ETV Bharat / entertainment

କିଙ୍ଗ ଖାନଙ୍କ ପତ୍ନୀ ଗୌରୀଙ୍କୁ ଇଡି ନୋଟିସ୍, ଜାଣନ୍ତୁ ଖବର କେତେ ସତ - Gauri Khan Receives Ed Notice is Not True

Fake Alert: ବଲିଉଡ କିଙ୍ଗଖାନ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଇଡି ନୋଟିସ ଜାରି କରିଥିବା ମାମଲା । ବର୍ତ୍ତମାନ ଇଡି ଏହି ଘଟଣାକୁ ମିଥ୍ୟା ବୋଲି କହିଛି । ଇଡି ଏହି ମାମଲାରେ ଶାହରୁଖ ଖାନଙ୍କ ପତ୍ନୀଙ୍କୁ ନୋଟିସ ପଠାଇଥିବା ନେଇ ମନା କରିଦେଇଛି । ପୁରା ମାମଲା କ'ଣ ପଢନ୍ତୁ,

କିଙ୍ଗ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କୁ ଇଡିର ନୋଟିସ୍

author img

By ETV Bharat Odisha Team

Published : Dec 19, 2023, 5:48 PM IST

Updated : Dec 20, 2023, 4:36 PM IST

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କୁ ଇଡି ନୋଟିସ ଜାରି ମାମଲା । ସେ ଏକ ରିଅଲ୍ ଇଷ୍ଟେଟ୍ କମ୍ପାନୀକୁ ସମର୍ଥନ କରିଥିବା ଅଭିଯୋଗ ହୋଇଥିଲା ଯାହା ୩୦ କୋଟି ଟଙ୍କା ହଡପ ମାମଲାରେ ଜଡିତ । ତେବେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏହି ଖବରକୁ ମିଥ୍ୟା ବୋଲି କହିଛି । ରିପୋର୍ଟ ଅନୁଯାୟୀ, ଗୌରୀ ଖାନଙ୍କୁ ପଠାଯାଇଥିବା ନୋଟିସକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମିଥ୍ୟା ବୋଲି କହିଛି । ତାଙ୍କ ବିରୋଧରେ କୌଣସି ନୋଟିସ୍‌ ଜାରି କରାଯାଇନାହିଁ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ପ୍ରସ୍ତୁତି କରାଯାଉ ନାହିଁ ବୋଲି କହିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ରିଅଲ୍ ଇଷ୍ଟେଟ୍ କମ୍ପାନୀ ତୁଲସିଆନି ଗ୍ରୁପ୍ ସ୍କାମ ସହ କୋଟି କୋଟି ଟଙ୍କାର ଟଙ୍କା ହେରଫେର ମାମଲାରେ ଜଡିତ ରହିଛି । ତେବେ ଏହି କମ୍ପାନୀର ଯାଞ୍ଚରେ ଟଙ୍କା ହଡପ ଅଭିଯୋଗରେ ଗୌରୀ ଖାନ ନାଁ ମଧ୍ୟ ରହିଛି । କାରଣ ଗୌରୀ ଖାନ ତୁଲସିଆନି ଗ୍ରୁପର ବ୍ରାଣ୍ଡ ଆମ୍ବାସାଡର ହୋଇଥିବା ବେଳେ ତୁଳସୀ ଗ୍ରୁପ୍ ୩୦ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି । ସେ କମ୍ପାନୀ ସହ ଜଡିତ ଥିବା ନେଇ ତାଙ୍କୁ ନୋଟିସ୍ ଜାରି କରାଯାଇଥିବା ସୂଚନା ମିଳିଥିଲା । ଏହି କମ୍ପାନୀ ଲକ୍ଷ୍ନୌର ହୋଇଥିବା ବେଳେ ତାଙ୍କ ବିରୋଧରେ ଇଡି ଲକ୍ଷ୍ନୌ ଏକ ନୋଟିସ ଜାରି କରି ମୁମ୍ବାଇର ସ୍ଥାନୀୟ ୟୁନିଟରୁ ଅନୁମତି ମାଗିଥିବା ରିପୋର୍ଟରେ କୁହାଯାଇଥିଲା । ଏବଂ ଅନୁମତି ପାଇବା ପରେ ଇଡି ଗୌରୀ ଖାନଙ୍କୁ ପଚରାଉଚରା କରିଥାନ୍ତା ।

ଏହା ମଧ୍ୟ ରିପୋର୍ଟରେ କୁହାଯାଇଥିଲା ଯେ, ଗୌରୀ ଖାନ ଅଭିଯୋଗର ଏକ ଅଂଶ ଥିବାରୁ ତାଙ୍କ ବିବୃତ୍ତି ନିଆଯିବ। ଇଡି ଏନେଇ ଗୌରୀ ଖାନଙ୍କୁ ପଚରାଉଚରା କରିବ। ଗୌରୀଙ୍କୁ ବ୍ରାଣ୍ଡ ଆମ୍ବାସାଡର କରିବା ପାଇଁ ତୁଲସିଆନି ଗ୍ରୁପ୍ କେତେ ଟଙ୍କା ଦେଇଛି ଏବଂ ତାଙ୍କୁ ଏହି ଟଙ୍କା କିପରି ଦିଆଯାଇଥିଲା । ଏଥିପାଇଁ କେଉଁ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ଏବଂ ଏହି ଚୁକ୍ତିନାମାର କାଗଜପତ୍ର ଗୌରୀ ଖାନଙ୍କ ଠାରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରୁ ମଧ୍ୟ ନିଆଯାଇଥାନ୍ତା ।

ସୂଚନା ଥାଉ କି, ରାଜଧାନୀ ଲକ୍ଷ୍ନୌରେ ଅବସ୍ଥିତ ସୁଶାନ୍ତ ଗଲ୍ଫ ସିଟିରେ ତୁଳସୀ ଗ୍ରୁପ୍ ର ଏକ ପ୍ରକଳ୍ପ ଅଛି । ମୁମ୍ବାଇ ବାସିନ୍ଦା କିରିଟ ଜସୱନ୍ତ ଶାହା 2015ରେ ଏହି ପ୍ରକଳ୍ପରେ 85 ଲକ୍ଷ ଟଙ୍କାରେ ଫ୍ଲାଟ କିଣିଥିଲେ, କିନ୍ତୁ କମ୍ପାନୀ ତାଙ୍କୁ ଏହି ସମ୍ପତ୍ତି ଦେଇନାହିଁ କିମ୍ବା ରାଶି ଫେରସ୍ତ କରିନାହିଁ । ଏହି କାରଣରୁ ଜସୱନ୍ତ ଶାହା ନିକଟରେ ତୁଲସିଆନି ଗ୍ରୁପ୍ ନିର୍ଦ୍ଦେଶକ ଅନିଲ କୁମାର ତୁଲସିଆନି, ମହେଶ ତୁଲସିଆନି ଏବଂ ଗୌରୀ ଖାନଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ତେବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୌଣସି ନୋଟିସ୍‌ ପଠାଯାଇନଥିବା ଇଡି ପକ୍ଷରୁ କୁହାଯାଇଛି । ଏହି ଖବର ମିଥ୍ୟା ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଆଇନ ଜାଲରେ ଫସିଲେ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ

Last Updated : Dec 20, 2023, 4:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.