ETV Bharat / entertainment

Director Siddique Passes Away: ହୃଦଘାତରେ ଆଖି ବୁଜିଲେ ପ୍ରସିଦ୍ଧ ନିର୍ଦ୍ଦେଶକ ସିଦ୍ଦିକି

author img

By

Published : Aug 9, 2023, 7:08 AM IST

ଆଉ ନାହାନ୍ତି ମାଲାୟାଲମ୍ ଚଳଚ୍ଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ସିଦ୍ଦିକ । ହୃଦଘାତ କାରଣରୁ ଏହି ୬୩ ବର୍ଷୀୟ ନିର୍ଦ୍ଦେଶକଙ୍କ ମୃତ୍ୟୁ ହାଇଛି । ସିଦ୍ଦିକି ସଲମାନ ଖାନଙ୍କ ହିନ୍ଦୀ ଫିଲ୍ମ ବଡିଗାର୍ଡର ନିର୍ଦ୍ଦେଶନା ଦେଇଥିଲେ । ଅଧିକ ପଢନ୍ତୁ

ପ୍ରସିଦ୍ଧ ନିର୍ଦ୍ଦେଶକ ସିଦ୍ଦିକିଙ୍କ ଦେହାନ୍ତ
ପ୍ରସିଦ୍ଧ ନିର୍ଦ୍ଦେଶକ ସିଦ୍ଦିକିଙ୍କ ଦେହାନ୍ତ

ହାଇଦ୍ରାବାଦ: ମାଲାୟାଲମ୍ ଚଳଚ୍ଚିତ୍ରର ପ୍ରଖ୍ୟାତ ନିର୍ଦ୍ଦେଶକ ସିଦ୍ଦିକଙ୍କର ଦେହାନ୍ତ ହୋଇଛି । ମଙ୍ଗଳବାର (ଅଗଷ୍ଟ 8)ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ କାରଣରୁ ଏହି ୬୩ ବର୍ଷୀୟ ନିର୍ଦ୍ଦେଶକଙ୍କ ମୃତ୍ୟୁ ହାଇଛି । ସିଦ୍ଦିକି ସଲମାନ ଖାନଙ୍କ ହିନ୍ଦୀ ଫିଲ୍ମ ବଡିଗାର୍ଡର ନିର୍ଦ୍ଦେଶନା ଦେଇଥିଲେ ।

ସୂଚନା ଅନୁଯାୟୀ, ସୋମବାର ହୃଦଘାତରେ ପୀଡିତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ କୋଚିର ଅମୃତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହୃଦଘାତ ପୂର୍ବରୁ ସେ ନିମୋନିଆ ଏବଂ ଯକୃତ ସମ୍ବନ୍ଧୀୟ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ । ଆଜି (ବୁଧବାର) ସନ୍ଧ୍ୟା ୬ଟାରେ ସିଦ୍ଦିକିଙ୍କ ଅନ୍ତିମ ସଂସ୍କାର କରାଯିବ ।

ଶ୍ରଦ୍ଧାଞ୍ଜଳି ଦେଲେ ସେଲିବ୍ରିଟି

ଅସୁସ୍ଥତା ପରେ ସିଦ୍ଦିକଙ୍କୁ ଏକ ଏକ୍ସଟ୍ରାକୋରପୋରାଲ୍ ମେମ୍ବ୍ରେନ୍ ଅମ୍ଳଜାନ (ECMO) ମେସିନ୍ ସହାୟତାରେ ରଖାଯାଇଥିଲା । ଅଗଷ୍ଟ 8ରେ ଏକ ମେଡିକାଲ ବୋର୍ଡକୁ ସିଦ୍ଦିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆକଳନ କରିବା ଏବଂ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସ୍ଥିର କରିବାର ଥିଲା । ଲୋକପ୍ରିୟ ମାଲାୟାଲମ୍ ଅଭିନେତା ଦୁଲକର ସଲମାନ ସୋସିଆଲ ମିଡିଆରେ ସ୍ୱର୍ଗତ ନିର୍ଦ୍ଦେଶକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତାଙ୍କ ଦେହାନ୍ତରେ ଦକ୍ଷିଣ ସହିତ ବଲିଉଡରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି । ସିଦ୍ଦିକଙ୍କ ଦେହାନ୍ତରେ ଅଭିନେତା ତଥା ନିର୍ମାତା ଅତୁଲ ଅଗ୍ନିହୋତ୍ରୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଚଳଚ୍ଚିତ୍ର ସହିତ କରିଥିଲେ ଡେବ୍ୟୁ

