ETV Bharat / entertainment

କୋରୋନା କହର, ଶାହାରୁଖ-କ୍ୟାଟ୍ରିନା ସଂକ୍ରମିତ - ଶାହରୁଖଙ୍କୁ କୋରୋନା

ବଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିଛି କୋରୋନା । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ କୋଭିଡ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ

ଶାହାରୁଖ କ୍ୟାଟ୍ରିନା ସଂକ୍ରମିତ
ଶାହାରୁଖ କ୍ୟାଟ୍ରିନା ସଂକ୍ରମିତ
author img

By

Published : Jun 6, 2022, 7:40 AM IST

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିଛି କୋରୋନା । ଜଣେ ପରେ ଜଣେ ସେଲିବ୍ରେଟି କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ କୋଭିଡ ସଂକ୍ରମିତ ହୋଇଛନ୍ତି । କୋଭିଡର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ଉଭୟ ସଂଗରୋଧରେ ରହିଛନ୍ତି ।

ଶାହାରୁଖ ଓ କ୍ୟାଟ୍ରିନ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ଉଭୟ ସ୍ବାବ ନମୂନା ପରୀକ୍ଷା କରିଥିଲେ । ରିପୋର୍ଟ ପଜିଟିଭି ଆସିଥିଲା । ନିୟମ ଅନୁସାରେ ଉଭୟ ନିଜକୁ ସଂଗରୋଧରେ ରଖିଛନ୍ତି । କ୍ୟାଟ୍ରିନା ସଂକ୍ରମିତ ହେବା ପରେ ଆବୁଧାବିରେ ଆୟୋଜିତ ହୋଇଥିବା ଆଇଫା ଆୱାର୍ଡ 2022 କାର୍ଯ୍ୟକ୍ରମରେ ସାମିଲ ହୋଇନାହାନ୍ତି । କ୍ୟାଟ୍ରିନାଙ୍କୁ ଦ୍ବିତୀୟ ଥର ପାଇଁ କୋରୋନା ହୋଇଥିବା ଜଣାପଡିଛି । ଆସନ୍ତା ସପ୍ତାହରେ 'ମେରି କ୍ରିସମାସ' ଚଳିଚ୍ଚିତ୍ରର ସୁଟିଂ ଆରମ୍ଭ କରିବାର ଥିଲା । ରିପୋର୍ଟ ପଜିଟିଭି ଆସିବା ପରେ ସୁଟିଂ ବନ୍ଦ ରଖାଯାଇଛି ।

ଏହା ପର୍ବରୁ ଆଦିତ୍ୟ ରାୟ କପୁର, କାର୍ତ୍ତିକ ଆରିୟନ ସଂକ୍ରମିତ ହୋଇଥିଲେ । ଅକ୍ଷୟ କୁମାର ମଧ୍ୟ ସଂକ୍ରମିତ ହୋଇଥିଲେ ବର୍ତ୍ତମାନ ସେ ସୁସ୍ଥ ହୋଇଥିବା ଜଣାପଡିଛି । ନିକଟରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ 50ତମ ଜନ୍ମ ଦିନ ଉତ୍ସବ ପାଳନ ହୋଇଥିଲା । ସେଥିରେ 50ରୁ ଅଧିକ ସେଲିବ୍ରିଟି ଯୋଗ ଦେଇଥିଲେ । ଉକ୍ତ ଉତ୍ସବ କୋରୋନା ସୁପରସ୍ପେଡର ସାଜିଥିବା ଅନୁମାନ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.