ETV Bharat / entertainment

ଯବାନର ଫାଷ୍ଟ ଲୁକ୍‌ ଆଉଟ୍‌, ନୟନତାରାଙ୍କ ସହ ରୋମାନ୍ସ କରିବେ କିଙ୍ଗ୍‌ ଖାନ - ଯବାନରେ ଶାହାରୁଖ ଖାନ

ଶାହାରୁଖ ଖାନଙ୍କ ଫିଲ୍ମ ଯବାନର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଫ୍ୟାନ୍ସ କ୍ଲବ ସେୟାର କରିଛନ୍ତି । ଅଧିକ ପଢନ୍ତୁ

ଜବାନର ଫାଷ୍ଟ ଲୁକ୍‌ ଆଉଟ୍‌, ନୟନତାରାଙ୍କ ସହ ରୋମାନ୍ସ କରିବେ ଶାହାରୁଖ

author img

By

Published : Jun 3, 2022, 10:28 AM IST

ହାଇଦ୍ରାବାଦ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ସାଉଥ ଚଳଚ୍ଚିତ୍ରର ଯୁବ ନିର୍ଦ୍ଦେଶକ ଅଟଲି କୁମାରଙ୍କ ସହ ଏକ ଫିଲ୍ମ କରୁଛନ୍ତି । ବହୁ ପୂର୍ବରୁ ଏହା ଘୋଷଣା କରାଯାଇଥିଲା । ନିକଟରେ ଫିଲ୍ମର ଟାଇଟଲ୍ ବିଷୟରେ ଖବର ଆସିଥିଲା ​​କି ଏହାର ନାଁ 'ଯବାନ୍' ରହିବ । ତେବେ 'ଯବାନ'ର ପ୍ରଥମ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଫ୍ୟାନ୍ସ କ୍ଲବ ସେୟାର କରିଛନ୍ତି । ଫିଲ୍ମର ପ୍ରଥମ ପୋଷ୍ଟରରେ ଶାହାରୁଖ ଖାନଙ୍କ ଲୁକ୍‌ ଟିକେ ଭିନ୍ନ ରହିଛି ।

ଜବାନର ଫାଷ୍ଟ ଲୁକ୍‌ ଆଉଟ୍‌
ଜବାନର ଫାଷ୍ଟ ଲୁକ୍‌ ଆଉଟ୍‌

ଭାଇରାଲ ହେଉଛି ଯବାନର ଫାଷ୍ଟ ଲୁକ୍

ଶାହରୁଖ ଖାନଙ୍କ ଫିଲ୍ମ 'ଯବାନ'ର ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଶାହାରୁଖ ଖାନ ଏକ ରାଜା ଚେୟାରରେ ବସିଛନ୍ତି । ସେ ଟୋପି ପିନ୍ଧିଛନ୍ତି । କଳା ଟକ୍ସିଡୋରେ ଦେଖାଯାଉଥିବା ଶାହାରୁଖଙ୍କ ଆଖିରେ ଲେନ୍ସ ମଧ୍ୟ ଦୃଶ୍ୟମାନ ହେଉଛି । ଏହି ପୋଷ୍ଟରର ତଳେ ଯବାନ୍ ଚଳଚ୍ଚିତ୍ରର ନାମ ଲେଖାଯାଇଛି ।

ଆପଣଙ୍କୁ କହିରଖୁଛୁ, ଶାହାରୁଖ ଖାନ 'ଡଙ୍କି' ଏବଂ 'ପଠାନ' ଚଳଚ୍ଚିତ୍ର ସହିତ ଦକ୍ଷିଣ ଚଳଚ୍ଚିତ୍ରର ହିଟ୍ ନିର୍ଦ୍ଦେଶକ ଅଟଲି କୁମାରଙ୍କ ସହ ଏକ ପ୍ରୋଜେକ୍ଟ ପାଇଁ ହାତ ମିଳାଇଛନ୍ତି । ବର୍ତ୍ତମାନ ଶାହାରୁଖ ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ଯାଇଛନ୍ତି । କୁହାଯାଉଛି କି, 2023 ମସିହାରେ ଏହି ଫିଲ୍ମ ରିଲିଜ ହୋଇପାରେ । ଏହା ଏକ ରୋମାଣ୍ଟିକ-ଡ୍ରାମା ଫିଲ୍ମ, ଯେଉଁଥିରେ ଶାହରୁଖ ଖାନ ଏବଂ ନୟନତାରା ରୋମାନ୍ସ କରିବେ । ଏହି ଚଳଚ୍ଚିତ୍ରର ନାମ ପୂର୍ବରୁ ଲାୟନ୍‌ ଥିଲା ବୋଲି କୁହାଯାଉଥିଲା ।

ପୁଣି ଡବଲ ଭୂମିକାରେ ଆସିବେ ଶାହାରୁଖ

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଏହି ଫିଲ୍ମରେ ଶାହାରୁଖ ଖାନଙ୍କ ଡବଲ ରୋଲ ଦେଖିବାକୁ ମିଳିପାରେ । ଶାହାରୁଖ ଅନେକ ଚଳଚ୍ଚିତ୍ରରେ ଡବଲ୍ ରୋଲ୍ କରିଛନ୍ତି । ଅଭିନେତ୍ରୀ ନୟନତାରା ଜଣେ ପୋଲିସ ଅଫିସର ଭୂମିକାରେ ଅଭିନୟ କରିବେ ଏବଂ ଏହି ଚଳଚ୍ଚିତ୍ରରେ ପ୍ରସିଦ୍ଧ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଏବଂ ସାନ୍ୟା ମଲହୋତ୍ରା ମଧ୍ୟ ଅଭିନୟ କରିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.