ସିଦ୍ଦିକ୍ 1989ରେ ମାଲାୟାଲମ୍ ଚଳଚ୍ଚିତ୍ର 'ରାମଜୀ ରାଓ ସ୍ପିକ୍' ସହିତ ତାଙ୍କର ନିର୍ଦ୍ଦେଶନା ଦେଇଥିଲେ । ସେ 1986ରେ ମାଲାୟାଲମ୍ ଚଳଚ୍ଚିତ୍ର 'ପପ୍ପନ୍ ପ୍ରିୟାପେଟ୍ଟା ପପ୍ପନ୍' ସହିତ ସ୍କ୍ରିନ୍ ରାଇଟର୍ ଭାବରେ ଡେବ୍ୟୁ କରିଥିଲେ । ବଡ ପରଦାରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା 'ବିଗ୍ ବ୍ରଦର'।

ଏହା ମଧ୍ୟ ପଢନ୍ତୁ: ପ୍ରଖ୍ୟାତ ନିର୍ଦ୍ଦେଶକ ସିଦ୍ଦିକିଙ୍କୁ ହୃଦଘାତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ବଡିଗାର୍ଡ ନିର୍ଦ୍ଦେଶନା ଦେଇଥିଲେ

ସେ ସଲମାନ ଖାନଙ୍କ ଫିଲ୍ମ ବଡିଗାର୍ଡର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ଚଳଚ୍ଚିତ୍ର 2011 ମସିହାରେ ଆସିଥିଲା ​​। ରିଲିଜ୍ ପରେ ଫିଲ୍ମଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା ​​। ଏହି ଫିଲ୍ମ ଟିକେଟ୍ ୱିଣ୍ଡୋରେ 148.86 କୋଟି କଲେକ୍ସନ କରିଛି । ନିର୍ଦ୍ଦେଶନା ବ୍ୟତୀତ ସିଦ୍ଦିକ ଅନେକ ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଯାଦୁ ମଧ୍ୟ ଦେଖାଇଛନ୍ତି । 2022 ମସିହାରେ, ସେ କେନକେମମ୍‌ ଫିଲ୍ମରେ ଏକ ବିଶେଷ ରୂପରେ ନଜର ଆସିଥିଲେ । ସିଦ୍ଦିକି ମାଲାୟଲମ୍‌, ତାମିଲ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

ଲୋକପ୍ରିୟ ଫିଲ୍ମ :

ସିଦ୍ଦିକିଙ୍କ ପ୍ରଥମ ଫିଲ୍ମ ‘ରାମଜୀ ରାଓ ସ୍ପିକିଂ’ ୧୯୮୯ରେ ଆସିଥିଲା । ଏହା ବ୍ୟତୀତ ତାଙ୍କର ଲୋକପ୍ରିୟ ଫିଲ୍ମ ତାଲିକାରେ ‘ହରିହର ନଗର’ (୧୯୯୦), ‘ଗଡଫାଦର’ (୧୯୯୧), ‘ଭିଏତନାମ କଲୋନୀ’ (୧୯୯୨), ‘କାବୁଲିଓ୍ବାଲା’ (୧୯୯୩) ଏବଂ ‘ହିଟଲର’ (୧୯୯୬) ଏବଂ ‘ବଡିଗାର୍ଡ’ ଭଳି ଫିଲ୍ମ ରହିଛି । ସଲମାନଙ୍କ ‘ବଡିଗାର୍ଡ’ ଫିଲ୍ମର ତାମିଲ ସଂସ୍କରଣକୁ ମଧ୍ୟ ସେ ନିର୍ଦ୍ଦେଶନା କରିଥିଲେ । ଯାହାର ନାମ ଥିଲା ‘କବଲନ’। ସେଥିରେ ବିଜୟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.