ETV Bharat / entertainment

Jawan Box Office Collection: ପଠାନର ରେକର୍ଡ ଭାଙ୍ଗିଲା ଜବାନ, 700 କୋଟି କ୍ଲବରେ ଫିଲ୍ମ

author img

By ETV Bharat Odisha Team

Published : Sep 17, 2023, 10:43 AM IST

ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ରିଲିଜକୁ ଆଜି 11 ଦିନ ବିତିଛି । ଫିଲ୍ମ 10ମ ଦିନ ମଧ୍ୟରେ ଭାରତରେ 400କୋଟି ପାର୍ କରିଥିବା ବେଳେ ବିଶ୍ବରେ 700 କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ । ଏହିପରି ଅଭିନେତାଙ୍କ ଫିଲ୍ମ ଜବାନ ନିଜର ବ୍ଲକବଷ୍ଟର ଫିଲ୍ମ 'ପଠାନ୍'ର ରେକର୍ଡ ଭାଙ୍ଗିଛନ୍ତି । ଅଧିକ ପଢନ୍ତୁ

Jawan Box Office Collection: ପଠାନର ରେକର୍ଡ ଭାଙ୍ଗିଲା ଜବାନ, 700କୋଟି କ୍ଲବରେ ସାମିଲ ହେଲା ଫିଲ୍ମ

ହାଇଦ୍ରାବାଦ: ବଲିଉଡ କିଙ୍ଗଖାନ ଶାହାରୁଖ ଖାନଙ୍କ ଫିଲ୍ମ ଜବାନର କ୍ରେଜ ଲଗାତାର ଜାରି ରହିଛି । ଦିନକୁ ଦିନ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛି । କେବଳ ଭାରତରେ ନୁହେଁ ବରଂ ବିଶ୍ବରେ ଶାହାରୁଖଙ୍କ ଜଲୱା ଦେଖିବାକୁ ମିଳିଛି । ଫିଲ୍ମ ଜବାନ ରିଲିଜକୁ ଆଜି 11 ଦିନ ବିତିଛି । 10ଦିନ ମଧ୍ୟରେ ଭାରତରେ 400କୋଟି ଏବଂ ବିଶ୍ବରେ 700କୋଟି କ୍ଲବରେ ସାମିଲ ହୋଇ ପଠାନର ରେକର୍ଡକୁ ଭାଙ୍ଗିଛି ।

ଫିଲ୍ମ 9ମ ଦିନର କଲେକ୍ସନ ସହ ବିଶ୍ବ ବକ୍ସ ଅଫିସରେ ଫିଲ୍ମ 735.02 କୋଟି ଟଙ୍କା ରୋଜଗାର କରି ଆଉ ଏକ ରେକର୍ଡ ସୃଷ୍ଟି କରିଛି । ସେହିପରି 'ଜବାନ୍' ଭାରତୀୟ ବକ୍ସ ଅଫିସରେ 400 କୋଟି ଟଙ୍କାର କ୍ଲବରେ ସାମିଲ ହୋଇଛି । ଏହି ଚଳଚ୍ଚିତ୍ରଟି ନବମ ଦିନରେ ମାତ୍ର 18.1 କୋଟି ଟଙ୍କା ବ୍ୟବସାୟ କରିଥିଲା । ଏବେ ଫିଲ୍ମର ଦଶମ ଦିନର ରୋଜଗାର ମଧ୍ୟ ପ୍ରକାଶ ପାଇଛି । ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, 'ଜବାନ୍' ରିଲିଜ୍ ହେବାର ଦଶମ ଦିନରେ 31.50 (ଆନୁମାନିକ) କୋଟି ଟଙ୍କା ବ୍ୟବସାୟ କରିଛି ଏବଂ ଏହା ସହ ଫିଲ୍ମର ମୋଟ ସଂଗ୍ରହ 440.48 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଶାହାରୁଖ ଖାନ 4ବର୍ଷ ପରେ ଚଳିତ ବର୍ଷ ଫିଲ୍ମ ପଠାନ ସହ ବଡ ପରଦାକୁ ଫେରିଥିଲେ । ଜବାନ ଏହି ବର୍ଷର ତାଙ୍କର 2ୟ ଫିଲ୍ମ । ପଠାନ 1000କୋଟିରୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଥିଲା । ବର୍ତ୍ତମାନ ଜବାନ ବି ଇତିହାସ ରଚିବ ବୋଲି ଆଶା କରାଯାଉଛି । ତେବେ ଉଭୟ ଫିଲ୍ମର ଆୟ ରେକର୍ଡ ଅନୁସାରେ, ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ନିଜର ବ୍ଲକବଷ୍ଟର ହିଟ୍ ଫିଲ୍ମ 'ପଠାନ'ର ରେକର୍ଡକୁ' ଭାଙ୍ଗିଛନ୍ତି । ବାସ୍ତବରେ, 'ଜବାନ୍' ରିଲିଜ୍ ହେବାର ଦଶମ ଦିନରେ 31.50 କୋଟି ଟଙ୍କା ଆୟ କରିଥିବାବେଳେ ତାଙ୍କର ପୂର୍ବ ଚଳଚ୍ଚିତ୍ର 'ପଠାନ୍' ଦଶମ ଦିନରେ ମାତ୍ର 14 କୋଟି ଟଙ୍କା ଆୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ:Deepika on bond with Shah Rukh Khan: 'ଆମେ ପରସ୍ପରର ଲକି ଚାର୍ମ' କହିଲେ ମସ୍ତାନୀ

ସୂଚନା ଥାଉ କି, ଶାହାରୁଖ ଖାନଙ୍କ ଫିଲ୍ମ 'ଜବାନ' 7 ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। ରିଲିଜ୍ ହେବାର 10 ଦିନ ମଧ୍ୟରେ ଏହି ଫିଲ୍ମ ବକ୍ସ ଅଫିସରେ ଅନେକ ରେକର୍ଡ ସୃଷ୍ଟି କରିଛି ଏବଂ ଅନେକ ଫିଲ୍ମର ରେକର୍ଡ ମଧ୍ୟ ଭାଙ୍ଗିଛି । ଅଟଲିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ସେଥୁପଥି, ନୟନତାରା ନଜର ଆସିଥିବା ବେଳେ ଏମାନଙ୍କ ସହ ପ୍ରଥମ ଥର ପାଇଂ କାମ କରିଛନ୍ତି ଶାହାରୁଖ ଖାନ । ତେବେ 'ଜବାନ' ପରେ କିଙ୍ଗ ଖାନ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଡୁଙ୍କି'ରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ। 'ଡୁଙ୍କି' ଶାହାରୁଖ ଖାନଙ୍କ ଚଳିତ ବର୍ଷର ତୃତୀୟ ଚଳଚ୍ଚିତ୍ର ହେବ । ତାପସୀ ପନ୍ନୁ ଏହି ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.