ETV Bharat / entertainment

Jawan: ଚାଲିଛି ଜବାନ କ୍ରେଜ, ସୁପରସଣ୍ଡେରେ ଆଡଭାନ୍ସ ବୁକିଂରେ ଫିଲ୍ମ କଲା ଏତିକି କଲେକ୍ସନ

author img

By ETV Bharat Odisha Team

Published : Sep 10, 2023, 12:51 PM IST

ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ଜବାନ ମାତ୍ର 3 ଦିନ ମଧ୍ୟରେ ଭାରତରେ 200 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି । ରବିବାର ଜବାନଙ୍କ ପାଇଁ ସର୍ବାଧିକ ଆଡଭାନ୍ସ ବୁକିଂ ହୋଇଛି । ରିପୋର୍ଟ ଅନୁସାରେ ପ୍ରଥମ ରବିବାରରେ 80କୋଟି(ଆନୁମାନିକ) ଆୟ କରିପାରେ ବୋଲି କୁହାଯାଉଛି । ଅଧିକ ପଢନ୍ତୁ

ବକ୍ସ ଅଫିସରେ ଜବାନ କ୍ରେଜ, ସୁପରସଣ୍ଡେରେ ଶାହାରୁଖଙ୍କ ଫିଲ୍ମ ଆଡଭାନ୍ସ ବୁକିଂରେ କଲା ଏତିକି କଲେକ୍ସନ

ହାଇଦ୍ରାବାଦ: ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ବ୍ଲକବଷ୍ଟର ଆକ୍ସନ-ଥ୍ରୀଲର 'ଜବାନ'ର କ୍ରେଜ ଏବଂ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏହି ଫିଲ୍ମ ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ 240.47 କୋଟି ଟଙ୍କା ରୋଜଗାର କରିଥିବାବେଳେ 3 ଦିନ ମଧ୍ୟରେ ଭାରତରେ ମଧ୍ୟ 200 କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି । ତେବେ ଆଜି ଫିଲ୍ମ ରିଲିଜର 4ର୍ଥ ଦିନ ଅର୍ଥାତ୍ ପ୍ରଥମ ରବିବାର ସର୍ବାଧିକ ଆଡଭାନ୍ସ ବୁକିଂ ରେକର୍ଡ କରାଯାଇଛି । ଏହିପରି ଭାବେ ରବିବାର (ଛୁଟିଦିନ)ରେ ଫିଲ୍ମ ଦମଦାର କଲେକ୍ସନ କରିପାରେ ବୋଲି ଆଶା କରାଯାଉଛି।

ସାକ୍ନିଲ୍କିଙ୍କ ରିପୋର୍ଟ ଅନୁଯାୟୀ, 'ଜବାନ' କେବଳ ଆଡଭାନ୍ସ ବୁକିଂରେ 44.5 କୋଟି ଟଙ୍କା ରୋଜଗାର କରିଛି । ଏହି ଚଳଚ୍ଚିତ୍ରଟି ହିନ୍ଦୀରେ ପ୍ରାୟ 39.9 କୋଟି, ହିନ୍ଦୀ IMAX ରେ 1.31 କୋଟି ଏବଂ 4DXରେ 33 ଲକ୍ଷ ଟଙ୍କା ଆୟ କରିଛି । ଏଥିସହ ତାମିଲରେ 1.85 କୋଟି ଟଙ୍କା ଏବଂ ତେଲୁଗୁ ଭାଷାରେ 1.05 କୋଟି ଟଙ୍କା ବିକ୍ରି ହୋଇଛି । ତେବେ ଏହି କ୍ରମରେ ଫିଲ୍ମ ରିଲିଜର 4ର୍ଥ ଦିନ ଅର୍ଥାତ୍ ପ୍ରଥମ ରବିବାରରେ ମୋଟ ଆନୁମାନିକ 80 କୋଟି ରୋଜଗାର କରିପାରେ ବୋଲି କୁହାଯାଉଛି।

