ETV Bharat / entertainment

Sid-Kiara wedding: ସାମ୍ନାକୁ ଆସିଲା ଅତିଥି ତାଲିକା, ଭିକ୍ୟାଟଙ୍କ ସହ 150 ଅତିଥିଙ୍କୁ ମିଳିଛି ନିମନ୍ତ୍ରଣ

author img

By

Published : Feb 4, 2023, 12:58 PM IST

Updated : Feb 4, 2023, 1:06 PM IST

ବଲିଉଡ ଲଭ ବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାରି ଭିତରେ ପ୍ରକାଶ ପାଇଛି ଅତିଥି ତାଲିକା । ଅଧିକ ପଢନ୍ତୁ

Sidharth Malhotra-Kiara Advani wedding
Sidharth Malhotra-Kiara Advani wedding

ହାଇଦ୍ରବାଦ: ବି ଟାଉନରେ ସର୍ବଦା ଫ୍ୟାନ୍ସଙ୍କ ପସନ୍ଦ ବଲିଉଡର ଚର୍ଚ୍ଚିତ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ଆସନ୍ତା 6 ତାରିଖରେ ସିଦ୍ଧାର୍ଥ ଓ କିଆରାଙ୍କ ବିବାହ ହେବା ନେଇ ତାରିଖ ସ୍ଥିର ହୋଇଥିବା ବେଳେ ରବିବାର ରାଜସ୍ଥାନର ଜୈସଲମେରରେ ଉଭୟେ ପହଞ୍ଚିବା ନେଇ ସୂଚନା ରହିଛି । ତେବେ ଆଜି ଉଭୟ ପକ୍ଷର ପରିବାର ଏବଂ ସମ୍ପର୍କୀୟ ପହଞ୍ଚିବା ନେଇ ଜଣାପଡିଛି । ତେବେ ଏହାରି ଭିତରେ ବିବାହରେ ଯୋଗ ଦେବାକୁ ଥିବା ଗେଷ୍ଟ ଲିଷ୍ଟ ସାମ୍ନାକୁ ଆସିଛି । ବଲିଉଡ ସାଉଥ ଇଣ୍ଡ୍ରଷ୍ଟିର ନାମିଦାମି ଷ୍ଟାରମାନେ ମଧ୍ୟ ଯୋଗ ଦେବେ । କାଟ୍ରିନା କେଫ, ଭିକି କୌସଲ, ସୁପରଷ୍ଟାର ସଲମାନଖାନଙ୍କ ସମେତ ୧୫୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ରାଜସ୍ଥାନର ଜୈସଲମେର ସୂର୍ଯ୍ୟଗର ମହଲରେ ବାହାଘର ଅନୁଷ୍ଠିତ ହେବ । ଭିଆଇପି ଭିଭିଆଇପିମାନେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଥିବାରୁ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୁମ୍ବାଇର ଏକ ଓ୍ବେଡିଙ୍ଗ ପ୍ଲାନର ଏହି ଦ୍ବାୟିତ୍ବ ନେଇଥିବା ବିଶେଷ ସୁତ୍ରରୁ ଜଣାପଡିଛି ।

ସୂର୍ଯ୍ୟଗର ହୋଟେଲ ଜୈସଲମେର ଠାରୁ ୧୬ କିଲୋମଟିର ଦୂରରେ ରହିଛି । ଆସନ୍ତା 4 ଓ 5 ତାରିଖ ଦିନ ହଳଦୀ ରସମ ଓ ସଙ୍ଗୀତ କାର୍ଯ୍ୟକ୍ରମ ସୂର୍ଯ୍ୟଗଡ ମହଲରେ ଆରମ୍ଭ ହୋଇଯିବ । ଏହାପରେ ଆସନ୍ତା ୬ ତାରିଖରେ ଉଭୟେ ବିବାଦ ବନ୍ଧନରେ ବାନ୍ଧି ହେବେ । ତେବେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୂର୍ବତନ ବଡିଆଡ ୟାସିନଙ୍କୁ ସୁରକ୍ଷା ବ୍ୟବସ୍ଥାର ଦାୟିତ୍ବ ଦିଆଯାଇଥିବା ବେଳେ ହୋଟେଲ କର୍ମଚାରୀମାନେ ମୋବାଇଲ ଫୋନ ବ୍ୟବହାର କରିବାକୁ ବାରଣ କରାଯାଇଛି ।

ଏହାସହ ମୋବାଇଲରେ ଫଟୋ ଏବଂ ଭିଡିଓ ଉପରେ ମଧ୍ୟ କଡା ନଜର ରଖାଯିବ ବୋଲି କୁହାଯାଇଛି । ୧୦୦ରୁ ଅଧିକ ବେସମାରିକ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ଅତିଥିମାନଙ୍କ ପାଇଁ ୭୦ଟି ବିଳାସପୂର୍ଣ୍ଣ ଗାଡି ସହ ୮୪ ଟି ବିଳାସପୂର୍ଣ୍ଣ ରୁମ ବୁକ କରାଯାଇଛି । ଅତିଥିମାନଙ୍କୁ ନେବା ଆଣିବା କରିବା ପାଇଁ ଜୈସଲମେର ସବୁଠାରୁ ବଡ ଟୁର୍ ଅପରେଟର ଲକି ଟୁର୍ ଏବଂ ଟ୍ରାଭେଲ୍ସକୁ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: Sidharth-Kiara Wedding: ରାତି ପାହିଲେ ସଙ୍ଗୀତ କାର୍ଯ୍ୟକ୍ରମ, ରାଜସ୍ଥାନରେ ପଡିବ ହାତଗଣ୍ଠି

୧୫୦ଜଣ ଅତିଥି ଦିଆଯାଇଛି ଆମନ୍ତ୍ରଣ ପତ୍ର: କିଆରା ଏବଂ ସିଦ୍ଧାର୍ଥଙ୍କ ବିବାହରେ ୧୫୦ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କରଣ ଜୋହର, ବରୁଣ ଧାଓ୍ବନ, ନତାସା ଡାଲାଲ, ଶାହିଦ କପୁର, କ୍ୟାଟ୍ରିନା, ଭିକି, ଇଶା ଅମ୍ବାନୀଙ୍କ ସମେତ ଅନେକ ଷ୍ଟାରଙ୍କୁ ନିମନ୍ତ୍ରଣ କରାଯାଇଛି । କିଆରା ଏବଂ ସିଦ୍ଧାର୍ଥ ଏପର୍ଯ୍ୟନ୍ତ ସେମାନଙ୍କ ବିବାହକୁ ନେଇ କୌଣସି ଘୋଷଣା କରିନାହାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 4, 2023, 1:06 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.