ETV Bharat / entertainment

ଜବାନରେ ଗାର୍ଲ୍ସଗ୍ୟାଙ୍ଗକୁ ନେଇ ଫ୍ୟାନ୍ସ କଲେ ଏମିତି ପ୍ରଶ୍ନ, ଜବାବ ଦଲେ ଶାହାରୁଖ - ଶାହାରୁଖ ଖାନ

ହଲ୍‌ରେ ଜବାନର ଧମାଲ ଜାରି ରହିଛି । ଏହି ଫିଲ୍ମରେ ନୟନତାରା, ଦୀପିକା ପାଦୁକୋନ, ସାନିଆ ମଲହୋତ୍ରା, ରିଦ୍ଧି ଡୋଗ୍ରା, ପ୍ରିୟାମଣିଙ୍କ ଭଳି ଅନେକ ଅଭିନେତ୍ରୀ ନଜର ଆସିଛନ୍ତି । ଜବାନର ଏହି ଗାର୍ଲ୍ସଗ୍ୟାଙ୍ଗକୁ ନେଇ ଫ୍ୟାନ୍ସ ଶାହାରୁଖଙ୍କୁ କିଛି ଏମିତି ପ୍ରଶ୍ନ ପଚାରିଛନ୍ତି, ଯାହାର ଜବାବ ଦେଇଛନ୍ତି ଅଭିନେତା । ଅଧିକ ପଢନ୍ତୁ

ଜବାନରେ ଗାର୍ଲ୍ସଗ୍ୟାଙ୍ଗକୁ ନେଇ ଫ୍ୟାନ୍ସ କଲେ ଏମିତି ପ୍ରଶ୍ନ, ଜବାବ ଦଲେ ଶାହାରୁଖ

author img

By ETV Bharat Odisha Team

Published : Sep 10, 2023, 5:52 PM IST

ହାଇଦ୍ରାବାଦ: ଅଟଲିଙ୍କ ଡେବ୍ୟୁ ବଲିଉଡ ଫିଲ୍ମ 'ଜବାନ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ଫିଲ୍ମ ରିଲିଜ ହେବାର 3 ଦିନ ବିତିଗଲାଣି ଏବଂ ଫିଲ୍ମ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଏହି ଫିଲ୍ମ ତିନି ଦିନ ମଧ୍ୟରେ 200 କୋଟି କ୍ଲବରେ ସାମିଲ ହୋଇଛି । ସେପଟେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଏହି ସମୟରେ ଜଣେ ପ୍ରଶଂସକ ଶାହାରୁଖ ଖାନଙ୍କୁ 'ଜବାନ' ଗର୍ଲ୍ସଗ୍ୟାଙ୍ଗକୁ ନେଇ ପ୍ରଶ୍ନ ପଚାରିଛନ୍ତି, ଯାହାର କିଙ୍ଗ୍‌ ଖାନ ମଧ୍ୟ ଏକ ମଜାଳିଆ ଭାବେ ଉତ୍ତର ଦେଇଛନ୍ତି ।

ଫିଲ୍ମର କ୍ରେଜ୍‌ ଏବଂ ଫ୍ୟାନ୍ସଙ୍କ ଭଲପାଇବା ଦେଖି ଶାହାରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ଏକ୍ସରେ ପୋଷ୍ଟ ସେୟାର କରି ଧନ୍ୟବାଦ ଜଣାଇଛନ୍ତି । ଏହି ସମୟରେ ଜଣେ ପ୍ରଶଂସକ ଶାହାରୁଖଙ୍କୁ ଲେଖିଛନ୍ତି, ସାର୍ ଫିଲ୍ମରେ ଏତେ ଝିଅ କାହିଁକି ଅଛନ୍ତି ? ଏହା ଉପରେ ଶାହାରୁଖ ଖାନ ପ୍ରଶଂସକଙ୍କୁ ଜବାବ ଦେଇ ମା' ଏବଂ ଝିଅମାନଙ୍କୁ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି । ଅଭିନେତା ଲେଖିଛନ୍ତି, 'କାହିଁକି ଏସବୁ ଗଣୁଛ । ମୋ ଚେହେରାକୁ ଗଣ। ହୃଦୟରେ ଭଲପାଇବା ଏବଂ ସମ୍ମାନ ରଖ । ମା' ଏବଂ ଝିଅଙ୍କୁ ସମ୍ମାନ କର ଏବଂ ଆଗକୁ ବଢ ।'

