ହାଇଦ୍ରାବାଦ: ଶେହନାଜ ଗିଲ (Shehnaaz Gill) ଆଜିକାଲି ସୋସିଆଲ ମିଡିଆରେ ତାଙ୍କ ସଙ୍ଗୀତର ଦକ୍ଷତା ପ୍ରଦର୍ଶନ କରୁଛନ୍ତି । 'ବିଗ୍ ବସ୍ 13' ଫେମ୍ ଅଭିନେତ୍ରୀ ପୁଣି ଥରେ ତାଙ୍କ ଦୁଃଖ ଭରା ସ୍ୱରରେ 'ଲୋଗ୍ ହମ୍ସେ ଜଲତେ ହୈ' ଗୀତ ଗାଇ ପ୍ରଶଂସକଙ୍କୁ ଖୁସି କରିଛନ୍ତି । ଏହି ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେତେବେଳେ ଶେହନାଜ ଏହି ନୂଆ ଗୀତର ଭିଡିଓ ସେୟାର କରିଥିଲେ, ଲୋକମାନେ ଲିରିକ୍ସରୁ ସିଦ୍ଧାର୍ଥ ଶୁକ୍ଲା (Siddharth Shukla)ଙ୍କ ସହ ଯୋଡିବା ଆରମ୍ଭ କରିଛନ୍ତି । ପ୍ରଶଂସକମାନେ ଶେହନାଜ ଗିଲଙ୍କ ଗୀତକୁ ଖୁବ୍ ପସନ୍ଦ କରିଛନ୍ତି ।
- " class="align-text-top noRightClick twitterSection" data="
">
ଉଲ୍ଲେଖନୀୟ ଯେ, ସିଦ୍ଧାର୍ଥ ଏବଂ ଶେହନାଜଙ୍କ ଯୋଡିକୁ 'ବିଗ୍ ବସ୍ 13' ସମୟରେ ବହୁତ ଭଲପାଇବା ମିଳିଥିଲା । 'ବିଗ୍ ବସ୍ 13' ସମୟରେ ଘରେ ରହୁଥିବାବେଳେ ଏହି ଯୋଡି ଏତେ ଲୋକପ୍ରିୟ ହୋଇଥିଲା ଯେ, ଲୋକମାନେ ସେମାନଙ୍କୁ 'ସିଡନାଜ୍' ନାମରେ ଡାକିବା ଆରମ୍ଭ କରିଦେଇଥିଲେ । କିନ୍ତୁ ଗତ ବର୍ଷ ସିଦ୍ଧାର୍ଥଙ୍କ ହଠାତ୍ ଦେହାନ୍ତ ପରେ ଶେହନାଜ ଭାଙ୍ଗି ପଡିଥିଲେ। ସିଦ୍ଧାର୍ଥଙ୍କୁ ଏହି ଦୁନିଆ ଛାଡିବାର ବର୍ଷେ ହେବାକୁ ଯାଉଛି, କିନ୍ତୁ ଶେହନାଜ କିମ୍ବା ପ୍ରଶଂସକମାନେ ତାଙ୍କୁ ଏଯାଏ ଭୁଲି ପାରି ନାହାଁନ୍ତି ।
ବର୍ତ୍ତମାନ ଶେହନାଜ ଗିଲ ପୁଣି ଥରେ ନିଜ ହସ ଖୁସିର ଦିନକୁ ଫେରିବାକୁ ଚାହୁଁଛନ୍ତି । କେତେବେଳେ ନାଚ ତ କେତେବେଳେ ଗୀତ ଗାଇ ନିଜ କାମରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ଶେହନାଜ । ଏହା ବ୍ୟତୀତ ସୋସିଆଲ ମିଡିଆରେ ଅନେକ ଅପଡେଟ୍ ମଧ୍ୟ ଅଛି । ନିକଟରେ ଶେହନାଜ ଫିଲ୍ମ 'କବୀର ସିଂ'ରୁ' କ୍ୟା ହାଲ ହୋ ଗୟା ହୈ' ଗୀତ ଗାଇଥିବାର ଏକ ଭିଡିଓ ସେୟାର କରିଥିଲେ । ଏବେ ପୁଣି ଥରେ ସେ ଏକ ଗୀତ ଗାଇ ସିଦ୍ଧାର୍ଥଙ୍କୁ ମନେ ପକାଇଥିବା ଜଣାପଡିଛି ।
ଶେହନାଜ ଲୋକମାନଙ୍କୁ 'ଲୋଗ୍ ହମ୍ସେ ଜଲତେ ହୈ' ଗାତ ଗାଇ ଶୁଣାଇଛନ୍ତି । ଏହାକୁ ଗାଇବାବେଳେ ଶେହନାଜ ବହୁତ ଶାନ୍ତ ଦେଖାଯାଉଥିଲେ । ପ୍ରଶଂସକମାନେ ଏହା ଶୁଣିବା ପରେ ଶେହନାଜଙ୍କ ମଧୁର ସ୍ୱରକୁ ପ୍ରଶଂସା କରୁଥିବାବେଳେ ସେମାନେ ମଧ୍ୟ ଭାବପ୍ରବଣ ହେଉଛନ୍ତି । ଆପଣ ମଧ୍ୟ ଏହା ଶୁଣି ଭାବପ୍ରବଣ ହୋଇଯିବେ ।