ହାଇଦ୍ରାବାଦ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ଅଭିନେତା ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମିଳିଥିଲା ଧମକପୂର୍ଣ୍ଣ ଚିଠି । ଏହାକୁ ନେଇ ଅଭିନେତା ଆଜି ପୋଲିସ ନିକଟରେ ନିଜର ବିୟାନ ରେକର୍ଡ କରିଛନ୍ତି। ସଲମାନ ଖାନ ତାଙ୍କ ବିୟାନରେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ସେ କାହାଠାରୁ ଧମକ ପାଇନାହାଁନ୍ତି କି ବିନା କାରଣରେ ସେ କାହା ଉପରେ ସନ୍ଦେହ କରିପାରିବେ ନାହିଁ । ସେହି ଧମକପୂର୍ଣ୍ଣ ଚିଠି ବିଷୟରେ ମଧ୍ୟ ସଲମାନ ଖାନ କହିଛନ୍ତି ଯେ, ଏହି ଚିଠି ମୋ ବାପାଙ୍କୁ ମିଳିଥିଲା, ମୋତେ ନୁହେଁ । ପ୍ରକୃତରେ ଏହା କ’ଣ ଘଟୁଛି ? ଏଥି ସହିତ, ଏହି ଚିଠିର ପ୍ରସଙ୍ଗରେ ପୋଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ମଧ୍ୟ ପଚରାଉଚରା କରିଛି ।
ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କୁ ପଚରାଯାଇଥିଲା କି ଗ୍ୟାଙ୍ଗଷ୍ଟର ଗୋଲ୍ଡି ଏବଂ ଲରେନ୍ସ ବିଷ୍ଣୁଙ୍କ ସହ ତାଙ୍କର କୌଣସି ସମ୍ପର୍କ ଅଛି କି? ଏଥିରେ ଅଭିନେତା କହିଛନ୍ତି, 'ଧମକପୂର୍ଣ୍ଣ ଚିଠି ଉପରେ ମୋର କୌଣସି ସନ୍ଦେହ ନାହିଁ ଏବଂ ଆଜିକାଲି ମୋର କାହା ସହିତ ଶତ୍ରୁତା ନାହିଁ। ମୁଁ 2018 ରୁ ଲରେନ୍ସ ବିଷ୍ଣୋଇଙ୍କୁ ଜାଣିଛି କାରଣ ସେତେବେଳେ ସେ ମୋତେ ଧମକ ଦେଇଥିଲେ । କିନ୍ତୁ ମୁଁ ଜାଣେ ନାହିଁ ଗୋଲ୍ଡି ବ୍ରାର ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଲମାନ ଖାନ ବାନ୍ଦ୍ରା ପୋଲିସକୁ କହିଛନ୍ତି, 'ମୋର କାହା ଉପରେ ସନ୍ଦେହ କରିବାର କୌଣସି କାରଣ ନାହିଁ, ଯେତେବେଳେ ସେ ଲରେନ୍ସ ବିଷ୍ଣୋଇ କିମ୍ବା ଗୋଲ୍ଡିଙ୍କୁ ସନ୍ଦେହ କରନ୍ତି ବୋଲି ପଚରାଯିବାରୁ ସଲମାନ ଉତ୍ତର ଦେଇଛନ୍ତି, ମୁଁ ଲରେନ୍ସ ବିଷ୍ଣୋଇଙ୍କୁ ଅନ୍ୟମାନଙ୍କ ତୁଳନାରେ ଅଧିକ ଜାଣେ ।
ଏଥିସହିତ ଲରେନ୍ସ କହିଛନ୍ତି ଯେ, ଏହି ଧମକପୂର୍ଣ୍ଣ ଚିଠି ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସଲମାନ ଖାନ କହିଛନ୍ତି ଯେ ଧମକପୂର୍ଣ୍ଣ ଚିଠି ପଛରେ କିଏ ଅଛି ସେ ଜାଣି ନାହାଁନ୍ତି। ତେବେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଲରେନ୍ସଙ୍କ ବିଷୟରେ କୁହାଯାଉଥିଲା ଯେ ସେ ସଲମାନ ଖାନଙ୍କୁ କଳା ମୃଗ ଶିକାର ମାମଲାରେ ହତ୍ୟା କରିବାକୁ ଚାହୁଁଥିଲେ। ୨୦୧୮ ମସିହାରେ ସଲମାନ ଖାନଙ୍କୁ ଖୁଲ୍ଲମଖୁଲା ଧମକ ଦେଇଥିଲା ଲରେନ୍ସ । ଏହି ଭିଡିଓ ବେଶ ଭାଇରାଲ ମଧ୍ୟ ହୋଇଥିଲା । କଳା ମୃଗ ଶିକାର ମାମଲାରେ ସଲମାନ ଖାନ ଯୋଧପୁର କୋର୍ଟରେ ହାଜର ହେଉଥିବା ସମୟରେ ଲରେନ୍ସ ଏହି ଧମକ ଦେଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, ସଲମାନ ଖାନ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥି ସହିତ ପୋଲିସ କହିଛି ଯେ ଅଭିନେତାଙ୍କ ଜୀବନ ବିପଦରେ, ସେ ସତର୍କ ରହିବା ଉଚିତ୍। ସଲମାନଙ୍କ ସୁରକ୍ଷାକୁ ନେଇ କିଛି ପୋଲିସ୍ ନିୟୋଜିତ ହୋଇଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