ETV Bharat / entertainment

Arpita Khan Birthday: ଭଉଣୀ ଜନ୍ମଦିନରେ ଥ୍ରୋବ୍ୟାକ୍ ଫଟୋ ସେୟାର କଲେ ସଲମାନ ଖାନ - salman khan shares throwback photo with sister

ଭଉଣୀ ଅର୍ପିତା ଖାନଙ୍କ ଜନ୍ମଦିନରେ ସୁପରଷ୍ଟାର ସଲମାନ ଖାନ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ବେବି ଅର୍ପିତା ତାଙ୍କ ଭାଇଙ୍କ ଆଙ୍ଗୁଠି ଧରି ଚୋବାଉଥିବାର ଦେଖାଯାଇଛି । ଅଧିକ ପଢନ୍ତୁ

ଅର୍ପିତା ଖାନଙ୍କ ଜନ୍ମଦିନ
ଅର୍ପିତା ଖାନଙ୍କ ଜନ୍ମଦିନ
author img

By

Published : Aug 3, 2023, 11:12 AM IST

ହାଇଦ୍ରାବାଦ: ଭଉଣୀ ଅର୍ପିତା ଖାନଙ୍କ ଜନ୍ମଦିନରେ ସୁପରଷ୍ଟାର ସଲମାନ ଖାନ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋଟି ସେତେବେଳର, ଯେବେ ଅର୍ଫିତା ବହୁତ ଛୋଟ ଥିଲେ । ଏହି ସୁନ୍ଦର ଫଟୋ ଦେଖି ପ୍ରଶଂସକମାନ ମଧ୍ୟ ଖୁସି ହୋଇଯାଇଛନ୍ତି । ବର୍ତ୍ତମାନ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସଲମାନ ଖାନ ଏବଂ ଅର୍ପିତା ଖାନ ସ୍ପେଶାଲ ବଣ୍ଡିଂ ସେୟାର କରନ୍ତି । ସୁପରଷ୍ଟାର ତାଙ୍କ ଜନ୍ମଦିନରେ ଏକ ସ୍ବିଟ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ଏଥିରେ ସେ 'ବେବି ଅର୍ପିତା' ସହିତ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି, ଏହି ଫଟୋରେ ଛୋଟ ଅର୍ପିତା ତାଙ୍କ ଭାଇଙ୍କ ଆଙ୍ଗୁଠି ଧରି ଚୋବାଉଥିବାର ଦେଖାଯାଇଛି ।

ଏହି ଫଟୋ ସେୟାର କରି ସଲମାନ ଖାନ କ୍ୟାପସନରେ ଲେଖିଛନ୍ତି, ଶୁଭ ଜନ୍ମଦିନ ଅର୍ପିତା । ଏହା ସହିତ ସେ ଏହି ପୋଷ୍ଟରେ ଅର୍ପିତାଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । ସେ ଏହି ଫଟୋ ସେୟାର କରିବା ମାତ୍ରେ ଲାଇକ ଏବଂ କମେଣ୍ଟ ବର୍ଷା ଆରମ୍ଭ ହୋଇଯାଇଛି । ଜଣେ ପ୍ରଶଂସକ ଲେଖିଛନ୍ତି, 'ତୁମକୁ ବହୁତ ଭଲ ପାଇବା ଭାଇଜାନ ।' ଅନ୍ୟ ଜଣେ ଲେଖିଛନ୍ତି, କ୍ୟୁଟନେସ୍ ଓଭରଲୋଡେଡ୍‌ ମାଇଁ ଲଭ୍‌ ।

ଏହା ମଧ୍ୟ ପଢନ୍ତୁ: ଆସିଲା ନିତିନ ଦେଶାଇଙ୍କ ପୋଷ୍ଟମର୍ଟମ ରିପୋର୍ଟ, ସାମ୍ନାକୁ ଆସିଲା ମୃତ୍ୟୁର କାରଣ

ସଲମାନ ଖାନ ତାଙ୍କ ଭଉଣୀ ଅର୍ପିତାଙ୍କୁ ବହୁତ ଭଲ ପାଆନ୍ତି । ଏହା କାହାକୁ ଅଛପା ନାହିଁ । ପିଲାଦିନରୁ ଆଜି ପର୍ଯ୍ୟନ୍ତ ସେ ଅର୍ପିତାଙ୍କୁ କୌଣସି ପ୍ରକାରର ଅଭାବ ଅନୁଭବ କରିବାକୁ ଦେଇ ନାହାନ୍ତି । ପ୍ରତିଦିନ ଉଭୟଙ୍କ କିଛି ନା କିଛି ଫଟୋ ଭାଇରାଲ୍‌ ହୋଇଥାଏ । ଅର୍ପିତା ଖାନ ଶର୍ମା ଆୟୁଷ ଶର୍ମାଙ୍କୁ ବିବାହ କରିଛନ୍ତି । ଏବଂ ଦୁହେଁ ଏକ ଭଡା ଘରେ ଏକାଠି ରହୁଥିଲେ । କିଛି ଦିନ ଖବର ଆସିଥିଲା ଯେ ଅର୍ପିତା ମୁମ୍ବାଇରେ ନିଜର ଏକ ଘର କିଣିଛନ୍ତି । ଯାହା ଘର ଦାମ୍‌ର କୋଟି କୋଟି ଟଙ୍କା ରହିଛି ।

ୱାର୍କ ଫ୍ରଣ୍ଟ ବିଷୟରେ କବିବା ତ, ସଲମାନ ଖାନଙ୍କୁ ଶେଷ ଥର ପାଇଁ 'କିସି କା ଭାଇ କିସି କି ଜାନ'ରେ ଦେଖିବାକୁ ମିଳିଥିଲା । ଏଥିରେ ପୂଜା ହେଗଡେଙ୍କଠୁ ନେଇ ଶେହନାଜ ଗିଲ, ପଲକ ତିୱାରୀ, ରାଘବ ଜୁୟାଲଙ୍କ ସମେତ ଅନେକ ତାରକା ନଜର ଆସିଥିଲେ । ଏହି ଫିଲ୍ମ ଦର୍ଶକଙ୍କ ଠାରୁ ମିଶ୍ରିତ ପ୍ରତିକ୍ରିୟା ପାଇଥିଲା । ବର୍ତ୍ତମାନ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାସମିଙ୍କ ସହ ସଲମାନଙ୍କୁ 'ଟାଇଗର'ରେ ଦେଖିବାକୁ ମିଳିବ । ଏଥିରେ ଶାହରୁଖ ଖାନଙ୍କ ଏକ କ୍ୟାମୋ ମଧ୍ୟ ଅଛି । ଏହା ବ୍ୟତୀତ ସେ ଶାହରୁଖ ଖାନଙ୍କ ସହ ସିଦ୍ଧାର୍ଥ ଆନନ୍ଦଙ୍କ 'ଟାଇଗର ଭର୍ସେସ୍‌ ପଠାନ'ରେ ମଧ୍ୟ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.