ETV Bharat / entertainment

ଫାଇନାଲରେ ଟିମ୍ ଇଣ୍ଡିଆ: ଶାହାରୁଖ ଏବଂ ରାଜାମୌଲି ସମେତ ଏହି ତାରକା ଜଣାଇଲେ ଶୁଭେଚ୍ଛା

author img

By ETV Bharat Odisha Team

Published : Nov 16, 2023, 12:18 PM IST

World Cup 2023: କ୍ରିକେଟ୍ ବିଶ୍ୱକପ୍ 2023ର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ 70 ରନ୍‌ରେ ପରାସ୍ତ କରି ଟିମ୍ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କରିଛି । ଏହି ବିଜୟ ପରେ ଶାହାରୁଖ ଖାନଙ୍କଠାରୁ ରାଜାମୌଲି ପର୍ଯ୍ୟନ୍ତ ଏହି ତାରକାମାନେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ଫାଇନାଲରେ ଟିମ୍ ଇଣ୍ଡିଆ: ଶାହାରୁଖ ଏବଂ ରାଜାମୌଲି ସମେତ ଏହି ତାରକା ଜଣାଇଲେ ଶୁଭେଚ୍ଛା
ଫାଇନାଲରେ ଟିମ୍ ଇଣ୍ଡିଆ: ଶାହାରୁଖ ଏବଂ ରାଜାମୌଲି ସମେତ ଏହି ତାରକା ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: କ୍ରିକେଟ୍ ବିଶ୍ୱକପ୍ 2023ର ପ୍ରଥମ ସେମିଫାଇନାଲରେ ଭାରତ ଏକ ରୋମାଞ୍ଚକର ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ 70 ରନରେ ପରାସ୍ତ କରି ଫାଇନାଲକୁ ଟିକେଟ୍ ନିଶ୍ଚିତ କରିଛି । ଟିମ୍ ଇଣ୍ଡିଆର ବିଜୟ ପଛରେ ଷ୍ଟାର ମାନଙ୍କ ମଧ୍ୟରେ ପ୍ରଥମ ନାମ ହେଉଛି ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ନାମ । ବ୍ୟାଟିଂରେ କିଙ୍ଗ କୋହଲି, ଶ୍ରେୟାସ ଆୟର ଏବଂ କ୍ୟାପଟେନ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି ଭାରତ । ତେବେ ଏହି ସାନଦଜାର ବିଜୟ ପରେ ଟିମକୁ ଦେଶ ତମାମ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ବଲିଉଡ ଏବଂ ସାଉଥ ତାରକାମାନେ ମଧ୍ୟ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।

ଟିମ ଇଣ୍ଡିଆକୁ ସେଲିବ୍ରିଟିଙ୍କ ଶୁଭେଚ୍ଛା
ଟିମ ଇଣ୍ଡିଆକୁ ସେଲିବ୍ରିଟିଙ୍କ ଶୁଭେଚ୍ଛା

ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ ନେଇ ବେଶ ଉତ୍ସାହିତ ଅଛନ୍ତି ବଲିଉଡ୍‌ରୁ ଆରମ୍ଭ କରି ସାଉଥ ସେଲିବ୍ରିଟିମାନେ । ଏହି ସମୟରେ ସୋସିଆଲ ମିଡିଆରେ ସେଲିବ୍ରିଟିମାନେ ଟିମ୍‌ ଇଣ୍ଡିଆର ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ସାଉଥ ଲୋକପ୍ରିୟ ଫିଲ୍ମ ନିର୍ମାତା ତଥା ଆରଆରଆର ନିର୍ଦ୍ଦେଶକ ରାଜାମୌଲି, ବଲିଉଡ୍‌ କିଙ୍ଗ ଖାନ ଶାହାରୁଖ ଖାନ, ଅଭିନେତ୍ରୀ କିଆରା ଆଡଭାନୀ, ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା, ଅଜୟ ଦେବଗନ, ବିକି କୌଶଲ, ଆୟୁଷ୍ମାନ ଖୁରାନାଙ୍କ ସମେତ ଅନେକ ସେଲିବ୍ରିଟି ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି ।

  • SUPER SEVEN SHAMI…
    YOU ARE THE MAN… 🙏🏻🙏🏻🙏🏻

    Can’t wait for SUNDAY BLAST…

    — rajamouli ss (@ssrajamouli) November 15, 2023 " class="align-text-top noRightClick twitterSection" data=" ">

