ETV Bharat / entertainment

ଇରା-ନୂପୁରଙ୍କ ରିସେପସନରେ ଜମିଲା ସେଲିବ୍ରିଟି ମେଳି, ଶାହାରୁଖ-ସଲମାନ ସମେତ ଏହି ଷ୍ଟାର ଆସିଲେ ନଜର

Ira-Nupur Wedding Reception: ଆମୀର ଖାନ ବି-ଟାଉନ ସେଲିବ୍ରିଟିଙ୍କ ପାଇଁ ଇରା ଖାନ ନୂପୁର ଶିଖରେଙ୍କ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ ପାର୍ଟି ଆୟୋଜିତ କରିଥିଲେ । ଏହି ପାର୍ଟିରେ ବି-ଟାଉନର ସେଲିବ୍ରିଟି, ଅନେକ ଶିଳ୍ପପତି ସମେତ ବହୁ ବରିଷ୍ଠ ବ୍ୟକ୍ତି ମଧ୍ୟ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 14, 2024, 11:07 AM IST

ଇରା-ନୂପୁରଙ୍କ ରିସେପସନରେ ଜମିଲା ସେଲିବ୍ରିଟିଙ୍କ ମେଳି, ଶାହାରୁଖ-ସଲମାନ ସମେତ ଏହି ତାରକା ଆସିଲେ ନଜର

ହାଇଦ୍ରାବାଦ: ଉଦୟପୁରରେ ରୀତିନୀତିରେ ବିବାହ ପରେ ଆମୀର ଖାନଙ୍କ ଝିଅ ଇରା ଖାନ ଏବଂ ନୂପୁର ଶିଖରେଙ୍କ ଜାନୁଆରୀ ୧୩ରେ ମୁମ୍ବାଇରେ ଗ୍ରାଣ୍ଡ ରିସେପସନ ଆୟୋଜିତ ହୋଇଥିଲା । ଏଥିରେ ଅନେକ ବି-ଟାଉନର ସେଲିବ୍ରିଟି, ଅନେକ ଶିଳ୍ପପତି ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ସମୟରେ ବି-ଟାଉନର ସେଲିବ୍ରିଟି ସଲମାନ ଖାନ, ଗୌରୀ ଖାନଙ୍କ ସହ ଶାହାରୁଖ ଖାନ, ମାଧୁରୀ ଦୀକ୍ଷିତ, ହେମାମାଳିନୀ, ଜୟା ବଚ୍ଚନଙ୍କ ସମେତ ଅନେକ ତାରକା ଯୋଗ ଦେଇ ନବବିବାହିତ ଯୋଡିକୁ ଆଶୀର୍ବାଦ ଦେଇଥିଲେ । ଏଥିସହ ଏହି ପାର୍ଟିରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ମଧ୍ୟ ଯୋଗ ଦେଇଥିଲେ ।

ଶାହାରୁଖ ଖାନ ଏବଂ ଗୌରୀ ଖାନ ନବବିବାହିତ ଯୋଡିଙ୍କ ସହ ପୋଜ ଦେଇଥିଲେ । ଏହି ସମୟରେ କିଙ୍ଗ ଖାନ ବ୍ଲାକ ଆଉଟଫିଟରେ ନଜର ଆସିଥିବା ବେଳେ ମେରୁନ ରଙ୍ଗର ସାଲୱାରରେ ପତ୍ନୀ ଗୌରୀ ଖାନ ନଜର ଆସିଥିଲେ । ସେହିପରି ସଲମାନ ଖାନ ବ୍ଲାକ ଆଉଟଫିଟରେ ନଜର ଆସି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପାର୍ଟିରେ କ୍ୟାଟ୍ରିନା କୈଫ, ନିଜ ସ୍ବାମୀଙ୍କ ସହ ମାଧୁରୀ ଦୀକ୍ଷିତ, ଜୁହି ଚାୱଲା, ଆମୀଷା ପଟେଲ, ଝିଅ ଶ୍ବେତା ବଚ୍ଚନଙ୍କ ସହ ଜୟା ବଚ୍ଚନ, ଇଶା ଦେଓଲଙ୍କ ସହ ହେମାମାଳିନୀ, ରେଖା, ଜ୍ୟାକି ଶ୍ରଫ, ରଣବୀର କପୁର, ଅନୀଲ କପୁର, ସାଉଥ ତାରକା ନାଗା ଚୈତନ୍ୟ ପ୍ରମୁଖ ସାମିଲ ହୋଇଥିଲେ ।

