ETV Bharat / entertainment

ଡେଙ୍ଗୁରୁ ସୁସ୍ଥ ପରେ ଫ୍ୟାନ୍ସଙ୍କୁ ଦେଖାଦେଲେ ସଲମାନ

ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବଲିଉଡ ଅଭିନେତା ସଲମାନ ଖାନ ଏବେ ସମ୍ପୂର୍ଣ୍ଣ ଫିଟ ଆଉ ଫାଇନ । ଗୋଟିଏ ସପ୍ତାହରେ ଫ୍ୟାନ୍ସ ପାଇଲେ ସଲମାନଙ୍କ ଝଲକ । ଅଧିକ ପଢନ୍ତୁ

ଡେଙ୍ଗୁରୁ ସୁସ୍ଥ  ପରେ ଫ୍ୟାନ୍ସଙ୍କୁ ଦେଖାଦେଲେ ସଲମାନ
ଡେଙ୍ଗୁରୁ ସୁସ୍ଥ ପରେ ଫ୍ୟାନ୍ସଙ୍କୁ ଦେଖାଦେଲେ ସଲମାନ
author img

By

Published : Oct 26, 2022, 2:01 PM IST

ମୁମ୍ବାଇ: କିଛି ଦିନ ତଳେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ବଲିଉଡ ଅଭିନେତା ସଲମାନ ଖାନ । ଚିକିତ୍ସିତ ହେବାପରେ ଡେଙ୍ଗୁରୁ ସୁସ୍ଥ ହୋଇଛନ୍ତି ସଲମାନ । ସୁସ୍ଥ ହେବା ପରେ ପ୍ରଥମ ଥର ପାଇଁ ଫ୍ୟାନ୍ସଙ୍କୁ ଦେଖା ଦେଇଛନ୍ତି ଭାଇଜାନ । ତାଙ୍କ ଭଉଣୀ ଅର୍ପିତା ଖାନଙ୍କ ସ୍ବାମୀ ଆୟୁଷ ଶର୍ମାଙ୍କ ଜନ୍ମଦିନରେ ସଲମାନଙ୍କୁ ଦେଖିବାକୁ ମିଳିଛି । ଗ୍ରାଣ୍ଡ ଅନ୍ଦାଜରେ ପାର୍ଟିରେ ଏଣ୍ଟ୍ରି ମାରିଥିଲେ ସଲମାନ । ତାଙ୍କୁ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଠିକଣା ନଥିଲା ।

ରିପୋର୍ଟ ଅନୁସାରେ ଗତ ସପ୍ତାହରେ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ ସଲମାନ ଖାନ । ବିଗବସ 16ରେ ଉପସ୍ଥାପକ ଭୂମିକା ତୁଲାଉଥିବା ସଲମାନ ଖାନ ଡେଙ୍ଗୁରେ ଆକ୍ରାନ୍ତ ପରେ ଶୋରୁ ବ୍ରେକ ନେଇଥିଲେ । ଏହାପରେ ସେ ପ୍ରାୟ ଗୋଟିଏ ସପ୍ତାହ ଚିକିତ୍ସିତ ହୋଇଥିଲା । ଫ୍ୟାନ୍ସମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଗୋଟିଏ ସପ୍ତାହ ପରେ ସୁସ୍ଥ ହୋଇଥିଲେ ସଲମାନ । ପ୍ରିୟ ଅଭିନେତାଙ୍କୁ ଫିଟ ଆଉ ଫାଇନ ଦେଖି ଦର୍ଶକ ଏକଦମ ଖୁସି । ବିଗବସ୍ ଶୋରୁ ବ୍ରେକ ନେଇଥିବାରୁ ତାଙ୍କ ସ୍ଥାନରେ ଫିଲ୍ମ ନିର୍ମାତା କରଣ ଜୋହର ଉପସ୍ଥାପକ ଦାୟିତ୍ବ ତୁଲାଇଥିଲେ ।

ଏହା ବି ପଢନ୍ତୁ...IND vs PAK: ଟିମ୍ ଇଣ୍ଡିଆର ବିଜୟ ଉତ୍ସବ ମନାଇଲେ ଶାହାରୁଖ, କହିଲେ ଏବେ ଦୀପାବଳି ଆରମ୍ଭ

ବର୍ତ୍ତମାନ ସଲମାନ ତାଙ୍କ ଆଗାମୀ ଫିଲ୍ମ 'କିସିକା ଭାଇ କିସିକା ଜାନ' ଚଳିଚ୍ଚିତ୍ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆସନ୍ତା ବର୍ଷ ଅର୍ଥାତ 2023 ଇଦରେ ଏହି ଚଳଚ୍ଚିତ୍ର ମୁ୍କ୍ତିଲାଭ କରିବ । ଫିଲ୍ମଟି ଏକଦମ ଆକ୍ସନରେ ଭରପୁର । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଫରାହଦ ସାମଜୀ । ପୂଜା ହେଗଡେ ଓ ଭେଙ୍କଟେସ ଦୁର୍ଗାବତୀ ଲିଡ ରୋଲରେ ନଜର ଆସିବେ । ଫିଲ୍ମରେ ସେହନାଜ ଗିଲ ଓ ପଲକ ତିୱାରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସଲମାନ ଖାନ ଫିଲ୍ମସ ଏହାର ପ୍ରଯୋଜକ । ଏ ଫିଲ୍ମରେ ଡ୍ରାମା, ଇମୋସନ, ଆକ୍ସନ ଦେଖିବାକୁ ପାଇବେ ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.