ETV Bharat / entertainment

କାଶ୍ମୀର ଫାଇଲ୍ସ: ବିବେକ ଅଗ୍ନିହୋତ୍ରୀ ଓ ଶଶୀ ଥରୁରଙ୍କ ମଧ୍ୟରେ ଟ୍ୱିଟ୍ ଓ୍ୱାର

author img

By

Published : May 11, 2022, 4:07 PM IST

Updated : May 11, 2022, 5:44 PM IST

କାଶ୍ମୀର ଫାଇଲ୍ସକୁ ନେଇ ଦୁଇ ସେଲିବ୍ରିଟି ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ ଶଶି ଥରୁରଙ୍କ ମଧ୍ୟରେ ଟୁଇଟରେ ଦେଖିବାକୁ ମିଳିଛି ଶୀତଳ ଯୁଦ୍ଧ। ଅଧିକ ପଢନ୍ତୁ

କାଶ୍ମୀର ଫାଇଲ୍ସକୁ ନେଇ ଟ୍ବିଟର୍‌ରେ ମୁହାମୁହିଁ ହେଲେ ବିବେକ ଅଗ୍ନିହୋତ୍ରୀ ଓ ଶଶୀ ଥରୁର୍‌

ମୁମ୍ବାଇ: ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’କୁ ନନ୍-ଷ୍ଟପ୍ ରାଜନୀତି ଜାରି ରହିଛି । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ରିଲିଜ ହେବା ପରଠାରୁ ଏହା ଚର୍ଚ୍ଚାରେ ରହିଆସିଛି । କେହି କେହି ଫିଲ୍ମକୁ ମିଥ୍ୟା ଏବଂ ଷଡଯନ୍ତ୍ର କହିଲେ ତ କେହି କେହି କାଳ୍ପନିକ ବୋଲି କହିଲେ । ଏବେ ପୁଣି ଥରେ କାଶ୍ମୀର ଫାଇଲ୍ସକୁ ନେଇ ଦୁଇ ଦିଗଜ୍ ସେଲିବ୍ରିଟି ମୁହାଁମୁହିଁ ହୋଇଛନ୍ତି । ବର୍ତ୍ତମାନ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଏବଂ କେରଳ ଥିରୁଅନନ୍ତପୁରମ୍ ସାଂସଦ ଶଶି ଥରୁରଙ୍କ ମଧ୍ୟରେ ଟୁଇଟରେ ଦେଖିବାକୁ ମିଳିଛି ଶୀତଳ ଯୁଦ୍ଧ।

'କାଶ୍ମୀର ଫାଇଲ' ଉପରେ ଶଶି ଥରୁରଙ୍କ ବୟାନ

ସିଙ୍ଗାପୁରରେ ‘କାଶ୍ମୀର ଫାଇଲ’କୁ ବ୍ୟାନ୍‌ ଖବର ଆସିବା ପରେ ଏହି ସମସ୍ତ ବିବାଦ ଆରମ୍ଭ ହୋଇଥିଲା। ଏହାର କାରଣ ହେଉଛି କାଶ୍ମୀର ଫାଇଲରେ ମୁସଲମାନମାନଙ୍କର ଏକ ଦିଗ ଉପରେ ଦର୍ଶାଯାଇଛି। ଚଳଚ୍ଚିତ୍ରଟିକୁ ଉତ୍ତେଜକ ବୋଲି କୁହାଯାଇଛି। ସିଙ୍ଗାପୁରର ଚ୍ୟାନେଲ ନ୍ୟୁଜ୍ ଏସିଆର ଆର୍ଟିକିଲ୍ ସେୟାର କରି ଶଶି ଥରୁର ଏକ ଟ୍ୱିଟରେ ଲେଖିଛନ୍ତି - ‘ଭାରତୀୟ ଶାସକ ଦଳ ଦ୍ବାରା ପ୍ରୋତ୍ସାହିତ(ପ୍ରମୋଟେଡ୍‌) ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’କୁ ସିଙ୍ଗାପୁରରେ ବ୍ୟାନ୍‌ କରାଯାଇଛି। ଏହି ଟୁଇଟ୍ ଜରିଆରେ ଥରୁରଙ୍କ ଟାର୍ଗେଟ ବିଜେପି ଆଡକୁ ଥିଲା ।

