ETV Bharat / entertainment

କିଆରାଙ୍କୁ ଛାଡି ବଙ୍ଗୀୟ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଛନ୍ତି ସିଦ୍ଧାର୍ଥ

author img

By

Published : May 7, 2022, 8:35 AM IST

ବର୍ତ୍ତମାନ ସିଦ୍ଧାର୍ଥଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେ ଅଭିନେତ୍ରୀ ତ୍ରିନା ସାହାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ

କିଆରାଙ୍କୁ ଛାଡି ବଙ୍ଗୀୟ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଛନ୍ତି ସିଦ୍ଧାର୍ଥ
କିଆରାଙ୍କୁ ଛାଡି ବଙ୍ଗୀୟ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଛନ୍ତି ସିଦ୍ଧାର୍ଥ

ହାଇଦ୍ରାବାଦ: ସିଦ୍ଧାର୍ଥ ମାଲହୋତ୍ରା ଆଜିକାଲି ଚର୍ଚ୍ଚାରେ ଅଛନ୍ତି । ପ୍ରଥମେ ସେ ରୋହିତ ଶେଟ୍ଟୀଙ୍କ ୱେବ୍ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ' ସହିତ ଡିଜିଟାଲ୍ ଡେବ୍ୟୁ କରୁଛନ୍ତି । ଏଥିରେ ସେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ଦ୍ୱିତୀୟ କାରଣଟି ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ । କୁହାଯାଉଛି ଯେ ସିଦ୍ଧାର୍ଥ ଏବଂ କିଆରା ଆଡଭାନୀଙ୍କ ବ୍ରେକଅପ୍ (Sidharth Malhotra Kiara Advani Breakup) ହୋଇଛି । ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିଲେ । ଅନେକ ଘଟଣାରେ କିଆରା ମଧ୍ୟ ଏହା ସୂଚିତ କରିଛନ୍ତି । ବର୍ତ୍ତମାନ ସିଦ୍ଧାର୍ଥଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସେ ଅଭିନେତ୍ରୀ ତ୍ରିନା ସାହାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି।

ଟିଭିର ଲୋକପ୍ରିୟ ତଥା ବଙ୍ଗୀୟ ଅଭିନେତ୍ରୀ ତ୍ରିନା ସାହା (Trina Saha Video)ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଏକ ରୋମାଣ୍ଟିକ୍ ଗୀତ 'ଇଶ୍କ୍ ୱାଲା ଲଭ୍' ରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ତ୍ରିନା ଏହାକୁ ଏକ ଇନଷ୍ଟା ରିଲ୍ ଭାବରେ ସେୟାର କରିଛନ୍ତି ।

ଏହା ବି ପଢନ୍ତୁ: Eid party: ସାଥୀରେ ରହିଲେ କିନ୍ତୁ ଏକାଠି ପୋଜ୍‌ ଦେଲେନି ଲଭବାର୍ଡ

ତ୍ରିନା ସାହା ଏବଂ ସିଦ୍ଧାର୍ଥ ମଲହୋତ୍ରା ଦୁହେଁ ଇଣ୍ଟରନାଲ ଫିଲିଙ୍ଗସ ସହ ଡ୍ୟାସ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସେୟାର କରି ତ୍ରିନା ସାହା ଲେଖିଛନ୍ତି, "ଇଶ୍କ ୱାଲା ଲଭ୍ ... ସିଦ୍ଧାର୍ଥ ମଲହୋତ୍ରା।" ଭିଡିଓରେ ରୋମାଣ୍ଟିକ୍ ଗୀତରେ ଉଭୟଙ୍କ କେମେଷ୍ଟ୍ରି ଦେଖି ସେମାନଙ୍କ ପ୍ରଶଂସକମାନେ କମେଣ୍ଟ ଦେଇ ଏହି ଯୋଡିଙ୍କୁ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.