ହାଇଦ୍ରାବାଦ: ଦକ୍ଷିଣ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କର ଗତ ବର୍ଷ ଅକ୍ଟୋବରରେ ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ହୋଇଥିଲା। ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ସାମନ୍ଥା ମଧ୍ୟ ଇନଷ୍ଟାଗ୍ରାମରୁ ନାଗାଙ୍କ ସହିତ ତାଙ୍କର ସମସ୍ତ ଫଟୋ ଡିଲିଟ କରିଥିଲେ । ଛାଡପତ୍ରର ପାଖାପାଖି 6-7 ମାସ ପରେ ସାମନ୍ଥା ନାଗାଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି ।
ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ହୋଇଯାଇଛି । 'ମାଜିଲି ଚଳଚ୍ଚିତ୍ର' ତିନି ବର୍ଷର ପୂରଣ ହୋଇଥିବାରୁ ଅଭିନେତ୍ରୀ ଏକ ଫଟୋ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରଟି 5 ଏପ୍ରିଲ 2019 ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ସାମନ୍ଥା ଏବଂ ନାଗାଙ୍କ ଏକାଠି ଚତୁର୍ଥ ଚଳଚ୍ଚିତ୍ର ଥିଲା ଏବଂ ବିବାହ ପରେ ପ୍ରଥମେ ।
ବିଗତ କିଛି ବର୍ଷ ସାମନ୍ଥାଙ୍କ ପାଇଁ ଅସୁବିଧାରେ ପରିପୂର୍ଣ୍ଣ ଥିଲା । ନିକଟରେ ସେ କହିଥିଲେ ଯେ ନାଗା ଚୈତନ୍ୟଙ୍କ ସହ ଛାଡପତ୍ର ପରେ ସେ ଭାବିଥିଲେ ସେ ମରିଯିବେ। ସାମନ୍ଥା କହିଥିଲେ, 'ମୁଁ ନିଜେ ଆଶ୍ଚର୍ଯ୍ୟ ହୋଇଥିଲି ଯେ ମୁଁ କେତେ ଶକ୍ତିଶାଳୀ। ମୁଁ ଭାବିଥିଲି ମୁଁ ବହୁତ ଦୁର୍ବଳ ବ୍ୟକ୍ତି । ମୁଁ ଭାବିଥିଲି ଅଲଗା ହେବା ପରେ ମୁଁ ଭାଙ୍ଗି ଯିବି ଏବଂ ମରିଯିବି । କିନ୍ତି ମୁଁ କେବେ ଭାବି ନଥିଲି ଯେ ମୁଁ ଏତେ ଶକ୍ତିଶାଳୀ ଅଟେ । ଆଜି ମୁଁ ବହୁତ ଗର୍ବିତ କି ମୁଁ କେତେ ଶକ୍ତିଶାଳୀ, କାରଣ ମୁଁ ପ୍ରକୃତରେ ଜାଣି ନଥିଲି ଯେ ଇଏ ମୁଁ ହିଁ ଅଟେ ।
2017 ରେ କରିଥିଲେ ବିବାହ
ସାମନ୍ଥା ଏବଂ ଚୈତନ୍ୟ 2017 ରେ ବିବାହ କରିଥିଲେ । ଉଭୟ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରି 4 ବର୍ଷର ସମ୍ପର୍କ ଭାଙ୍ଗିବାର ଖବର ସେୟାର କରିଥିଲେ । ଉଭୟଙ୍କ ଏହି ନିଷ୍ପତ୍ତିରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