ETV Bharat / entertainment

OMG 2 ଏବଂ Gadar 2 ଫ୍ୟାନ୍ ହେଲେ ସଲମାନ ଖାନ, ପ୍ରଶଂସା କରି କହିଲେ ଏହି କଥା

author img

By

Published : Aug 15, 2023, 9:37 PM IST

ସନ୍ନି ଦେଓଲଙ୍କ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ଧମାକା କରୁଛି। ଉଭୟ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ସଲମାନ ଖାନ ମଧ୍ୟ ଫିଲ୍ମକୁ ନେଇ ପ୍ରିତିକ୍ରିୟା ଦେଇଛନ୍ତି। ଉଭୟ ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି ଭାଇଜାନ। ଅଧିକ ପଢନ୍ତୁ...

OMG 2 ଏବଂ Gadar 2 ଫ୍ୟାନ୍ ହେଲେ ସଲମାନ ଖାନ, ପ୍ରଶଂସା କରି କହିଲେ ଏହି କଥା
OMG 2 ଏବଂ Gadar 2 ଫ୍ୟାନ୍ ହେଲେ ସଲମାନ ଖାନ, ପ୍ରଶଂସା କରି କହିଲେ ଏହି କଥା

ହାଇଦ୍ରାବାଦ: ସନି ଦେଓଲଙ୍କ ଫିଲ୍ମ ଗଦର 2 ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ଓଏମଜି 2 ଭଳ ପ୍ରଦର୍ଶନ କରୁଛି। ଉଭୟ ଫିଲ୍ମ ଅଗଷ୍ଟ 11ରେ ରିଲିଜ କରିଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଏହାରି ମଧ୍ୟରେ ଅନେକ ସେଲିବ୍ରିଟି ମଧ୍ୟ ଫିଲ୍ମକୁ ବେଶ ପସନ୍ଦ କରିଛନ୍ତି। ତେବେ ଏହାରି ମଧ୍ୟରେ ବର୍ତ୍ତମାନ ସଲମାନ ଖାନ ଉଭୟ ଫିଲ୍ମର ଫ୍ୟାନ ହୋଇଛନ୍ତି। ସେ ଉଭୟ ଫିଲ୍ମ ଦେଖି ପ୍ରଶଂସା କରିଛନ୍ତି।

ସଲମାନ ଖାନ, ସନ୍ନି ଦେଓଲ ଏବଂ ଅକ୍ଷୟ କୁମାରଙ୍କର ବହୁତ ଭଲ ବନ୍ଧୁ। ତେବେ ଉଭୟଙ୍କ ଚଳଚ୍ଚିତ୍ରର ସଫଳତା ଦେଖି ସଲମାନ ଖାନ ମଧ୍ୟ ନିଜକୁ ପ୍ରଶଂସା କରିବାରେ ଅଟକାଇ ପାରିନାହାନ୍ତି। ବିଗ୍ ବସ୍ OTT 2 ର ଗ୍ରାଣ୍ଡ୍ ଫିନାଲେରେ ସେ ଉଭୟ ଚଳଚ୍ଚିତ୍ରର ପ୍ରଶଂସା କରିଛନ୍ତି। ମଞ୍ଚରେ ସଲମାନ କହିଛନ୍ତି ଯେ ସନ୍ନି ପାଜି ଥିଏଟରରେ ଧମାକା କରୁଛନ୍ତି। OMG 2 କୁ ପ୍ରଶଂସା କରିବାବେଳେ ସେ କହିଥିଲେ, ହେ ଭଗବାନ, OMG 2 ମଧ୍ୟ ଏକ ବଡ଼ ହିଟ୍ ହୋଇଛି।

ଏଥିସହ ସଲମାନ ଉଭୟ ସନ୍ନି ଦେଓଲଙ୍କ ପୁଅ ରାଜଭୀର ଏବଂ ପୁନମ ଧିଲୋନଙ୍କ ଝିଅ ପାଲୋମାଙ୍କ ଡେବ୍ୟୁ ଫିଲ୍ମ ବିଷୟରେ ମଧ୍ୟ କଥାବାର୍ତ୍ତା କରିଛନ୍ତି। ତେବେ ପୂର୍ବରୁ ମଧ୍ୟ ସଲମାନ ଗଦର 2ର ପୋଷ୍ଟର ସେୟାର କରି ଲେଖିଥିଲେ, ‘ଢାଇ କିଲୋ କା ହାଥ ଚାଲିସ କରୋଡ କି ଓପନିଂ, ସନି ପାଜି ଇଜ୍‌ କିଲିଂ ଇଟ୍‌...’ ଏହା ସହିତ ସଲମାନ ଗଦର 2ର ସମସ୍ତ ଟିମ୍‌କୁ ଅଭିନନ୍ଦନ ଜଣାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ପରେ କଙ୍ଗନା ହେଲେ ‘ଗଦର 2’ର ଫ୍ୟାନ୍, ଦେଲେ ଏମିତି କମେଣ୍ଟ

ସୂଚନା ଥାଉ କି, ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଗଦର ୨ ବକ୍ସ ଅଫିସରେ ବହୁତ ରୋଜଗାର କରିଛି । ଏହି ଫିଲ୍ମ ପ୍ରଥମ ଦିନରେ 40.10 କୋଟି, ଦ୍ୱିତୀୟ ଦିନରେ 43.08 କୋଟି, ତୃତୀୟ ଦିନରେ 52 କୋଟି ଏବଂ ଚତୁର୍ଥ ଦିନରେ 40 କୋଟି ବ୍ୟବସାୟ କରିଛି। ଏହା ସହିତ, ଗଦର-2ର ଚାରି ଦିନିଆ ମୋଟ ବକ୍ସ ଅଫିସ୍ କଲେକ୍ସନ ପ୍ରାୟ 175 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଅକ୍ଷୟ କୁମାରଙ୍କ ଫିଲ୍ମ ଓ ମାଇ ଗଡ 2 ବିଷୟରେ କହିବାକୁ ଗଲେ ଏହି ଫିଲ୍ମ ପ୍ରଥମ ଦିନରେ 10.26 କୋଟି, ଦ୍ୱିତୀୟ ଦିନରେ 15.30 କୋଟି, ତୃତୀୟ ଦିନରେ 17.55 କୋଟି ଏବଂ ଚତୁର୍ଥ ଦିନରେ 11.50 କୋଟି ଆୟ କରିବା ସହ ବର୍ତ୍ତମାନ ଏହାର ମୋଟ ବକ୍ସ ଅଫିସ୍ ସଂଗ୍ରହ 54.61 କୋଟି ଟଙ୍କା ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.