ETV Bharat / entertainment

ଆସୁଛି 'ମୁନ୍ନା ଭାଇ ୩'! ମୁନ୍ନା ଭାଇ ଏମବିବିଏସର ୨୦ବର୍ଷ ପୂର୍ତ୍ତିରେ ସଞ୍ଜୟ ଦେଲେ ହିଣ୍ଟ୍

author img

By ETV Bharat Odisha Team

Published : Dec 19, 2023, 4:41 PM IST

Munna Bhai 3: ସଞ୍ଜୟ ଦତ୍ତ ଏବଂ ଅର୍ଶଦ ୱାର୍ସିଙ୍କ ମୁନ୍ନା-ସର୍କିଟ୍ ଯୋଡି ପ୍ରଶଂସକଙ୍କ ପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ । ଦୁଇଟି ଭାଗ ବେଶ ସଫଳତା ହାସଲ କରିବା ପରେ ବର୍ତ୍ତମାନ ଫ୍ୟାନ୍ସ ଏହାର ତୃତୀୟ ଭାଗ ମୁନ୍ନା ଭାଇ- 3 ଘୋଷଣାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ମୁନ୍ନା ଭାଇ ଏମବିବିଏସର ୨୦ ବର୍ଷ ପୂର୍ତ୍ତି ଅବସରରେ ସଞ୍ଜୟ ଦତ୍ତ ତୃତୀୟ ଭାଗ ବିଷୟରେ ହିଣ୍ଟ ଦେଇଛନ୍ତି । ଅଧିକ ପଢନ୍ତୁ,

ଆସୁଛି 'ମୁନ୍ନା ଭାଇ ୩'! ମୁନ୍ନା ଭାଇ ଏମବବିଏସର ୨୦ ବର୍ଷ ପୂର୍ତ୍ତିରେ ସଞ୍ଜୟ ଦତ୍ତ ଦେଲେ ହିଣ୍ଟ୍

  • Two decades of laughter, emotions, and a whole lot of jadoo ki jhappi! Celebrating 20 years of Munna Bhai MBBS, a journey filled with unforgettable moments. Grateful for the love and support that made this film a timeless classic. Hoping that Munna Bhai 3 will be made soon! pic.twitter.com/aLtdihZnZE

    — Sanjay Dutt (@duttsanjay) December 19, 2023 " class="align-text-top noRightClick twitterSection" data=" ">

ହାଇଦ୍ରାବାଦ: ସଞ୍ଜୟ ଦତ୍ତଙ୍କ ଫିଲ୍ମ 'ମୁନ୍ନା ଭାଇ ଏମବିବିଏସ୍' ତାଙ୍କ କ୍ୟାରିୟରର ସ୍ମରଣୀୟ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି କମେଡି ଚଳଚ୍ଚିତ୍ରଟି ସଞ୍ଜୟ ଦତ୍ତ ଏବଂ ଅର୍ଶଦ ୱାର୍ସିଙ୍କ ଯୋଡି ବଲିଉଡର ଶ୍ରେଷ୍ଠ ଯୋଡି ହୋଇଥିଲା । ଦୁହେଁ ମୁନ୍ନା ଏବଂ ସର୍କିଟ ହୋଇ ଲୋକଙ୍କୁ ହସାଇ ବେଦମ କରିଥିଲେ । ତେବେ ଆଜି ମୁନ୍ନା ଭାଇ ଏମବିବିଏସକୁ ୨୦ ବର୍ଷ ପୂରିଛି । ଲୋକଙ୍କ ପାଇଁ ଆଜି ବି କିନ୍ତୁ ଏହି ଫିଲ୍ମ ଏଭରଗ୍ରୀନ ହୋଇ ରହିଛି । ଏହାରି ମଧ୍ୟରେ ଫିଲ୍ମର ଆଉ ଏକ ସିକ୍ବେଲକୁ ନେଇ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଫିଲ୍ମର ୨୦ ବର୍ଷ ପୂର୍ତ୍ତି ଅବସରରେ ସଞ୍ଜୟ ଦତ୍ତ ୩ୟ ଭାଗ ଆସିବା ନେଇ ହିଣ୍ଟ ଦେଇଛନ୍ତି ।

