ETV Bharat / entertainment

କ୍ୟାଟ୍ରିନାଙ୍କ ଉପରେ ଫିଦା ଥିଲେ ସିଦ୍ଧାନ୍ତ ଚତୁର୍ବେଦୀ, ଭିକିଙ୍କ ଯୋଗୁଁ ଫେଲ୍‌ ହେଲା ପ୍ଲାନ

author img

By

Published : Oct 21, 2022, 10:16 PM IST

କ୍ୟାଟ୍ରିନାଙ୍କ ଉପରେ ଫିଦା ଥିଲେ ସିଦ୍ଧାନ୍ତ ଚତୁର୍ବେଦୀ । ସେ କ୍ୟାଟ୍ରିନାଙ୍କୁ ଇମ୍ପ୍ରେସ କରିବାକୁ ମଧ୍ୟ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଭିକିଙ୍କ ଯୋଗୁଁ ତାଙ୍କର ସବୁ ପ୍ଲାନ ଫେଲ୍‌ ହୋଇଯାଇଥିଲା । ଅଧିକ ପଢନ୍ତୁ

କ୍ୟାଟ୍ରିନାଙ୍କ ଉପରେ ଫିଦା ଥିଲେ ସିଦ୍ଧାନ୍ତ ଚତୁର୍ବେଦୀ, ଭିକିଙ୍କ ଯୋଗୁଁ ଫେଲ୍‌ ହେଲା ପ୍ଲାନ
କ୍ୟାଟ୍ରିନାଙ୍କ ଉପରେ ଫିଦା ଥିଲେ ସିଦ୍ଧାନ୍ତ ଚତୁର୍ବେଦୀ, ଭିକିଙ୍କ ଯୋଗୁଁ ଫେଲ୍‌ ହେଲା ପ୍ଲାନ

ହାଇଦ୍ରାବାଦ: ଫିଲ୍ମ 'ଫୋନ୍‌ ଭୂତ'ରେ କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କୁ ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲର (Phone Bhoot Trailer) ରିଲିଜ୍ ହୋଇଛି। ପ୍ରଥମ ଥର ପାଇଁ ଏହି ତିନି କଳାକାର ଏକାଠି ନଜର ଆସିବେ । ଫିଲ୍ମର ପ୍ରମୋସନ ସମୟରେ ସିଦ୍ଧାନ୍ତ ଚତୁର୍ବେଦୀ କହିଥିଲେ ଯେ, ସେ କ୍ୟାଟ୍ରିନା କୈଫଙ୍କର ଜଣେ ବଡ଼ ଫ୍ୟାନ୍‌। କେବଳ ଏତିକି ନୁହେଁ, ଭିକି କୌଶଲଙ୍କୁ ବିବାହ କରିବା ପୂର୍ବରୁ ସେ ଏକ ପାର୍ଟିରେ କ୍ୟାଟ୍ରିନା କୈଫଙ୍କୁ ଇମ୍ପ୍ରେସ କରିବାକୁ ଚେଷ୍ଟା ବି କରିଥିଲେ।

ଏକ ବାର୍ତ୍ତାଳାପରେ ସିଦ୍ଧାନ୍ତ ଚତୁର୍ବେଦୀ (Siddhant Chaturvedi) କହିଛନ୍ତି, "ଗୁଲି ବଏ ନିର୍ଦ୍ଦେଶକ ଜୋୟା ଅଖତର ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଭିକି ଏବଂ କ୍ୟାଟ୍ରିନା କୈଫ ବସିଥିଲେ । ଏହି ପାର୍ଟିରେ ମୁଁ ମୋର ଡ୍ୟାନ୍ସ ମୁଭ୍ ସହିତ କ୍ୟାଟ୍ରିନା କୈଫଙ୍କୁ ଇମ୍ପ୍ରେସ କରିବାକୁ ଚାହୁଁଥିଲି । କିନ୍ତୁ କ୍ୟାଟ୍ରିନା କୈଫ ସେହି ସମୟରେ ଭିକି କୌଶଲଙ୍କ ସହ କଥାବାର୍ତ୍ତାରେ ଏତେ ବ୍ୟସ୍ତ ଥିଲେ ଯେ ସେ ମୋତେ ଦେଖି ବି ନଥିଲେ । କିଛି ସମୟ ପରେ ଭିକି କ୍ୟାଟ୍ରିନାଙ୍କୁ ନେଇ ସେଠାରୁ ପଳାଇଥିଲେ । ତେବେ କ୍ୟାଟ୍ରିନା ଏବଂ ମୁଁ ଭେଟ ହେବାର ଏହା ଦ୍ବିତୀୟ ସୁଯୋଗ ଥିଲା ।"

