ETV Bharat / entertainment

Sexual Assault Case: ଆମ୍ମା କାର୍ଯ୍ୟନିର୍ବାହୀ କମିଟିରୁ ବିଜୟ ବାବୁଙ୍କ ଇସ୍ତଫା

author img

By

Published : May 2, 2022, 11:52 AM IST

ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଖ୍ୟାତନାମା ମାଲାୟାଲମ୍‌ ଚଳଚ୍ଚିତ୍ର ତଥା ଅଭିନେତା ବିଜୟ ବାବୁ (Vijay Babu) ଆସୋସିଏସନ୍ ଅଫ୍ ମାଲାୟଲମ୍ ଚଳଚ୍ଚିତ୍ର କଳାକାର (ଆମ୍ମା)ର କାର୍ଯ୍ୟନିର୍ବାହୀ କମିଟିରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ

ଆମ୍ମା କାର୍ଯ୍ୟନିର୍ବାହୀ କମିଟିରୁ ଇସ୍ତଫା ଦେଲେ ମାଲାୟଲମ୍ ଅଭିନେତା ବିଜୟ ବାବୁ

ହାଇଦ୍ରାବାଦ: ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ମାଲାୟଲମ୍ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ବିଜୟ ବାବୁ (Vijay Babu) ଆସୋସିଏସନ୍ ଅଫ୍ ମାଲାୟଲମ୍ ଚଳଚ୍ଚିତ୍ର କଳାକାର (ଆମ୍ମା)ର କାର୍ଯ୍ୟନିର୍ବାହୀ କମିଟିରୁ ଇସ୍ତଫା ଦେଇଛନ୍ତି । ଆସୋସିଏସନକୁ 'ଅପମାନ'ରୁ ରକ୍ଷା କରିବା ପାଇଁ, ଅଭିନେତା ଯୌନ ନିର୍ଯାତନା ମାମଲାରେ ନିର୍ଦ୍ଦୋଷ ପ୍ରମାଣିତ ନହେବା ପର୍ଯ୍ୟନ୍ତ ସଂଗଠନର କାର୍ଯ୍ୟନିର୍ବାହୀ କମିଟିଠାରୁ ଦୂରରେ ରହିବେ ।

ଆମ୍ମାଙ୍କ ସାଧାରଣ ସଚିବ ଏଦାବାଲା ବାବୁ ଏକ ଇସ୍ତାହାର ଜାରି କରିଛନ୍ତି, ‘ ଯେଉଁଥିରେ ଉଲ୍ଲେଖ ଅଛିକି, କିମିଟିକୁ ବିଜୟବାବୁ ଏକ ଚିଠି ପଠାଇଛନ୍ତି । ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିବାରୁ ସେ ସଂଗଠନକୁ ଅପମାନିତ କରିବାକୁ ଚାହୁଁ ନାହାନ୍ତି । ତେଣୁ ଯେ ପର୍ଯ୍ୟନ୍ତ ତାଙ୍କର ନିର୍ଦ୍ଦୋଷତା ପ୍ରମାଣିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଏଥିରୁ ଓହରିଛନ୍ତି । ଅର୍ଥାତ ଇସ୍ତଫା ଦେଇଛନ୍ତି । ଏନେଇ ଆମ୍ମା ସହ ଆଲୋଚନା ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି । ’

ଏହା ବି ପଢନ୍ତୁ: Vijay Babu Sexual Assault Case: ଯୌନ ଶୋଷଣ ମାମଲାରେ ଫସିଲେ ମାଲାୟଲମ୍ ଅଭିନେତା

ସେପଟେ, ଯୌନ ନିର୍ଯାତନା ମାମଲାରେ ବିଜୟ ବାବୁଙ୍କ ଜାମିନ ଆବେଦନ ଉପରେ ବିଚାର କରିବାକୁ ଶୁକ୍ରବାର ଦିନ କେରଳ ହାଇକୋର୍ଟ ମନା କରି ଦେଇଛନ୍ତି । ତାଙ୍କ ଜାମିନ ଆବେଦନ ପତ୍ରରେ ବିଜୟ ବାବୁ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ମହିଳା ତାଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରୁଛନ୍ତି । ଅଭିନେତାଙ୍କ ଓକିଲ ଏସ ରାଜୀବଙ୍କ ମାଧ୍ୟମରେ ଦାଖଲ ହୋଇଥିବା ଏହି ପିଟିସନରେ ଦର୍ଶାଯାଇଛି ଯେ ଅଭିଯୋଗକାରୀ ତାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି ।

ମୋର ଛବିକୁ ଖରାପ କରିବା ପାଇଁ ଏହି ସବୁ କରାଯାଇଥିଲା: ବିଜୟ ବାବୁ

ଏହି ମାମଲାରେ ବିଜୟ ବାବୁ ତାଙ୍କ ପିଟିସନରେ କହିଛନ୍ତି ଯେ, ଯେକୌଣସି ବ୍ୟକ୍ତି ପ୍ରଚାର ପ୍ରସାର କରିବା ପାଇଁ ଯେକୌଣସି ବ୍ୟକ୍ତିଙ୍କ ଉପରେ ଯୌନ ଅଭିଯୋଗ ଆଣି ପାରିବେ ଏବଂ ଜଣେ ଲୋକପ୍ରିୟ ବ୍ୟକ୍ତିଙ୍କ ଛବିକୁ ଖରାପ କରିବା ପାଇଁ ଏହିସବୁ କରିପାରିବେ । ଏହା ବ୍ୟତୀତ ସେ ଏହି ପିଟିସନରେ କହିଛନ୍ତି କି, ଗଣମାଧ୍ୟମର ଚାପ ଯୋଗୁଁ ମୋତେ ଗିରଫ କରି ପୋଲିସ ଏହି ଚାପ୍ଟରକୁ ବନ୍ଦ କରିବାକୁ ଚାହୁଁଛି ।

ଏହା ବି ପଢନ୍ତୁ: ଦୁଷ୍କର୍ମ ଅଭିଯୋଗ ପରେ ମାଲାୟଲମ୍ ଅଭିନେତା ବିଜୟ ବାବୁଙ୍କ ନାମରେ ଆଉ ଏକ ମାମଲା

ସୂଚନାଯୋଗ୍ୟ ଯେ, ଗତ 27 ତାରିଖରେ ମାଲାୟଲମ୍ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁ ( Malayalam actor and producer Vijay Babu)ଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା । ଜଣେ ମହିଳା ପ୍ରଯୋଜକ ବିଜୟ ବାବୁଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । ଏନେଇ କେରଳର ଏର୍ନାକୁଲମ ସାଉଥ ପୋଲିସ ଏକ ମାମଲା ରୁଜୁ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.