ETV Bharat / entertainment

ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ଶ୍ରେୟସ୍ ତଲପଡେ

author img

By ETV Bharat Odisha Team

Published : Dec 15, 2023, 12:49 PM IST

Shreyas Talpade Health Update:ଶ୍ରେୟସ୍ ତଲପଡେ ହୃଦଘାତରେ ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ଦେଇଛନ୍ତି ପତ୍ନୀ ଦୀପ୍ତି ତଲପଡେ ।

ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ଶ୍ରେୟସ୍ ତଲପଡେ, ସୂଚନା ଦେଲେ ପତ୍ନୀ

ହାଇଦ୍ରାବାଦ: ଡିସେମ୍ବର ୧୪ରେ ବଲିଉଡ ଅଭିନେତା ଶ୍ରେୟସ ତଲପଡେଙ୍କର ହୃଦଘାତର ଶିକାର ହୋଇଛନ୍ତି । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଅଭିନେତାଙ୍କ ଆଞ୍ଜିଓପ୍ଲାଷ୍ଟି କରାଯାଇଛି । ଏହା ପରେ ଡାକ୍ତରମାନେ ଅଭିନେତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା କହିଛନ୍ତି । ତେବେ ଅଭିନେତାଙ୍କର ହୃଦଘାତର ଖବର ଜାଣି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଥିଲେ । ଏହାରି ମଧ୍ୟରେ ବର୍ତ୍ତମାନ ଶ୍ରେୟସଙ୍କ ପତ୍ନୀ ଦୀପ୍ତି ଶ୍ରେୟସ୍ ତଲପଡେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଅଭିନେତା ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ସେ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବେ ।

ଦୀପ୍ତି ଶ୍ରେୟସ୍ ତଲପଡେ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, 'ପ୍ରିୟ ବନ୍ଧୁଗଣ, ଆପଣ ମୋ ସ୍ବାମୀଙ୍କ ଅବସ୍ଥା ବିଷୟରେ ଚିନ୍ତା ପ୍ରକଟ କରିଛନ୍ତି ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ନେଇ ମୁଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ଅଛି ଏବଂ ସେ କିଛି ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେବେ । ଡାକ୍ତରୀ ଟିମ ଏବଂ ମୁଁ ସମସ୍ତ ବିଶେଷଜ୍ଞଙ୍କୁ କୃତଜ୍ଞତା ଜଣାଉଛି ଯେଉଁମାନେ ତାଙ୍କର ଚିକିତ୍ସା କ୍ଷେତ୍ରରେ ସହଯୋଗ କରିଛନ୍ତି । ଆମର ଗୋପନୀୟତା ରକ୍ଷା କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଆପଣଙ୍କ ଏହି ନିଃସ୍ୱାର୍ଥ ସମର୍ଥନ ଆମ ଦୁହିଁଙ୍କୁ ଅଧିକ ଶକ୍ତିଶାଳୀ କରିଛି ।'

ସୂଚନା ଅନୁସାରେ, ଶ୍ରେୟସ୍ ତଲପଡେ ଫୁଲ୍ ଅନ୍ କମେଡି ଫିଲ୍ମ 'ୱେଲକମ ଟୁ ଜଙ୍ଗଲ'ରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ସୁଟିଂ ଜାରି ରହିଥିବା ବେଳେ ଅଭିନେତା ସୁଟିଂ ପରେ ଅଭିନେତା ହୃଦଘାତରେ ପୀଡିତ ହୋଇଥିଲେ। କାଲି ସନ୍ଧ୍ୟାରେ ସୁଟିଂ ସାରି ଘରକୁ ପହଞ୍ଚିବା ପରେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ସେ ଅଚେତ୍‌ ହୋଇଯାଇଥିଲେ । ଅଭିନେତାଙ୍କୁ ସଙ୍ଗେ ସଙ୍ଗେ ଅନ୍ଧେରୀ ୱେଷ୍ଟ ଅଞ୍ଚଳର ବେଲଭ୍ୟୁ ହସ୍ପିଟାଲକୁ ନିଆଯାଇଥିଲା । ରାତି ପ୍ରାୟ ୧୦ଟା ବେଳେ ଡାକ୍ତର ଶ୍ରେୟସଙ୍କ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି । ବର୍ତ୍ତମାନ ଅଭିନେତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ଏହା ମଧ୍ୟ ପଢନ୍ତୁ: ବଲିଉଡ୍ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃଦଘାତ

ୱେଲକମ୍ ଟି ଦ ଜଙ୍ଗଲ ୱେଲକମ୍ ଫ୍ରାଞ୍ଚାଇଜର ତୃତୀୟ ସିକ୍ୱେଲ୍‌ ଅଟେ । ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଓ ଫିରୋଜ ଏ. ନାଡିୟାଡୱାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ରବୀନା ଟଣ୍ଡନ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଦିଶା ପଟାନୀ, ସଞ୍ଜୟ ଦତ୍ତ, ସୁନୀଲ ଶେଟ୍ଟୀ, ଅର୍ଶଦ ବାରସୀ, ପରେଶ ରାୱଲ, ଜନି ଲିଭର, ରାଜପାଲ ଯାଦବ, ତୁଷାର କପୁର, ଶ୍ରେୟାସ ତାଲପଡେ, କୃଷ୍ଣ ଅଭିଷେକ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ କିକୁ ଶାରଦା, ଦଲେର ମେହଦୀ, ମିକା ସିଂ, ସୟାଜୀ ସିନ୍ଦେ, ମୁକେଶ ତିୱାରୀ, ଜାକିର ହୁସେନ୍, ଯଶପାଲ ଶର୍ମା ଏବଂ ବୃହୀ କୋଡୱାରା ମଧ୍ୟ ନଜର ଆସିବେ । ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.