ସେପ୍ଟେମ୍ବର 7 ଅର୍ଥାତ ଗୁରୁବାର ଦିନ ପ୍ରେକ୍ଷାଳୟରେ 'ଜବାନ' ମୁକ୍ତିଲାଭ କରିଥିଲା । ଫିଲ୍ମ ରିଲିଜ ହେବାର ତିନି ଦିନ ବିତିଛି । ରିଲିଜ୍ ହେବାର ପ୍ରଥମ ଦିନରେ 'ଜବାନ୍' 75 କୋଟି ଟଙ୍କା ଆୟ କରିଥିଲା । ଦ୍ୱିତୀୟ ଦିନରେ ଫିଲ୍ମର ସଂଗ୍ରହରେ ହ୍ରାସ ଘଟିଥିଲା ​​ଏବଂ ଫିଲ୍ମଟି ମାତ୍ର 53 କୋଟି ଟଙ୍କା ବ୍ୟବସାୟ କରିଥିଲା । ତୃତୀୟ ଦିନରେ ଫିଲ୍ମ 74.5 କୋଟି ଟଙ୍କା ଆୟ କରିଛି । ତେବେ ଫିଲ୍ମର ମୋଟ ସଂଗ୍ରହ 202.73 କୋଟିକୁ ବୃଦ୍ଧି ହୋଇଥିଲା । ବର୍ତ୍ତମାନ 4ର୍ଥ ଦିନରେ ଯଦି ଫିଲ୍ମ 80 କୋଟି ଆୟ କରେ ତେବେ ଫିଲ୍ମ ଭାରତର ମୋଟ ବକ୍ସ ଅଫିସ କଲେକ୍ସନ 282.73କୁ ବୃଦ୍ଧି ପାଇବ । ସେପଟେ ଫିଲ୍ମର ନିର୍ମାତା ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ଏହାର ସୋସିଆଲ୍ ମିଡିଆରେ ଫିଲ୍ମ 200 କୋଟି ଟଙ୍କାର କ୍ଲବରେ ସାମିଲ ହେବା ନେଇ ସୂଚନା ଦେଇଥିଲେ । ପ୍ରଡକ୍ସନ୍ ହାଉସ୍ ଫିଲ୍ମର ପୋଷ୍ଟର ସେୟାର କରି ଲେଖିଛନ୍ତି, ମାତ୍ର 2 ଦିନରେ ଫିଲ୍ମ ବିଶ୍ବରେ 240.47 କୋଟି ଟଙ୍କା ଆୟ କରି ସଫଳତା ହାସଲ କରିଛି।

ଏହା ମଧ୍ୟ ପଢନ୍ତୁ: ବଲିଉଡ ପରେ ଜବାନର ଦିୱାନା ହେଲେ ସାଉଥ ସେଲିବ୍ରିଟି, ଶାହାରୁଖଙ୍କୁ କହିଲେ ବକ୍ସ ଅଫିସ ବାଦଶାହା

ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ 'ଜବାନ୍' ତାମିଲ ଚଳଚ୍ଚିତ୍ର ନିର୍ମାତା ଅଟଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । 'ଜବାନ'ର କାହାଣୀ ବିଷୟରେ କହିବାକୁ ଗଲେ ଏହା ଏକ ପିତା ଏବଂ ପୁଅର କାହାଣୀ ଯାହା ସାମାଜିକ ତଥା ରାଜନୈତିକ ପ୍ରସଙ୍ଗ ଉପରେ ନିର୍ମିତ ହୋଇଛି । ଶାହାରୁଖ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି ଏବଂ ଓପନିଂ ଦିନରେ ଏହା 129.6 କୋଟି ଟଙ୍କା ବ୍ୟବସାୟ କରିଥିଲା । ଏହା ସହିତ 'ଜବାନ୍' ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ଇତିହାସରେ ସବୁଠାରୁ ବଡ ଓପନର ଫିଲ୍ମ ହୋଇପାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.