ବିବେକ ଅଗ୍ନିହୋତ୍ରୀ ଦେଲେ ଶଶି ଥରୁରଙ୍କୁ ଜବାବ

ଏହା ପରେ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଶଶି ଥରୁରଙ୍କ କମେଣ୍ଟର ଜବାବ୍‌ ଦେବାକୁ ବେଶୀ ସମୟ ନେଇନଥିଲେ। ନେତାଙ୍କୁ ତାଙ୍କ ଭାଷାରେ ପ୍ରତିକ୍ରିୟା ଦେଇ ସେ ଲେଖିଛନ୍ତି - 'ପ୍ରିୟ fopdoodle (ଷ୍ଟୁପିଡ), gnashnab (ସବୁବେଳେ ଅଭିଯୋଗ କରୁଥିବା ବ୍ୟକ୍ତି), ସିଙ୍ଗାପୁର ସେନ୍‌ସର ହେଉଛି ବିଶ୍ବର ସବୁଠାରୁ ଅଧିକ ପ୍ରତିକ୍ରିୟାଶୀଳ ସେନ୍‌ସର। ଏମାନେ ତ ଲାଷ୍ଟ୍‌ ଟେମ୍ପଟେସନ୍‌ ଅଫ୍‌ ଖ୍ରୀଷ୍ଟ୍‌ (The Last Temptations of Jesus) କୁ ମଧ୍ୟ ବ୍ୟାନ କରିଥିଲେ । ଏପରିକି ଏକ ରୋମାଣ୍ଟିକ୍ ଚଳଚ୍ଚିତ୍ର ଲୀଲା ହୋଟଲ୍‌ ଫାଇଲ୍ସ ( The Leela Hotel Files) କୁ ମଧ୍ୟ ବ୍ୟାନ କରିଥିଲେ । ଦୟାକରି କାଶ୍ମୀର ହିନ୍ଦୁଙ୍କୁ ନେଇ ପରିହାସ କରିବା ବନ୍ଦ କରନ୍ତୁ।’

ଏହି ଟୁଇଟ୍ ସହିତ ବିବେକ ଅଗ୍ନିହୋତ୍ରୀ ସିଙ୍ଗାପୁରରେ ବ୍ୟାନ ହୋଇଥିବା 48 ଟି ଲୋକପ୍ରିୟ ଚଳଚ୍ଚିତ୍ରର ଏକ ତାଲିକା ଯୋଡିଛନ୍ତି । ଏଥିରେ କିଛି ଚଳଚ୍ଚିତ୍ରକୁ ତ IMDb ରେ 8 ଟି ରେଟିଂ ମିଳିଛି। ଦ୍ୱିତୀୟ ଟ୍ୱିଟରେ ବିବେକ ଅଗ୍ନିହୋତ୍ରୀ ଶଶି ଥରୁରଙ୍କୁ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ଉଦାହରଣ ଦେଇଛନ୍ତି।

ଥରୁରକୁ ଟାର୍ଗେଟ କଲେ ବିବେକ ଅଗ୍ନିହୋତ୍ରୀ

ବିବେକ ଅଗ୍ନିହୋତ୍ରୀ ଆହୁରି ଲେଖିଛନ୍ତି- ଏହା ସତ୍ୟ କି ସୁନନ୍ଦା ପୁଷ୍କର ଜଣେ କାଶ୍ମୀର ହିନ୍ଦୁ ଥିଲେ ? କଣ ଯୋଡା ଯାଇଥିବା ସ୍କ୍ରିନସଟ ସତ ? ... ଯଦି ହଁ ତେବେ ହିନ୍ଦୁ ରୀତିନୀତି ଅନୁଯାୟୀ, ତୁମେ ତୁମର ଟ୍ୱିଟକୁ ଡିଲିଟ କରିବା ଉଚିତ ଏବଂ ଜଣେ ମୃତ ବ୍ୟକ୍ତିଙ୍କୁ ସମ୍ମାନ ଦେବା ପାଇଁ ତାଙ୍କ ଆତ୍ମାକୁ କ୍ଷମା ମାଗିବା ଉଚିତ । ବିବେକ ଅଗ୍ନିହୋତ୍ରୀ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଥିବା ସ୍କ୍ରିନ ସଟ ହେଉଛି ସୁନନ୍ଦା ପୁଷ୍କରଙ୍କର ଏକ ପୁରୁଣା ଟ୍ୱିଟ, ଯେଉଁଥିରେ ସେ କାଶ୍ମୀର ବୋଲି କହିଥିଲେ ।

ତେବେ ବିବେକ ଅଗ୍ନିହୋତ୍ରୀଙ୍କ ଏହି ଟ୍ୱିଟରେ ନେତା ଶଶି ଥରୁରଙ୍କ ପ୍ରତିକ୍ରିୟା କ’ଣ ଆସୁଛି ତାହା ଦେଖିବାକୁ ବାକି ରହିଲା। ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ ବିଷୟରେ କହିବାକୁ ଗଲେ ଏହା ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି​​ । ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି । ଏଥିରେ କାଶ୍ମୀରୀ ପଣ୍ଡିତମାନଙ୍କ ଯନ୍ତ୍ରଣା, ସଂଘର୍ଷ ଏବଂ ଆଘାତକୁ ଚିତ୍ରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2022, 5:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.