ETV Bharat / entertainment

Bhabi Ji Ghar Par Hai: ପରଦାରେ ଆଉ ନଜର ଆସିବେନି ଅଙ୍ଗୁରୀ ଭାବି, ନିର୍ମାତା ଦେଲେ ଛୁଟି !

ଲୋକପ୍ରିୟ ସୋ 'ଭାବି ଜୀ ଘର ପର୍ ହୈ' ଦର୍ଶକଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଚୁଲବୁଲି ଏବଂ ସୁନ୍ଦରୀ 'ଅଙ୍ଗୁରୀ ଭାବି' ବା ଶୁଭାଙ୍ଗି ଆତ୍ରେ ବର୍ତ୍ତମାନ ସୋ’ରୁ ବିରତି ନେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଭାବି ଜୀ ଘର ପର୍ ହୈ
ଭାବି ଜୀ ଘର ପର୍ ହୈ
author img

By

Published : Aug 2, 2023, 8:47 AM IST

ମୁମ୍ବାଇ: ଟିଭି ଜଗତର ଜଣାଶୁଣା ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେ ଆଜି ଘରେ ଘରେ ‘ଅଙ୍ଗୁରୀ ଭାବି’ ନାମରେ ଜଣାଶୁଣା । ଶୁଭାଙ୍ଗୀଙ୍କ ଏହି ସୋ’ ‘ଭାବିଜୀ ଘର ପର୍‌ ହୈ’ (Bhabi Ji Ghar Par Hai) ଦର୍ଶକଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ଏବଂ ଲୋକମାନେ ମଧ୍ୟ ତାଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ଖବର ଆସୁଛି ଯେ ସେ କିଛି ସମୟ ପାଇଁ ସୋ’ରୁ ବିରତି ନେଉଛନ୍ତି । ସେ ଅନେକ ବର୍ଷ ଧରି ଏହି ସୋ’ ସହିତ ଜଡିତ ହୋଇ ଲୋକଙ୍କୁ ହସାଉଥିଲେ ।

ସୋ’ରୁ ବିରତି ନେବେ ଶୋଭାଙ୍ଗୀ

ମିଡିଆ ରିପୋର୍ଟ ଅନୁସାରେ, ଶୁଭାଙ୍ଗୀ ଆତ୍ରେ (Shubhangi Atre) ସୋ’ ‘ଭାବିଜୀ ଘର ପର ହୈ’ରୁ ବ୍ରେକ୍‌ ନେଉଛନ୍ତି । ଏହି ଖବର ପ୍ରଶଂସକମାନଙ୍କ ପାଇଁ କୌଣସି ଝଟକା ଠାରୁ କମ୍ ନୁହେଁ, କିନ୍ତୁ ଚିନ୍ତା କରିବାର କିଛି ନାହିଁ । କୁହାଯାଉଛି ଯେ ସେ କେବଳ କିଛି ଦିନ ପାଇଁ ବିରତି ନେବେ । ଏଭଳି ସ୍ଥିତିରେ ପ୍ରଶଂସକମାନେ ସୋ’ରେ ସେମାନଙ୍କର ପ୍ରିୟ ‘ଭାବି ଜୀ’ଙ୍କୁ ବହୁତ ମିସ୍ କରିବାକୁ ଯାଉଛନ୍ତି । ଏହା ନିର୍ମାତାମାନଙ୍କ ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଜରୁ କମ୍ ହେବ ନାହିଁ । ଏଭଳି ପରିସ୍ଥିତିରେ ସୋ’ର ଟିଆରପି ମଧ୍ୟ ହ୍ରାସ ହୋଇପାରେ ।

