ମୁମ୍ବାଇ: ବଲିଉଡର ଦବଙ୍ଗ ଖାନ ଅର୍ଥାତ୍ ସଲମାନ ଖାନ ଗତକାଲି (ଡିସେମ୍ବର 28) ତାଙ୍କର 57 ତମ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନରେ ପ୍ରିୟ ସଲମାନ ଖାନଙ୍କ ଝଲକ ପାଇବା ପାଇଁ ତାଙ୍କ ଘର ବାହାରେ ପ୍ରଶଂସକ ଏକତ୍ରିତ ହୋଇଥିଲେ । ତେବେ ଏଥର ମଧ୍ୟ ସମାନ ଘଟଣା ଘଟିଛି । ସଲମାନଙ୍କ ଘର ବାହାରେ ଭିଡ଼ ଏତେ ବଢି ଯାଇଥିଲା ଯେ ପୋଲିସ କର୍ମଚାରୀଙ୍କୁ ଲୋକଙ୍କ ଉପରେ ଲାଠି ଚାର୍ଜ କରିବାକୁ ପଡିଲା ।
-
#WATCH | Mumbai: Police lathi-charge crowd gathered outside Salman Khan's residence Galaxy apartments on his birthday. pic.twitter.com/zrB8pyaguv
— ANI (@ANI) December 27, 2022 " class="align-text-top noRightClick twitterSection" data="
">#WATCH | Mumbai: Police lathi-charge crowd gathered outside Salman Khan's residence Galaxy apartments on his birthday. pic.twitter.com/zrB8pyaguv
— ANI (@ANI) December 27, 2022#WATCH | Mumbai: Police lathi-charge crowd gathered outside Salman Khan's residence Galaxy apartments on his birthday. pic.twitter.com/zrB8pyaguv
— ANI (@ANI) December 27, 2022
ଷ୍ଟାରଡମ୍ ହେବ ତ ଏମିତି ! ସଲମାନ ଖାନଙ୍କ ଘର ବାହାରେ ଭିଡ଼ ଜମିବା ଦେଖି ଆପଣ ମଧ୍ୟ ସମାନ କଥା କହିବେ । କିନ୍ତୁ ଫ୍ୟାନ୍ସଙ୍କ ଭିଡ ମୁମ୍ବାଇ ପୋଲିସକୁ ଅସୁବିଧାରେ ପକାଇଥିଲା। ସଲମାନଙ୍କ ପ୍ରଶଂସକମାନେ ତାଙ୍କୁ ଦେଖିବା ପାଇଁ ଏତେ ଧୈର୍ଯ୍ୟହରା ହୋଇଗଲେ ଯେ ସେମାନେ ନିଜ ନିଜ ଧାଡିରୁ ଅନିୟନ୍ତ୍ରିତ ହୋଇଗଲେ । ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଏକାଠି ହୋଇଥିବା ପ୍ରଶଂସକଙ୍କ ଭିଡ଼ ପୋଲିସକୁ ଏତେ ବାଧ୍ୟ କରିଥିଲା ଯେ, ଶେଷରେ ସେମାନଙ୍କୁ ସମ୍ଭାଳିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ଏହା ବି ପଢନ୍ତୁ: ପୁଣି ପ୍ରେମରେ ପଡିଲେ କି ଭାଇଜାନ୍ ? ଭାଇରାଲ ହେଉଛି ସଂଗୀତା ବିଜଲାନିଙ୍କ ସହ ଭିଡିଓ
ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ସଲମାନ
ପ୍ରତିବର୍ଷ ତାଙ୍କ ଜନ୍ମଦିନରେ ସଲମାନ ଖାନ ଘରର ବାଲକୋନୀକୁ ଆସି ପ୍ରଶଂସକଙ୍କୁ ଦେଖାକରି କୃତଜ୍ଞତା ଜଣାଇଥିଲେ । ଲୋକମାନେ ନିଜ ପ୍ରିୟ ଅଭିନେତାଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ ଓ ଖୁବ୍ ଜୋରରେ ଚିଲାଇବାକୁ ଲାଗିଥିଲେ। ଲୋକଙ୍କ ଏହି ଭଲପାଇବା ଦେଖି ସଲମାନଙ୍କ ଖୁସିର ସୀମା ରହିନଥିଲା । ସଲମାନ ଖାନ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଠାରେ ସେ ତାଙ୍କ ଘରର ବାଲକୋନୀରେ ଠିଆ ହୋଇଥିବା ଦେଖାଯାଉଛି । ସେଠାରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଅଛନ୍ତି । ଏହି ଫଟୋ ସେୟାର କରି ସଲମାନ କ୍ୟାପସନ ଲେଖିଛନ୍ତି, "ଆପଣ ସମସ୍ତଙ୍କୁ ଧନ୍ୟବାଦ । ସଲମାନ ଖାନ ମଧ୍ୟ ତାଙ୍କ ଜନ୍ମଦିନରେ ଏକ ପାର୍ଟିର ଆୟୋଜନ କରିଥିଲେ । ଏଥିରେ ଶାହାରୁଖ ଖାନଙ୍କ ସମେତ ବହୁ ବଡ ବଲିଉଡ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ । ଏହି ସମୟରେ ସମସ୍ତେ ସଲମାନଙ୍କ ଜନ୍ମଦିନକୁ ସ୍ୱତନ୍ତ୍ର କରିଥିଲେ ।"