ETV Bharat / entertainment

ମୃତ୍ୟୁ ପରେ ଭାଇରାଲ ହେଉଛି ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ

ଆଉ ନାହାନ୍ତି ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ । ସିଦ୍ଧାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ବର୍ତ୍ତମାନ ଭାଇରାଲ ହେଉଛି । ଅଧିକ ପଢନ୍ତୁ

author img

By

Published : Nov 12, 2022, 1:58 PM IST

ମୃତ୍ୟୁ ପରେ ଭାଇରାଲ ହେଉଛି ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ
ମୃତ୍ୟୁ ପରେ ଭାଇରାଲ ହେଉଛି ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ

ହାଇଦ୍ରାବାଦ: ହିନ୍ଦୀ ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପରଲୋକ ଘଟିଛି । ୪୬ ବର୍ଷୀୟ ସିଦ୍ଧାନ୍ତଙ୍କର ଜିମ୍‌ରେ ୱାର୍କଆଉଟ୍‌ କରୁଥିବା ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ସିଦ୍ଧାନ୍ତଙ୍କ ଏଭଳି ଅକାଳ ବିୟୋଗ ତାଙ୍କ ପ୍ରଶଂସକ ତଥା ଟିଭି ଜଗତକୁ ଏକ ଶକ୍ତ ଧକ୍କା ଦେଇଛି । ସିଦ୍ଧାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ଇନଷ୍ଟାଗ୍ରାମ ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୁଷ୍ଟିକର ଖାଦ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି ।

ସିଦ୍ଧାନ୍ତଙ୍କ ଶେଷ ପୋଷ୍ଟ

ସିଦ୍ଧାନ୍ତ ପ୍ରାୟ 5ସପ୍ତାହ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଏହି କଳା ଏବଂ ଧଳା ଫଟୋରେ ସେ ତାଙ୍କ ଜୀବନର ତିନୋଟି ଗୁରୁତ୍ୱପୂର୍ଣ୍ଣ କଥା ଉଲ୍ଲେଖ କରିଛନ୍ତି । ରୋଗ ପ୍ରତିରୋଧକ ଶକ୍ତି ଏବଂ ପୁଷ୍ଟିକର ବିଷୟରେ ସିଦ୍ଧାନ୍ତ ଲେଖିଛନ୍ତି, "ମୋର 3ଟି ପ୍ରିୟ ଜରୁରୀ ଜିନିଷ, ପ୍ରତିଦିନ ମୁଁ କେଉଁଠାରେ ଅଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ କାମରେ କିମ୍ବା ଘରେ ।"

ଏହା ବି ପଢନ୍ତୁ: ପୁଣି କାଳ ହେଲା ଜିମ୍, ହୃଦଘାତରେ ଚାଲିଗଲା ଅଭିନେତା ସିଦ୍ଧାନ୍ତ ସୂର୍ଯ୍ୟବଂଶୀଙ୍କ ଜୀବନ

ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀଙ୍କ ପୋଷ୍ଟ କହୁଛି କି, ସେ ତାଙ୍କ ଫିଟନେସ୍ ବିଷୟରେ କେତେ ସଚେତନ ଏବଂ ପୁଷ୍ଟିକର ଖାଦ୍ୟ ପ୍ରତି କେତେ ଧ୍ୟାନ ଦେଉଥିଲେ । ଯଦିଓ ଏହା ଏକ ପ୍ରୋତ୍ସାହନମୂଳକ ପୋଷ୍ଟ ଥିଲା, କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ସେ ବ୍ୟାୟାମ ଏବଂ ଖାଦ୍ୟ ପ୍ରତି ବହୁତ ଧ୍ୟାନ ଦେଉଥିଲେ । ସେ ସୋସିଆଲ ମିଡିଆରେ କମ୍ ସକ୍ରିୟ ଥିଲେ ଏବଂ ତାଙ୍କର ଅଧିକାଂଶ ପୋଷ୍ଟ ଫିଟନେସ ଉପରେ ହିଁ ଥିଲା । ସିଦ୍ଧାନ୍ତଙ୍କ ମୃତ୍ୟୁ ପରେ ପ୍ରଶଂସକମାନେ ତାଙ୍କ ପୋଷ୍ଟକୁ ବହୁତ ମନେ ପକାଉଛନ୍ତି । ପୋଷ୍ଟ ଦେଖିବା ପରେ ଲୋକମାନେ ବହୁତ ଭାବପ୍ରବଣ ହୋଇଯାଇଛନ୍ତି ।

ଏହା ବି ପଢନ୍ତୁ: ୬୬ ବର୍ଷରେ ଆଖି ବୁଝିଲେ କେଭିନ କନ୍‌ରୋଏ, ବ୍ୟାଟ୍‌ମ୍ୟାନ ସିରିଜ୍‌ରେ ଦେଇଥିଲେ ସ୍ଵର

ସିଦ୍ଧାନ୍ତ ବୀର ଟିଭିର ଜଣେ ଲୋକପ୍ରିୟ ଅଭିନେତା ଥିଲେ । କିନ୍ତୁ ସେ ମଡେଲିଂରୁ କ୍ୟାରିୟର ଆରମ୍ଭ କରିଥିଲେ । ମଡେଲିଂରେ ଭଲ କାମ କରିବା ପରେ ସେ ଟିଭିରେ ପାଦ ଦେଇଥିଲେ । ତାଙ୍କର ଡେବ୍ୟୁ ଟିଭି ସିରିଏଲ ଥିଲା 'କୁସୁମ୍' । ଏହା ପରେ ସିଦ୍ଧାନ୍ତ ଅନେକ ଲୋକପ୍ରିୟ ଟିଭି ସିରିଏଲରେ ନଜର ଆସିଥିଲେ, ଯେଉଁଥିରେ ସେ 'କସୋଟି ଜିନ୍ଦେଗି କି', 'କୃଷ୍ଣ ଅର୍ଜୁନ', 'କ୍ୟା ଦିଲ ମେଁ ହୈ' ଭଳି ସିରିଏଲରେ ଅଭିନୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.