ମୁନ୍ନା ଭାଇ ଏମବିବିଏସର ୨୦ବର୍ଷ ଏବଂ ଦୁଇ ଦଶନ୍ଧି ସମାପ୍ତ ହେବା ପରେ, ସମସ୍ତଙ୍କ ପ୍ରିୟ ସଞ୍ଜୟ ଦତ୍ତ ଓରଫ ମୁନ୍ନା ଏକ୍ସରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଫିଲ୍ମର କିଛି କ୍ଲିପ୍ ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ପିତା ସୁନୀଲ ଦତ୍ତଙ୍କ ଠାରୁ ଆରମ୍ଭ କରି ତାଙ୍କର ଶ୍ରେଷ୍ଠ ବନ୍ଧୁ ଅର୍ଶଦ ୱାର୍ସି ଏବଂ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଗ୍ରେସି ସିଂଙ୍କ ସମସ୍ତେ ନଜର ଆସିଛନ୍ତି । ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, 'ହସ, ଭାବନା ଏବଂ ଅନେକ ଭଳପାଇବା ସହ ଫିଲ୍ମର ଦୁଇ ଦଶନ୍ଧି ପୁରା ହୋଇଛି । ମୁନ୍ନା ଭାଇ ଏମବିବିଏସର ୨୦ ବର୍ଷ ପୂର୍ତ୍ତି ହେବା ସେଲିବ୍ରେସନ, ଯାହା କେବେ ଭୁଲି ହେବନି । ଏହି ଫିଲ୍ମ ପାଇଁ ଏତେ ପରିମାଣର ଭଲପାଇବା ଏବଂ ସମର୍ଥନ ପାଇଁ ମୁଁ କୃତଜ୍ଞ । ଆଶା କରୁଛି ମୁନ୍ନା ଭାଇ ୩ ଶୀଘ୍ର ଆସିବ।'

ସେପଟେ ସଂଜୟ ଦତ୍ତଙ୍କ ବ୍ୟତୀତ ଅର୍ଶଦ ୱାସି ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଏହି କମେଡି ଚଳଚ୍ଚିତ୍ରର ୨୦ ବର୍ଷ ପୂରଣ ହେବାପରେ ତାଙ୍କ ମୁନ୍ନା ଭାଇ ଓରଫ ସଂଜୟ ଦତ୍ତଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏବଂ ସେ ଲେଖିଛନ୍ତି, "ଏହା 20 ବର୍ଷ ହୋଇସାରିଛି । ହେଲେ ଏମିତି ଲାଗୁଛି ଯେପରି ଗତକାଲି ଘଟିଛି । ମୁନ୍ନା ଏବଂ ସର୍କିଟଙ୍କୁ ଏତେ ଭଲପାଇବା ଦେଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।"

ଏହା ମଧ୍ୟ ପଢନ୍ତୁ: ଏକାଠି ଧମାଲ ମଚାଇବେ 4 ସୁପରଷ୍ଟାର୍

ସୂଚନା ଥାଉ କି, ବିଦୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏବା ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଏପର୍ଯ୍ୟନ୍ତ ଦୁଇଟି ଅଂଶ ହୋଇସାରିଛି । ଯଥା- ମୁନ୍ନାଭାଇ ଏମବିବିଏସ୍ ଏବଂ ଲଗେ ରାହୋ ମୁନ୍ନାଭାଇ । ଉଭୟ ଫିଲ୍ମ ବେଶ ହିଟ ହେବା ସହ ଦର୍ଶକଙ୍କ ମନ ଜିତିଛି । ବର୍ତ୍ତମାନ ଏହାର ୩ୟ ଭାଗକୁ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ସଞ୍ଜୟ ଦତ୍ତ ଏହା ଆସିପାରେ ବୋଲି ସୂଚାଇ ଦେଇଛନ୍ତି । ତେବେ ଏହା କେବେ ଆସିବ, ତାରକା କାଷ୍ଟଙ୍କ ବିଷୟରେ କିଛି ବି ତଥ୍ୟ ଜଣାପଡିନାହିଁ । ଏଥିସହ ନିକଟରେ ମୁନ୍ନା ଏବଂ ସର୍କିଟ ପୋଷାକରେ ସଂଜୟ ଦତ୍ତ ଏବଂ ଆର୍ଶଦଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହାକୁ ଦେଖି ସେମାନେ ମୁନ୍ନା ଭାଇ ୩ ପାଇଁ ସୁଟିଂ କରୁଥିଲେ ବୋଲି ଅନୁମାନ କରାଯାଉଥିଲା । ତେବେ ଏନେଇ କୌଣସି ଖୁଲାସା ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.