ETV Bharat / entertainment

ପୁଣି ଏକ ନୂଆ ମାମଲାରେ ଛନ୍ଦି ହେଲେ ଭାଇଜାନ

author img

By

Published : Apr 1, 2022, 11:12 AM IST

ସଲମାନଙ୍କ ପିଛା ଛାଡୁନି ବିବାଦ । ଗୋଟିଏ ନସରୁଣୁ ଆଉ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛନ୍ତି ଭାଇଜାନ୍‌। ବର୍ତ୍ତମାନ ମାନହାନୀ ମାମଲାରେ ସଲମାନ ଖାନଙ୍କ ମୁସ୍କିଲ ବଢୁଥିବା ଜଣାପଡିଛି । ଅଧିକ ପଢନ୍ତୁ

ପୁଣି ଏକ ନୂଆ ମାମଲାରେ ଫସିଲେ ସଲମାନ ଖାନ୍‌
ପୁଣି ଏକ ନୂଆ ମାମଲାରେ ଫସିଲେ ସଲମାନ ଖାନ୍‌

ମୁମ୍ବାଇ: ସଲମାନଙ୍କ ପିଛା ଛାଡୁନି ବିବାଦ । ଗୋଟିଏ ନସରୁଣୁ ଆଉ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛନ୍ତି ଭାଇଜାନ୍‌ । ଯେମିତି ବିବାଦ ସହ ସଲମାନଙ୍କ କିଛି ପୁରୁଣା ସମ୍ପର୍କ ରହିଛି । ବର୍ତ୍ତମାନ ମାନହାନୀ ମାମଲାରେ ସଲମାନ ଖାନଙ୍କ ମୁସ୍କିଲ ବଢୁଥିବା ଜଣାପଡିଛି । ତାଙ୍କ ବିରୋଧରେ ଏନଆରଆଇ ପଡୋଶୀ କେତନ କକ୍କଡ ଗୁରୁତର ଅଭିଯୋଗ ଆଣିଥିଲେ । ଏହି ମାମଲାକୁ ଖାରଜ କରି ଦେଇଛନ୍ତି ମୁମ୍ବାଇ କୋର୍ଟ । ମୁମ୍ବାଇର ସିଭିଲ କୋର୍ଟ କହିଛନ୍ତି ଯେ, କେତନ କକ୍କଡ ଜମିକୁ ନେଇ ଅଭିନେତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଥିଲେ, ତାହା ବାସ୍ତବରେ ସତ୍ୟ ଥିଲା। କେଟାନ ଦେଇଥିବା ଡକ୍ୟୁମେଣ୍ଟାରୀ ପ୍ରମାଣ ଦେଖିବା ପରେ କୋର୍ଟ ଏହାର ନିର୍ଦ୍ଦେଶ ଦେଇଛନ୍ତି । ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ସଲମାନ ତାଙ୍କୁ ନିଜ ଜମି ଉପରକୁ ଆସିବାକୁ ଅଟକାଇ ଥିଲେ । ଯେତେବେଳେ କି ଜମି ତାଙ୍କର ଥିଲା ।

କେତନଙ୍କ ଓକିଲଙ୍କ କହିବା ଅନୁଯାୟୀ, ୧୯୯୬ରେ ସେ ଏଠାରେ ଏକ ଜମି କିଣିଥିଲେ । ସେହି ସ୍ଥାନରେ ସେମାନେ ରହିବାକୁ ଚାହୁଁଥିଲେ । ଗତ ୭ରୁ ୮ ବର୍ଷ ହେଲା ସଲମାନ ଏବଂ ତାଙ୍କ ପରିବାର କେତନଙ୍କ ଜମି ମାଡି ବସିଛନ୍ତି । ତାଙ୍କ ଘର ଓ ଜାଗାକୁ ବ୍ୟକ୍ତିଗତ ଫାଇଦାରେ ଲଗାଉଥିବା ନେଇ ଅଭିଯୋଗ ହୋଇଛି । କିଛି ଦିନ ତଳେ କେତନ କକ୍କଡ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ । ଯେଉଁଥିପାଇଁ ସଲମାନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ କୋର୍ଟ ସଲମାନଙ୍କ ଏହି ମାନହାନୀ ଆବେଦନକୁ ଏବେ ଖାରଜ କରିଦେଇଛନ୍ତି । କେତନ ଯେଉଁ ଅଭିଯୋଗ କରିଛନ୍ତି ତା’ର ପ୍ରମାଣ ତାଙ୍କ ପାଖରେ ଅଛି ବୋଲି କୋର୍ଟଙ୍କ କହିଛନ୍ତି ।

ଉଲ୍ଲେଖନୀୟ ଯେ, କେତନ ସଲମାନ ଖାନଙ୍କ ପନବେଲ ସ୍ଥିତ ଫାର୍ମହାଉସ ନିକଟରେ ଥିବେ ଏକ ଜମି ମାଲିକ । ଏଥିସହ ସଲମାନ ଖାନ ଦାବି କରିଛନ୍ତି ଯେ ତାଙ୍କୁ ବଦନାମ କରିବା ପାଇଁ ଏହି ଅଭିଯୋଗ କରାଯାଇଛି। ସେସନ କୋର୍ଟର ବିଚାରପତି ଅନିଲ ଏଚ୍ ଲଦାଦଙ୍କ ଦ୍ୱାରା ଏହି ମାମଲାର ଶୁଣାଣି ହୋଇଥିଲା । କେତନଙ୍କ ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ତା’ର କୌଣସି ପ୍ରମାଣ ନଥିବା କହିଛନ୍ତି କୋର୍ଟ । ମାମଲା ତଦନ୍ତ ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି ।

ପୂରା ମାମଲା କ'ଣ ?

ପନବେଲରେ ସଲମାନ ଖାନଙ୍କର ଏକ ଫାର୍ମହାଉସ ମଧ୍ୟ ଅଛି । ସେଠାରେ କେତନ କକ୍କଡଙ୍କର ଏକ ପ୍ଲାଟ ଅଛି । ସଲମାନ ଖାନ ମାମଲା ଅନୁଯାୟୀ, କେତନ କକ୍କଡ ଏକ ୟୁଟ୍ୟୁବ ଚ୍ୟାନେଲ ସହ କଥା ହେବାବେଳେ ସଲମାନ ଖାନଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରିଥିଲେ । ଏହି ପରିପ୍ରେକ୍ଷୀରେ, ସଲମାନ ଖାନ ୟୁଟ୍ୟୁବ ବ୍ୟତୀତ ଫେସବୁକ, ଟ୍ୱିଟର ଏବଂ ଗୁଗୁଲ ପରି ସୋସିଆଲ ମିଡିଆ ସାଇଟର ନାମ ଅନ୍ତର୍ଭୁକ୍ତ କରିଛନ୍ତି ଏବଂ ଏହି ଅପମାନଜନକ ବିଷୟବସ୍ତୁକୁ ୱେବସାଇଟରୁ ହଟାଇବା ପାଇଁ ସେ ଦାବି କରିଛନ୍ତି । ବର୍ତ୍ତମାନ ସଲମାନ ଖାନଙ୍କୁ ଏହି ପ୍ରସଙ୍ଗରେ ଆଶ୍ବସ୍ତି ମିଳିବା ଭଳି ମନେ ହେଉନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.