ସୂଚନା ଥାଉ କି, ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ'ରେ ଗାର୍ଲ୍ସଗ୍ୟାଙ୍ଗ ରହିଛନ୍ତି । ନୟନତାରା, ରିଦ୍ଧି ଡୋଗ୍ରା, ପ୍ରିୟମଣି, ସାନିଆ ମଲହୋତ୍ରା, ଲେହର ଖାନ ଏବଂ ସଞ୍ଜିତା ଭଟ୍ଟାଚାର୍ଯ୍ୟ, ଦୀପିକା ପାଦୁକୋନ ପ୍ରମୁଖ ଫିଲ୍ମରେ ଅଛନ୍ତି । ଏନେଇ ପ୍ରଶଂସକ ପ୍ରଶ୍ନ ଉଠାଇବାରୁ ଶାହାରୁଖ ଖାନ ଏଭଳି ଭାବେ ପ୍ରତିକ୍ରିୟା ଦେଇଛନ୍ତି । ଏହି ଫିଲ୍ମଟି ଶାହାରୁଖଙ୍କ ପ୍ରଡକ୍ସନ୍ କମ୍ପାନୀ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ହୋଇଥିବା ବେଳେ ନିର୍ଦ୍ଦେଶକ ଅଟଲି ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହା ଏକ ଆକ୍ସନ୍-ଡ୍ରାମା ଫିଲ୍ମ ଯେଉଁଥିରେ ଶାହାରୁଖ୍‌ଙ୍କ ଡବଲ ରୋଲ୍‌ ଦେଖିବାକୁ ମିଳିଛି । ତେବେ ଅଟଲି, ନୟନତାରାଙ୍କ ସହ ବିଜୟ ସେଥୁପତିଙ୍କ ସହ ପ୍ରଥମ ଥର ପାଇଁ କାମ କରିଛନ୍ତି ଶାହାରୁଖ ।

ଏହା ମଧ୍ୟ ପଢନ୍ତୁ: ଜବାନରେ ଶାହାରୁଖଙ୍କ ମା' ଭୂମିକାରେ ରିଦ୍ଧିଙ୍କୁ ପ୍ରଶଂସା, ସେୟାର କଲେ ଅନୁଭୂତି

ଫିଲ୍ମର କଲେକ୍ସନ ବିଷୟରେ କହିବାକୁ ଗଲେ, ରିଲିଜ୍ ହେବାର ପ୍ରଥମ ଦିନରେ 'ଜବାନ୍' 75 କୋଟି ଟଙ୍କା ଆୟ କରିଥିଲା । ଦ୍ୱିତୀୟ ଦିନରେ ଫିଲ୍ମର ଆୟରେ ହ୍ରାସ ଘଟିଥିଲା ​​ଏବଂ ଫିଲ୍ମଟି ମାତ୍ର 53 କୋଟି ଟଙ୍କା ବ୍ୟବସାୟ କରିଥିଲା । ତୃତୀୟ ଦିନରେ ଫିଲ୍ମ 74.5 କୋଟି ଟଙ୍କା ଆୟ କରିଛି । ତେବେ ଫିଲ୍ମର ମୋଟ କଲେକ୍ସନ 202.73 କୋଟିକୁ ବୃଦ୍ଧି ହୋଇଥିଲା । ବର୍ତ୍ତମାନ 4ର୍ଥ ଦିନରେ ଫିଲ୍ମ 80 କୋଟି ଆୟ କରିପାରେ ବୋଲି ଅନୁମାନ କରାଯାଉଛି । ତେବେ ଫିଲ୍ମ ଭାରତର ମୋଟ ବକ୍ସ ଅଫିସ କଲେକ୍ସନ 282.73କୁ ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.