ସିଦ୍ଧାନ୍ତଙ୍କ ଏହି ଖୁଲାସା ପରେ ବର୍ତ୍ତମାନ ସୋସିଆଲ ମିଡିଆରେ ଜବରଦସ୍ତ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଉଲ୍ଲେଖନୀୟ ଯେ, ପ୍ରଥମ ଥର ପାଇଁ ସିଦ୍ଧାନ୍ତ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ଏକ ଫିଲ୍ମରେ ନଜର ଆସିଛନ୍ତି। ଗୁରୁମିତ ସିଂଙ୍କ ନିର୍ଦ୍ଦେଶିତ ଫିଲ୍ମ ଫୋନ୍ ଭୁତ୍‌ 4 ନଭେମ୍ବରରେ ମୁକ୍ତିଲାଭ କରିବାକୁ ଯାଉଛି। କ୍ୟାଟ୍ରିନା ଏବଂ ସିଦ୍ଧାନ୍ତଙ୍କ ବ୍ୟତୀତ ସାହିଦ କପୁରଙ୍କ ସାନଭାଇ ଇଶାନ ଖଟ୍ଟର ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ପ୍ରମୁଖ ଭୂମିକାରେ ଅଛନ୍ତି ।

ଏହା ବି ପଢନ୍ତୁ: ରିଲିଜ୍‌ ହେଲା କ୍ୟାଟ୍ରିନାଙ୍କ Phone Bhoot ଟ୍ରେଲର, ରହିଛି ଭରପୂର କମେଡି

ସିଦ୍ଧାନ୍ତ, ଇଶାନ ଏବଂ କ୍ୟାଟ୍ରିନା କୈଫ ଆଜିକାଲି ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହା ପୂର୍ବରୁ କରଣ ଜୋହରଙ୍କ ଚାଟ୍ ସୋ କଫି ୱିଥ୍ କରଣର ସପ୍ତମ ସିଜନରେ ଇଶାନ ଖଟ୍ଟର, କ୍ୟାଟ୍ରିନା କୈଫ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ପହଞ୍ଚିଥିଲେ। ଫିଲ୍ମରୁ ଅନେକ ଲୁକ୍ ଏବଂ ଟ୍ରେଲର ମଧ୍ୟ ରିଲିଜ୍ ହୋଇଛି। ଏହି ଚଳଚ୍ଚିତ୍ରରେ ଭୂତ ଭୂମିକାରେ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ସିଦ୍ଧାନ୍ତ ଏବଂ ଇଶାନଙ୍କ ଜବରଦସ୍ତ କମେଡି ଦେଖିବାକୁ ମିଳିବ ।

ୱାର୍କ ଫ୍ରଣ୍ଟ ବିଷୟରେ କହିବା ତ, କ୍ୟାଟ୍ରିନା କୈଫ ବିଜୟ ସେତୁପତିଙ୍କ ସହ ଏକ ଫିଲ୍ମରେ ନଜର ଆସିବେ । ଏହା ବ୍ୟତୀତ କ୍ୟାଟ୍ରିନା କୈଫ ସଲମାନ ଖାନଙ୍କ ସହ ଟାଇଗର 3ରେ ମଧ୍ୟ ନଜର ଆସିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.