ଏଥିସହ କଙ୍ଗନା ରାଣାୱତ, ନିର୍ମାତା ରବି ଭାଗଚନ୍ଦକା, ଏ ଆର ରେହମାନ, ରୁମର ବୟଫ୍ରେଣ୍ଡ ରୋହମନ ଶୋଲଙ୍କ ସହ ସୁସ୍ମିତା ସେନ ମଧ୍ୟ ପାର୍ଟିରେ ନଜର ଆସିଥିଲେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ସମେତ ବହୁ ବରିଷ୍ଠ ବ୍ୟକ୍ତି ପାର୍ଟିରେ ଯୋଗ ଦେଇ ଏହି ନବବିବାହିତ ଯୋଡିକୁ ଆଶୀର୍ବାଦ ଦେଇଥିଲେ । ମୁମ୍ବାଇ ବିକେସି ଜିଓ ସେଣ୍ଟରରେ ଆୟୋଜିତ ଇରାଙ୍କ ରିସେପସନ ପାର୍ଟିରେ ପ୍ରାୟ ୨୫୦୦ରୁ ଅଧିକ ଅତିଥି ସାମିଲ ହୋଇଥିଲେ । ଏହି ସମାରୋହର ଅନେକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ: ମୁମ୍ବାଇରେ ଇରା ନୂପୁରଙ୍କ ଗ୍ରାଣ୍ଡ ୱେଡିଂ ରିସେପସନ; ଫ୍ୟାମିିଲି ସହ ଗୋଟିଏ ଫ୍ରେମରେ ନବଦମ୍ପତି

ଜାନୁଆରୀ ୩ରେ ଆମୀର ଖାନଙ୍କ ଝିଅ ଇରା ଖାନ ଏବଂ ନୂପୁର ମୁମ୍ବାଇରେ ପରିବାର ଏବଂ ସାଙ୍ଗସାଥୀଙ୍କ ଉପସ୍ଥିତିରେ ରେଜିଷ୍ଟ୍ରୀ ମ୍ୟାରେଜ କରିଥିଲେ । ପରେ ରାଜସ୍ଥାନର ଉଦୟପୁରରେ ଗ୍ରାଣ୍ଡ ସମାରୋହରେ ଉଭୟ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ । ତେବେ ଇରା ନୂପୁରଙ୍କ ବିବାହ ଏବଂ ରିସେପସନରେ ଉଭୟଙ୍କ ପୁରା ପରିବାର ସାମିଲ ହୋଇଥିଲେ । ଆମୀର ଖାନଙ୍କ ପୂର୍ବ ଦୁଇ ପତ୍ନୀ କିରଣ ରାଓ, ରୀନା ଦତ୍ତା, ପୁଅ ଜୁନେଦ ଏବଂ ଆଜାଦ ଖାନ ମଧ୍ୟ ସାମିଲ ହୋଇଥିଲେ । କହି ରଖୁଛୁ କି, ଇରା ଖାନ ଆମୀର ଖାନ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀନା ଦତ୍ତାଙ୍କ ଝିଅ ଏବଂ ଜୁନୈଦ ଖାନ ରୀନା ଦତ୍ତାଙ୍କ ପୁଅ । ଆମୀର ଏବଂ କିରଣ ରାଓଙ୍କ ପୁଅ ଆଜାଦ ରାଓ ଖାନ ଅଟନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.