ETV Bharat / entertainment

'ଆନିମଲ'ର ସଫଳତା : ବୈଷ୍ଣବ ଦେବୀଙ୍କ ଦର୍ଶନ କଲେ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଓ ଟିମ୍‌

'Animal' Team Vaishno Devi Temple: ମାତା ବୈଷ୍ଣବ ଦେବୀଙ୍କୁ ଦର୍ଶନ କଲେ 'ଆନିମଲ' ଟିମ । ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ଭୂଷଣ କୁମାରଙ୍କ ସମେତ ଅନ୍ୟ ଚଳଚ୍ଚିତ୍ର ନିର୍ମାତାମାନେ ଆକ୍ସନ୍-ଥ୍ରୀଲରର ସଫଳତା ପରେ ମା’ଙ୍କ ଆଶୀର୍ବାଦ ନେଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 5, 2023, 9:10 AM IST

animal team visited vaishno devi temple
animal team visited vaishno devi temple

ମୁମ୍ବାଇ: ଦର୍ଶକଙ୍କ ମନ ଜିଣୁଛି ରଣବୀର କପୁର ଷ୍ଟାରର ଫିଲ୍ମ ଆନିମଲ । ବମ୍ପର କଲେକ୍ସନ ସହ ଭଲ ପ୍ରଦର୍ଶନ କରୁଛି ଫିଲ୍ମ ଆନିମଲ । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଧମାକା କରୁଛି ଆନିମଲ । ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଭିନ୍ନ କ୍ରେଜ୍‌ ଦେଖିବାକୁ ମିଳିଛି । ଥିଏଟରରେ ଜମୁଛି ପ୍ରବଳ ଭିଡ । 'ଆନିମଲ' ରଣବୀର କପୁରଙ୍କ ସର୍ବୋତ୍ତମ ଓପନିଂ ଫିଲ୍ମ ପାଲଟିଛି । ତେବେ ଡିସେମ୍ବର 1ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ସାରା ବିଶ୍ୱରେ 300 କୋଟିରୁ ଅଧିକ ଆୟ କରି ସାରିଲାଣି । ଆକ୍ସନ୍-ଥ୍ରୀଲର ଫିଲ୍ମର ଅତୁଳନୀୟ ସଫଳତା ପରେ ସନ୍ଦୀପ ରେଡ୍ଡୀ ଭଙ୍ଗା ଏବଂ ଭୂଷଣ କୁମାର ନିଜ ଦଳ ସହିତ ବୈଷ୍ଣବ ଦେବୀଙ୍କ ଦର୍ଶନ କରିଛନ୍ତି ।

ବର୍ତ୍ତମାନ ଭାରତୀୟ ବକ୍ସ ଅଫିସରେ 'ଆନିମଲ'ର ଭଲ ପ୍ରଦର୍ଶନ ପରେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭେଙ୍ଗା ତାଙ୍କ ପିତା ପ୍ରଣୟ ରେଡ୍ଡୀ ଭେଙ୍ଗା, ନିର୍ମାତା ଭୂଷଣ କୁମାର, ଶିବ ଚାନ୍ନା ଏବଂ ଅନିଲ ଥଡାନୀ ବୈଷ୍ଣବ ଦେବୀଙ୍କ ଦର୍ଶନ କରିଛନ୍ତି । ଆନିମଲ ଟିମ୍‌ର ଲାଟେଷ୍ଟ ଫଟୋ ଏକ ଗଣମାଧ୍ୟମ ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ଆନିମଲ ଟିମ୍‌ କ୍ୟାମେରା ପାଇଁ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି ।

ଆନିମଲକୁ ସମଗ୍ର ବିଶ୍ୱରେ ପ୍ରଶଂସକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଛି । ତେବେ ନିର୍ମାତାମାନେ X ମାଧ୍ୟମରେ ଫିଲ୍ମର ଏକ ପୋଷ୍ଟ ସେୟାର କରି ଉତ୍ତର ଆମେରିକାରେ 1 ମିଲିୟନ୍ ଡଲାର କଲେକ୍ସନ ପାର କରିଥିବା ପ୍ରଥମ ହିନ୍ଦୀ ଫିଲ୍ମ ହେଉଛି ' ଆନିମଲ' । ଆନିମଲ' ବଲବୀର ସିଂ ନାମକ ଜଣେ ବିଜନେସ୍‌ ଟାଇକୁନ୍ ଏବଂ ତାଙ୍କ ପୁଅ ରଣବିଜୟ ସିଂଙ୍କୁ ନେଇ ବାପା-ପୁଅର ଭିତରେ ଥିବା ସମ୍ପର୍କର କାହାଣୀ । ରଣବିଜୟଙ୍କ ଭୂମିକାରେ ଅଭିନୟ କରୁଥିବା ରଣବୀର କପୁର ତାଙ୍କ ପରିବାରର ସୁରକ୍ଷା ପାଇଁ ଯେ କୌଣସି ବି ସ୍ତରକୁ ଯାଇପାରୁଥିବା ଦେଖିବାକୁ ମିଳିଛି । ଫିଲ୍ମରେ ରଣବୀରଙ୍କ ଅଭିନୟ ଏବଂ ସନ୍ଦୀପ ରେଡ୍ଡୀଙ୍କ ନିର୍ଦ୍ଦେଶନା ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଦୁଇ ଶହ କୋଟି କ୍ଲବରେ ଆନିମଲ, ଭାଙ୍ଗିଲା ପଠାନ ଓ ଟାଇଗର 3ର ରେକର୍ଡ

'ଆନିମଲ' ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦୀପ ରେଡ୍ଡୀ ଭଙ୍ଗା । ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ସୁରେଶ ଓବରୋଇ, ରଶ୍ମିକା ମନ୍ଦାନା, ଅନିଲ କପୁର, ଶକ୍ତି କପୁରଙ୍କ ସମେତ ଅନେକ କଳାକାର ଏହି ଚଳଚ୍ଚିତ୍ରରେ ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ଏହି ସମସ୍ତ ତାରକା ଏକାଠି ଏହି ଫିଲ୍ମରେ ଦେଖିବାକୁ ମିଳିଛି । ରଣବୀର କପୁର ଏବଂ ବବି ଦେଓଲଙ୍କ ଦମଦାର ଆକ୍ସନ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି । 'ଆନିମଲ' ପ୍ରଥମ ସପ୍ତାହରେ ୩୬୦ କୋଟିରୁ ଅଧିକ ଆୟ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.