ETV Bharat / entertainment

Pornography Case: ରାଜ କୁନ୍ଦ୍ରାଙ୍କ ସମେତ ଶର୍ଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି

author img

By

Published : Dec 13, 2022, 4:31 PM IST

ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି । ଅଶ୍ଳୀଳ ଫିଲ୍ମ ତିଆରି କରିବା ଏବଂ OTT ପ୍ଲାଟଫର୍ମରେ ଦେଖାଇବା ମାମଲାରେ ସୁପ୍ରିମକୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା, ମଡେଲ ଶର୍ଲିନ୍ ଚୋପ୍ରା, ପୁନମ ପାଣ୍ଡେ ଏବଂ ଉମେଶ କାମତଙ୍କୁ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ଅଧିକ ପଢନ୍ତୁ

ରାଜ କୁନ୍ଦ୍ରାଙ୍କ ସମେତ ଶର୍ଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ: ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି । ପର୍ଣ୍ଣ ଫିଲ୍ମ ନିର୍ମାଣ ମାମଲାରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି । ସୁପ୍ରିମକୋର୍ଟ ରାଜ କୁନ୍ଦ୍ରାଙ୍କ ସମେତ ମଡେଲ ଶର୍ଲିନ୍ ଚୋପ୍ରା, ପୁନମ୍ ପାଣ୍ଡେ ଏବଂ ଉମେଶ କାମତଙ୍କୁ ମଧ୍ୟ ଅଶ୍ଳୀଳ ଫିଲ୍ମ ତିଆରି କରିବା ଏବଂ ଏହାକୁ OTT ପ୍ଲାଟଫର୍ମରେ ଦେଖାଇବା ମାମଲାରେ ଆଗୁଆ ଜାମିନ ମଞ୍ଜୁର କରିଛନ୍ତି । ଏହି ମାମଲାକୁ ନେଇ କୋର୍ଟ କହିଛନ୍ତି, ସମସ୍ତ ଅଭିଯୁକ୍ତଙ୍କୁ ଯାଞ୍ଚରେ ସହଯୋଗ କରିବା ଉଚିତ ଏବଂ ଆବଶ୍ୟକ ପଡ଼ିଲେ ଯେକୌଣସି ପରିସ୍ଥିତିରେ ସେମାନଙ୍କୁ ତଦନ୍ତରେ ଯୋଗଦେବାକୁ ହେବ ।

  • Supreme Court grants anticipatory bail to businessman and Bollywood actor Shilpa Shetty's husband Raj Kundra, models Sherlyn Chopra and Poonam Pandey and one Umesh Kamat in a case relating to creating obscene content and showing it on OTT platforms. pic.twitter.com/1JYOlRcJ7K

    — ANI (@ANI) December 13, 2022 " class="align-text-top noRightClick twitterSection" data=" ">

ଗତ ମାସରେ ଦାଖଲ ହୋଇଥିଲା ଚାର୍ଜସିଟ

ମହାରାଷ୍ଟ୍ର ସାଇବର ପୋଲିସ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରା, ଶର୍ଲିନ୍ ଚୋପ୍ରା ଏବଂ ପୁନମ୍‌ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଚାର୍ଜସିଟରେ ଦାବି କରାଯାଇଥିଲା ଯେ ରାଜ କୁନ୍ଦ୍ରା ମୁମ୍ବାଇ ଚାରିପାଖରେ ଅବସ୍ଥିତ ପାଞ୍ଚ ତାରକା ହୋଟେଲରେ ଅଶ୍ଳୀଳ ଚଳଚ୍ଚିତ୍ର ସୁଟିଂ କରିଥିଲେ ଏବଂ ପରେ ଏହାକୁ OTT ପ୍ଲାଟଫର୍ମରେ ବିକ୍ରି କରିଥିଲେ । ରାଜ କୁନ୍ଦ୍ରା ଏହି ଡିଲ୍‌ କୋଟି କୋଟି ଟଙ୍କାରେ କରିଥିଲେ । କୁହାଯାଉଥିଲା ଯେ ରାଜ ପୁନମ୍ ଏବଂ ଶର୍ଲିନଙ୍କ ସହ ଏହି ଚଳଚ୍ଚିତ୍ରଗୁଡ଼ିକର ସୁଟିଂ କରିଥିଲେ ।

ଚାର୍ଜ ସିଟ୍ ପରେ ଆସିଥିଲା ବୟାନ

ରାଜ କୁନ୍ଦ୍ରାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହେବା ପରେ ତାଙ୍କ ଓକିଲଙ୍କ ବୟାନ ସାମ୍ନାକୁ ଆସିଥିଲା । ଓକିଲ କହିଥିଲେ ଯେ ଏହି ପ୍ରସଙ୍ଗରେ ତାଙ୍କୁ ଗଣମାଧ୍ୟମରୁ ଜଣାପଡିଛି ଏବଂ ଆଇନ ଅନୁଯାୟୀ କୋର୍ଟରେ ହାଜର ହେବା ପରେ ସେ ଚାର୍ଜସିଟର ଏକ କପି ନେଇଯିବେ । କେବଳ ଏତିକି ନୁହେଁ, ଗଣମାଧ୍ୟମ ରିପୋର୍ଟ ଏବଂ ଏଫ୍ଆଇଆରରେ ହୋଇଥିବା ଅଭିଯୋଗ ସହିତ ତାଙ୍କ କ୍ଲାଇଣ୍ଟଙ୍କ କୌଣସି ସମ୍ପର୍କ ନାହିଁ ବୋଲି ଓକିଲ କହିଛନ୍ତି ।

ଏହା ବି ପଢନ୍ତୁ: ମଦ ବ୍ୟବସାୟ କରିବେ ଆର୍ଯ୍ୟନ ଖାନ୍‌ ? ପ୍ରିମିୟମ ଭୋଡକା କରିବେ ଲଞ୍ଚ !

ଜେଲ ଯିବାକୁ ପଡିଥିଲା

ରାଜ କୁନ୍ଦ୍ରାଙ୍କୁ ଗତ ବର୍ଷ ଜୁଲାଇରେ ମୋବାଇଲ୍ ଆପ୍ଲିକେସନ୍‌ରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଅପଲୋଡ୍ କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ଏହା ପରେ ସେ ଜେଲରେ ଥିଲେ ଏବଂ ପ୍ରାୟ ଦୁଇମାସ ପରେ ଜାମିନ ପାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.