ETV Bharat / entertainment

Box Office Collection: 'ମିଶନ୍ ଇମ୍ପସିବଲ୍ 7' ରିଲିଜ ପରେ କମିଲା 'ସତ୍ୟପ୍ରେମ କି କଥା' କ୍ରେଜ

author img

By

Published : Jul 14, 2023, 11:42 AM IST

ଦର୍ଶକଙ୍କ ମନ ଜିତୁଛି ଟମ୍ କ୍ରୁଜଙ୍କ 'ମିଶନ୍ ଇମ୍ପସିବଲ୍ 7' । 2ୟ ଦିନରେ ଫିଲ୍ମ 9 କୋଟି ଆୟ କରିଛି । ସେପଟେ ଏହି ଫିଲ୍ମ ପାଇଁ 'ସତ୍ୟପ୍ରେମ କି କଥା' ପ୍ରଭାବିତ ହୋଇଛି । ଫିଲ୍ମ 15ତମ ଦିନର କଲେକ୍ସନରେ ପୁଣି ହ୍ରାସ ହୋଇଛି । ଅଧିକ ପଢନ୍ତୁ

'ମିଶନ୍ ଇମ୍ପସିବଲ୍ 7'  ରିଲିଜ ପରେ କମିଲା 'ସତ୍ୟପ୍ରେମ କି କଥା' କ୍ରେଜ

ହାଇଦ୍ରାବାଦ: ଟମ୍ କ୍ରୁଜଙ୍କ 'ମିଶନ୍ ଇମ୍ପସିବଲ୍ 7' ଭାରତୀୟ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । ପ୍ରଶଂସକମାନେ ଆକ୍ସନ୍ ପ୍ୟାକ୍ ହଲିଉଡ ଫିଲ୍ମ 'ମିଶନ ଇମ୍ପସିବଲ୍ 7' ପାଇଁ ଉତ୍ସାହର ସହି ଅପେକ୍ଷା କରିଥିଲେ ଟମ୍ କ୍ରୁଜଙ୍କ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ମନ ଜିତୁଛି । ଏହି ଫିଲ୍ମ 2ଦିନ ମଧ୍ୟରେ 21 କୋଟିରୁ ଅଧିକ ରୋଜଗାର କରିସାରିଲାଣି । ଯାହାର ପ୍ରଭାବ ଏବେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା' ଉପରେ ପଡିଛି । 'ମିଶନ ଇମ୍ପସିବଲ୍ 7' ରିଲିଜ ହେବା ପରେ 'ସତ୍ୟପ୍ରେମ କି କଥା' ନେଇ ଦର୍ଶକଙ୍କ କ୍ରେଜ କମିଥିବା ବେଳେ ଆୟ ମଧ୍ୟ ଦିନକୁ ଦିନ ହ୍ରାସ ପାଉଛି ।

'ମିଶନ ଇମ୍ପସିବଲ୍ 7' ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ ଏହା ପ୍ରଥମ ଦିନରେ ଭାରତରେ 12.30 କୋଟି ବ୍ୟବସାୟ କରିଥିଲା ​। ଦ୍ୱିତୀୟ ଦିନରେ ଅର୍ଥାତ୍ ଗୁରୁବାର ଦିନ 9 କୋଟି ଟଙ୍କା ବ୍ୟବସାୟ କରିଛି । ଏହା ସହିତ ଫିଲ୍ମ ଭାରତରେ ଦୁଇ ଦିନ ମଧ୍ୟରେ ମୋଟ 21.30 କୋଟି ସଂଗ୍ରହ କରିଛି । ସେପଟେ 'ସତ୍ୟପ୍ରେମ କି କଥା' କଥା କହିବାକୁ ଗଲେ, ଫିଲ୍ମ ପ୍ରଥମ ଦିନରେ 9.25 କୋଟି ଆୟ ଓପନିଂ କରିଥିଲା । 15ତମ ଦିନରେ 1.30 କୋଟି ବ୍ୟବସାୟ କରିଛି । 14ତମ ଦିନ ଅର୍ଥାତ ବୁଧବାର ଦିନ ଫିଲ୍ମଟି ମାତ୍ର 1.25 କୋଟି ଟଙ୍କା ସଂଗ୍ରହ କରିଥିଲା ​। ଏହା ସହ 'ସତ୍ୟପ୍ରେମ କି କଥାର' ମୋଟ ରୋଜଗାର ବର୍ତ୍ତମାନ 72.76 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ସୂଚନା ଥାଉ କି, 'ମିଶନ ଇମ୍ପସିବଲ୍ 7' 290 କୋଟି ଆମେରିକୀୟ ଡଲାର ବଜେଟରେ ନିର୍ମିତ ଫିଲ୍ମ । ଏହି ସଫଳତା ଦେଖି ଆଗାମୀ ଦିନରେ ଫିଲ୍ମ ଭାରତ ତଥା ବିଶ୍ବରେ ଅଧିକ ରୋଜଗାର ସହ ସଫଳତା ହାସଲ କରିପାରେ ବୋଲି ଅନୁମାନ କରାଯାଉଛି । ସେପଟେ 'ସତ୍ୟପ୍ରେମ କି କଥା' 60 କୋଟି ବଜେଟରେ ନିର୍ମିତ ହୋଇଥିବା ବେଳେ ଫିଲ୍ମ ତାର ବଜେଟ ମୂଲ୍ୟ ବାହାର କରିବାରେ ସଫଳ ହୋଇଛି ସତ ହେଲେ 100କୋଟି କ୍ଲବରେ ସାମିଲ ହେବାକୁ ବହୁ ଦୂରରେ ରହିଛି ।

ଏହା ମଧ୍ୟ ପଢନ୍ତୁ: 100କୋଟି କ୍ଲବରେ ‘ସତ୍ୟପ୍ରମ କି କଥା’

ଟମ୍ କ୍ରୁଜ୍ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ମିଶନ୍ ଇମ୍ପସିବଲ୍ ସିରିଜରେ ଇଥନ୍ ହଣ୍ଟ ନାମକ ଜଣେ ଗୁପ୍ତଚର ଅଧିକାରୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଟମଙ୍କ ବ୍ୟତୀତ ଫିଲ୍ମରେ ଏଥିରେ ତାଙ୍କ ପୁରୁଣା ସାଥୀ ସାଇମନ୍ ପେଗ୍, ଭିଙ୍ଗ୍ ରେମସ୍, ହାଲ୍ ଏଟୱେଲ, ରେବେକା ଫର୍ଗୁସନ୍, ଏସାଇ ମୋରାଲସ, ଭେନେସା କିର୍ବି, ପଲ୍ମେ ଲେମେଣ୍ଟିଫ୍ ଏବଂ ହେନେରୀ ଜୈନ ନଜର ଆସିଛନ୍ତି । ସେପଟେ 'ସତ୍ୟପ୍ରେମ କି କଥା' ରେ କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଯୋଡି ଦ୍ବିତୀୟ ଥର ପାଇଁ ଏକାଠି ସ୍କ୍ରିନ ସେୟାର କରିଛନ୍ତି। ଫିଲ୍ମରେ କାର୍ତ୍ତିକ ଏବଂ କିଆରାଙ୍କ ବ୍ୟତୀତ ସୁପ୍ରିୟା ପାଠକ କପୁର, ଗଜରାଜ ରାଓ, ସିଦ୍ଧାର୍ଥ ରନ୍ଧେରିଆ, ଅନୁରାଧା ପଟେଲ, ରାଜପାଲ ଯାଦବ, ନିର୍ମିତ ସାୱନ୍ତ ଏବଂ ଶିଖା ତଲସାନିଆ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.