ଶାହାରୁଖ ଖାନ ଗତକାଲି ରାତିରେ ନିଜର ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ୟୋ ବଏସ୍, କଣ ଟିମର ସ୍ପିରିଟ ​​ଏବଂ ଖେଳ, ବର୍ତ୍ତମାନ ଫାଇନାଲରେ ଜିତିବାର ସମୟ ଆସିଛି, ସର୍ବଶ୍ରେଷ୍ଠ ଭାରତ' । ସେହିପରି ରାଜାମୌଲି ଲେଖିଛନ୍ତି, 'ସୁପର ସେଭେନ୍ ଶାମି' । ଏବଂ ବିରାଟଙ୍କ ସଫଳତାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଏବଂ ଲେଖିଛନ୍ତି, ରେକର୍ଡଗୁଡିକ ଭାଙ୍ଗିବା ପାଇଁ ଉଦ୍ଦିଷ୍ଟ, କିନ୍ତୁ ସେ ତାଙ୍କର ଅବସର ଘୋଷଣା କରିବା ସମୟରେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି । କଙ୍ଗ କୋହଲି ।

ଟିମ ଇଣ୍ଡିଆକୁ ସେଲିବ୍ରିଟିଙ୍କ ଶୁଭେଚ୍ଛା
ଟିମ ଇଣ୍ଡିଆକୁ ସେଲିବ୍ରିଟିଙ୍କ ଶୁଭେଚ୍ଛା
  • Records are meant to be broken, but no one in their wildest dreams dreamt of breaking Sachin's record when he announced his retirement.

    And the KING emerged. 🔥🔥

    KOHLI 🙏🏻🙏🏻

ଅଜୟ ଦେବଗନ୍ ନିଜ ଇନଷ୍ଟାଷ୍ଟେରୀରେ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ପ୍ରଥମ ଇନିଂସରେ ଅଲରାଉଣ୍ଡ ପ୍ରଦର୍ଶନ ପରେ ମଦମ୍ମଦ ସାମିଙ୍କ ଚତ୍ମକାର ସ୍ପେଲ୍‌ । ଟିମ୍‌ ଇଣ୍ଡିଆକୁ ଧନ୍ୟବାଦ । ଏବେ କେବଳ ରବିବାରକୁ ଅପେକ୍ଷା । ଆୟୁଷ୍ମାନ୍ ଖୁରାନା ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, What Journey ! What Guy । ସେପଟେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ମଧ୍ୟ ଲେଖିଛନ୍ତି, କି ଚମତ୍କାର ପ୍ରଦର୍ଶନ ଟିମ୍ ଇଣ୍ଡିଆ । ବିରାଟ ଏବଂ ମହମ୍ମଦ ସାମୀଙ୍କ ମଧ୍ୟ ପ୍ରଶଂସା କରିଛନ୍ତି ଅଭିନେତା ।

ସୂଚନା ଥାଉ କି, ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ, ବିକି କୌଶଲ, ରଣବୀର କପୁର, ଜନ ଆବ୍ରାହମ, ଅନୁଷ୍କା ଶର୍ମାଙ୍କ ସମେତ ଅନେକ ତାରକା ଷ୍ଟାଡିୟମରେ ସାମିଲ ହୋଇଥିଲେ । ତେବେ ଏଥିରେ ଭାରତ ଦମଦାର ପ୍ରଦର୍ଶନ କରି ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ବର୍ତ୍ତମାନ ଫାଇନାଲରେ ପହଞ୍ଚିଛି ।

ଏହା ମଧ୍ୟ ପଢନ୍ତୁ: ବିରାଟ କୋହଲିଙ୍କ ରେକର୍ଡ: ବଲିଉଡ ଓ ସାଉଥ୍‌ ସେଲିବ୍ରିଟିଙ୍କ ନିକଟରୁ ଛୁଟିଲା ଶୁଭେଚ୍ଛାର ସୁଅ

ଆଜି 16 ନଭେମ୍ବରରେ କୋଲକାତାର ଇଡେନ୍ ଗାର୍ଡେନ୍ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ । 19 ନଭେମ୍ବରରେ ଅହମ୍ମଦାବାଦ ଷ୍ଟାଡିୟମରେ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଦଳ ଭାରତ ସହ ମୁହାଁମୁହିଁ ହେବ ବିଜୟୀ ଦଳ । ଟିମ୍ ଇଣ୍ଡିଆ 2011ରେ ଶେଷ ବିଶ୍ୱକପ୍ ଜିତିଥିଲା । ସେହିପରି ବର୍ତ୍ତମାନ ସମଗ୍ର ଦେଶ ପୁଣି ଟିମ୍ ଇଣ୍ଡିଆରୁ ବିଶ୍ୱକପ୍ ଆଶା କରୁଛି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.