ଝିଅର ଅଧ୍ୟୟନ ପାଇଁ ଶୁଭାଙ୍ଗି ନେବେ ବିରତି

ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ ଶୁଭାଙ୍ଗି ତାଙ୍କ ଝିଅର ଅଧ୍ୟୟନ ହେତୁ ସୋ’ରୁ ବିରତି ନେଉଛନ୍ତି । ଅଭିନେତ୍ରୀ ପ୍ରାୟ ଏକ ମାସ ପାଇଁ ଆମେରିକା ଯାଉଛନ୍ତି । ଛାଡପତ୍ର ପରେ ଶୁଭାଙ୍ଗି ତାଙ୍କ ଝିଅର ଶିକ୍ଷାର ସମ୍ପୂର୍ଣ୍ଣ ଧ୍ୟାନ ନେଉଛନ୍ତି । ତାଙ୍କ ଝିଅ ଉଚ୍ଚଶିକ୍ଷା ଶେଷ କରିବାକୁ ବିଦେଶ ଯାଉଛନ୍ତି । ଏହି କାରଣରୁ ଅଭିନେତ୍ରୀ ନିଜ ଝିଅକୁ ଆମେରିକାରେ ଛାଡିବା ପାଇଁ କିଛି ଦିନ ଛୁଟି ନେଉଛନ୍ତି । ତେବେ ଅଭିନେତ୍ରୀଙ୍କୁ ସୋ’କୁ ଫେରାଇ ଆଣିବା ପାଇଁ ନିର୍ମାତାମାନେ ଯଥାସମ୍ଭବ ଚେଷ୍ଟା କରିବେ ।

ଏହା ମଧ୍ୟ ପଢନ୍ତୁ: Dream Girl 2 New Poster: ଆୟୁଷ୍ମାନ ଖୁରାନାଙ୍କ ନୂଆ ଲୁକ୍‌ ଦେଖି ଦିଓ୍ବାନା ହେଲେ ଫ୍ୟାନ୍ସ

ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ

ଉଲ୍ଲେଖନୀୟ ଯେ, ଶୁଭାଙ୍ଗି ଆତ୍ରେ ଗତ କିଛି ଦିନ ହେବ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି । ଅଭିନେତ୍ରୀ କିଛି ଦିନ ପୂର୍ବରୁ ପ୍ରଶଂସକଙ୍କୁ କହିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି । ଶୁଭାଙ୍ଗୀ ବିବାହର ୧୯ବର୍ଷ ପରେ ସ୍ବାମୀ ପୀୟୁଷ ପୁରୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି । ଟେଲି ଚକ୍କରର ଅଫିସିଆଲ ଇନଷ୍ଟା ପେଜରେ ଏହି ଖବର ପୋଷ୍ଟ ହୋଇଥିଲା । ଯେଉଁଥିରେ ଲେଖାହୋଇଥିଲା, ‘ଭାବିଜୀ ଘର ପେ ହୈ’ ଫେମ୍ ଶୁଭାଙ୍ଗୀ ଆତ୍ରେ ସ୍ବାମୀ ପୀୟୁଷ ପୁରୀଙ୍କ ଠାରୁ ବିବାହର ୧୯ବର୍ଷ ପରେ ଅଲଗା ହୋଇଛନ୍ତି ।’

ତେବେ ୨୦୦୩ରେ ଶୁଭାଙ୍ଗୀ ଇନ୍ଦୋରରେ ପୀୟୁଷଙ୍କୁ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ଶୁଭାଙ୍ଗୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । କୁହାଯାଉଛି କି ଶୁଭାଙ୍ଗୀ ଓ ପୀୟୁଷଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ଲାଗିଥିଲା । ଏହି କାରଣରୁ ବର୍ଷେ ହେବ ଶୁଭାଙ୍ଗୀ ଝିଅଙ୍କୁ ନେଇ ଅଲଗା ରହୁଥି‌ଲେ । ଅନେକ ଦିନ ବିତିଯାଇଥ‌ିଲେ ବି ଦୁହିଁଙ୍କ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ । ତେଣୁ ପରସ୍ପର ଠାରୁ ଅଲଗା ହୋଇଯିବା ପାଇଁ ଦୁହେଁ ସ୍ଥିର କରିଥିଲେ।

୨୦୦୬ରେ ‘କସୌଟି ଜିନ୍ଦେଗୀ କି’ରୁ ଅଭିନୟରେ ଜୀବନ ଆରମ୍ଭ କରିଥିଲେ ଶୁଭାଙ୍ଗୀ । ଏହାପରେ ସେ ‘କସ୍ତୁରୀ’, ‘ଚିଡିଆ’ ଘର ଭଳି ସୋ’ରେ କାମ କରିଥିଲେ । ତେବେ ‘ଭାବିଜୀ ଘରପେ ହୈ’ ତାଙ୍କୁ ‌‌ବହୁ ଲୋକପ୍ରିୟତା ଦେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.