଷ୍ଣୋଇ ଆହୁରି ମଧ୍ୟ କହିଛି ଯେ, ସଲମାନ ଖାନ ଆମ ସମାଜକୁ ଅପମାନିତ କରିବା ଭଳି କାର୍ଯ୍ୟ କରିଛନ୍ତି । ଯଦି ସେ କ୍ଷମା ନମାଗନ୍ତି ତେବେ ସେ ସଲମାନ ଖାନଙ୍କୁ ହତ୍ୟା ଉଦ୍ୟମ ଜାରି ରଖିବ ବୋଲି ସିଧାସଳଖ ଚେତାବନୀ ଦେଇଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କୃଷ୍ଣସାର ହରିଣ ଶିକାର ମାମଲାରେ ୨୦୧୮ ମସିହାରେ ସଲମାନ ଖାନଙ୍କୁ ଖୁଲ୍ଲମଖୁଲା ଧମକ ଦେଇଥିଲା ଲରେନ୍ସ । ଏହି ଭିଡିଓ ବେଶ ଭାଇରାଲ ମଧ୍ୟ ହୋଇଥିଲା । କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନ ଯୋଧପୁର କୋର୍ଟରେ ହାଜର ହେଉଥିବା ସମୟରେ ଲରେନ୍ସ ଏହି ଧମକ ଦେଇଥିଲା । ପରେ ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଜେଲ୍‌ରେ ଥିବା ସମୟରେ ମଧ୍ୟ ସଲମାନଙ୍କ ବାପାଙ୍କୁ ଏକ ଧମକପୂର୍ଣ୍ଣ ଚିଠି ମଧ୍ୟ ମିଳିଥିଲା । ଏବେ ପୁଣି ଲରେନ୍ସ ସଲମାନଙ୍କୁ ଚେତାବନୀ ଦେଇଛି ।

ସୂଚନା ଥାଉ କି, ଆପ୍ ନେତୃତ୍ବାଧୀନ ପଞ୍ଜାବ ସରକାର ସିକ୍ୟୁରିଟି ବ୍ୟବସ୍ଥା ପ୍ରତିହାର କରିବା ପରେ ଗତବର୍ଷ ମେ ୨୯ ତାରିଖ ଦିନ ଅପରାହ୍ନରେ ସିଦ୍ଧୁଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ । ସିଦ୍ଧୁ ତାଙ୍କ କାରରେ ଯାଉଥିବା ବେଳେ ସିଦ୍ଧୁ ଓ ତାଙ୍କ ସହଯୋଗୀଙ୍କ ଉପରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ରାଉଣ୍ଡ ଗୁଳି ଚଳାଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସିଦ୍ଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୨ ବନ୍ଧୁ ଗୁରୁତର ଆହତ ହୋଇଥିଲେ। ମାମଲାର ତଦନ୍ତ ପରେ ଗ୍ୟାଙ୍ଗଷ୍ଟାରଙ୍କୁ ଧରିଥିଲା ପୋଲିସ । ସେହି ଦିନଠାରୁ ଜେଲରେ ରହିଛି ଲରେନ୍ସ ବିଷ୍ଣୋଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.