ETV Bharat / entertainment

Box Office Collection day 18: ବକ୍ସ ଅଫିସରେ ଜାରି ରହିଛି ଜବାନର ଜଲଓ୍ୱା, ଫିଲ୍ମ ଏପର୍ଯ୍ୟନ୍ତ କେତେ ରୋଜଗାର କରିଛି ଜାଣନ୍ତୁ

author img

By ETV Bharat Odisha Team

Published : Sep 25, 2023, 8:52 AM IST

ପ୍ରେକ୍ଷାଳୟରେ ଶାହାରୁଖ ଖାନଙ୍କ ଫିଲ୍ମ ଜବାନ ରିଲିଜ ହେବାର 18 ଦିନ ହୋଇଗଲାଣି । ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରର ଜବରଦସ୍ତ ଜଲଓ୍ୱା ଦେଖିବାକୁ ମିଳୁଛି । ତୃତୀୟ ରବିବାର ଦିନ(ସେପ୍ଟେମ୍ବର 24) ମଧ୍ୟ ଏହି ଚଳଚ୍ଚିତ୍ର ଚମତ୍କାର ପ୍ରଦର୍ଶନ କରିଛି । ଅଧିକ ପଢ଼ନ୍ତୁ

ଜବାନର ଜଲଓ୍ୱା
ଜବାନର ଜଲଓ୍ୱା

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଫିଲ୍ମ ‘ଜବାନ’ ରିଲିଜ୍‌ ପରଠୁ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ପ୍ରଥମ ଦିନରେ ଭାରତୀୟ ବକ୍ସ ଅଫିସରେ 75 କୋଟି ଟଙ୍କା ଓପନିଂ ସହିତ ଏହି ଚଳଚ୍ଚିତ୍ର ରୋଜଗାର ଦୃଷ୍ଟିରୁ ଆଶ୍ଚର୍ଯ୍ୟଜନକ କମାଲ ଦେଖାଇଥିଲା । ଏହି ଚଳଚ୍ଚିତ୍ରଟି ସେପ୍ଟେମ୍ବର 7ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​। ଅର୍ଥାତ୍ ଏହି ଚଳଚ୍ଚିତ୍ରଟି 18 ଦିନ ଧରି ପ୍ରେକ୍ଷାଳୟରେ ଚାଲିଛି । 18ତମ ଦିନରେ ଚଳଚ୍ଚିତ୍ରଟି କିପରି ପ୍ରଦର୍ଶନ କରିଛି ଆସନ୍ତୁ ଜାଣିବା ।

ଏହା ପୂର୍ବରୁ ଆଶା କରାଯାଉଥିଲା ଯେ, 18ତମ ଦିନ ଅର୍ଥାତ ରବିବାର ଜବାନକୁ ନିଶ୍ଚିତ ଭାବରେ ଫାଇଦା ମିଳିବ । ଏବଂ ତାହା ହିଁ ଘଟିଲା । ସାକନିକ୍‌ର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଜବାନ୍ ତୃତୀୟ ରବିବାରରେ ଭାରତରେ ପ୍ରକାଶିତ ସମସ୍ତ ଭାଷା ସମେତ ମୋଟ 15 କୋଟି ଟଙ୍କା ଆୟ କରିଛି । ଏହି ଆକଳନ ଫିଲ୍ମର ଗତ କିଛି ଦିନର ରୋଜଗାରଠାରୁ ଅଧିକ । ଏହାପୂର୍ବରୁ 17 ଦିନରେ ଜବାନ 12.25 କୋଟି ଟଙ୍କା କଲେକ୍ସନ କରିଥିବାବେଳେ 16 ତମ ଦିନରେ ଏହା 7.6 କୋଟି ଟଙ୍କା କଲେକ୍ସନ କରିଥିଲା ।

ଏହା ମଧ୍ୟ ପଢନ୍ତୁ: RagNeeti wedding: ରାଘବଙ୍କ ସହ ପରିଣୀତି, ସାମ୍ନାକୁ ଆସିଲା ଓ୍ୱେଡିଂ ରିସେପ୍ସନ୍ ଫଟୋ

ଜବାନ ଏପର୍ଯ୍ୟନ୍ତ କେତେ ରୋଜଗାର କରିଛି ?

ଯଦି ତୃତୀୟ ରବିବାରର ଆନୁମାନିକ ଆୟ ଅନ୍ତର୍ଭୂକ୍ତ କରାଯାଏ, ତେବେ ଫିଲ୍ମ ଜବାନ 18 ଦିନ ମଧ୍ୟରେ ଭାରତୀୟ ବକ୍ସ ଅଫିସରେ ଫିଲ୍ମର ମୋଟ ଆୟ 560.83 କୋଟି ଟଙ୍କା ଅଟେ । ଏହି ଚଳଚ୍ଚିତ୍ରଟି ଯେପରି ଅଗ୍ରଗତି କରୁଛି, ଲାଗୁଛି ଖୁବଶୀଘ୍ର ଏହି ଚଳଚ୍ଚିତ୍ରଟି 600 କୋଟି ଟଙ୍କାର କ୍ଲବରେ ଏଣ୍ଟ୍ରି କରିବ ।

ଏହା ମଧ୍ୟ ପଢନ୍ତୁ: Jawan Box Office Collection: 'ଜବାନ୍' ଭାଙ୍ଗିବ 'ପଠାନ୍'ର ଲାଇଫଟାଇମ୍‌ କଲେକ୍ସନର ରେକର୍ଡ

କହିବାକୁ ଗଲେ, ଘରୋଇ ବକ୍ସ ଅଫିସରେ ରୋଜଗାର କ୍ଷେତ୍ରରେ ଶାହାରୁଖ ଖାନ ନିଜର ଚଳଚ୍ଚିତ୍ର ‘ପଠାନ’କୁ ‘ଜବାନ’ ଜରିଆରେ ପରାସ୍ତ କରିଛନ୍ତି । ପଠାନ ଭାରତୀୟ ବକ୍ସ ଅଫିସରେ ମୋଟ 543.05 କୋଟି ଟଙ୍କା ରୋଜଗାର କରିଥିଲା । ତେବେ, 17 ଦିନରେ ନିଜେ ଜବାନ ଏହି ସଂଖ୍ୟା ପାର୍‌ କରିଛି । ତଥାପି, ଯୁବକମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଶାହାରୁଖଙ୍କୁ ଅନେକ ଭିନ୍ନ ରୂପରେ ଦେଖିବାକୁ ମିଳିଛି । ଏହି ସିନେମାରେ ତାଙ୍କ ସହ ଦକ୍ଷିଣ ସିନେମାର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.