ETV Bharat / entertainment

Tiger 3 BO Collection Day 2: ୨ୟ ଦିନରେ ଜବାନ ପଠାନର ରେକର୍ଡ ଭାଙ୍ଗିବ ଟାଇଗର ୩ ! ଏତିକି କରିପାରେ କଲେକ୍ସନ

author img

By ETV Bharat Odisha Team

Published : Nov 13, 2023, 11:40 AM IST

ସଲମାନ ଖାନଙ୍କ ଫିଲ୍ମ 'ଟାଇଗର ୩' ଭଲ ପ୍ରଦର୍ଶନ କରୁଛି । ଏକ ବମ୍ପର କଲେକ୍ସନ ସହ ଓପନିଂ କରିବା ପରେ ଏହି ଫିଲ୍ମ ପ୍ରଥମ ସୋମବାର ଦିନ ମଧ୍ୟ ଜବରଦସ୍ତ ଆୟ କରି ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିପାରେ । ଅଧିକ ପଢ଼ନ୍ତୁ

୨ୟ ଦିନରେ ଜବାନ ପଠାନର ରେକର୍ଡ ଭାଙ୍ଗିବ ଟାଇଗର ୩! ଏତିକି କରିପାରେ କଲେକ୍ସନ

ହାଇଦ୍ରାବାଦ: ଦୀପାବଳିରେ ଧମାକା କରିଛନ୍ତି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ । ଏହି ଷ୍ଟାରଙ୍କ ଅଭିନୀତ ସ୍ପାଇ-ଥ୍ରୀଲର ଚଳଚ୍ଚିତ୍ର 'ଟାଇଗର ୩' ଦର୍ଶକଙ୍କ ମନ ଜିତୁଛି । ପ୍ରଥମ ଦିନରେ ଫିଲ୍ମ ୪୪.୫ କୋଟି ଟଙ୍କା ସହ ବମ୍ପର କଲେକ୍ସନ କରିଛି । ଏହି କ୍ରମରେ ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ 'ଟାଇଗର 3' ସଲମାନଙ୍କ କ୍ୟାରିୟରର ସବୁଠୁ ବଡ ଓପନର୍ ଫିଲ୍ମ ପ୍ରମାଣିତ ହୋଇଛି । 2019ରେ ଅଲି ଅବ୍ବାସ ଜାଫରଙ୍କ ଭାରତ (42.30 କୋଟି) ଏବଂ 2015ରେ ସୂରଜ ବଡଜାତ୍ୟାଙ୍କ ଫିଲ୍ମ ପ୍ରେମ ରତନ ଧନ ପାୟୋ (40.35 କୋଟି)କୁ ଫଛରେ ପକାଇଛି । ବର୍ତ୍ତମାନ 'ଟାଇଗର ୩' ରିଲିଜ ହେବାର ଦ୍ୱିତୀୟ ଦିନରେ ଦମଦାର ଆୟ କରି ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିପାରେ ବୋଲି କୁହାଯାଉଛି ।

44.5 କୋଟି ଟଙ୍କା କଲେକ୍ସନ ସହ ଏକ ଚମତ୍କାର ଓପନିଂ ପରେ 'ଟାଇଗର 3' ଦ୍ୱିତୀୟ ଦିନରେ ମଧ୍ୟ ଏକ ଅଧିକ କଲେକ୍ସନ କରିବ ବୋଲି ଆଶା କରାଯାଉଛି । ସୋମବାର 'ଟାଇଗର ୩' 44 କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିବ ବୋଲି କଳ୍ପନାଜଳ୍ପନା ଚାଲିଛି । ସାକ୍ନଲ୍କିଙ୍କ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଫିଲ୍ମ ୮.୨୬ କୋଟି ଆୟ କରିସାରିଲାଣି । ଏବଂ ୨ୟ ଦିନ ପାଇଁ ମୋଟ ୬ ଲକ୍ଷ ୩୫ ହଜାର ୪୩୦ ଟିକେଟ କରି ୧୭.୪୮ କୋଟି ଆୟ କରିସାରିଛି । ଏହିପରି ଦିନକ ମଧ୍ୟରେ ଫିଲ୍ମ ୪୪କୋଟିରୁ ଅଧିକ ଆୟ କରିପାରେ ବୋଲି ଅନୁମାନ କରାଯାଇଛି । ଫଳରେ ଟାଇଗର-୩ ର ୨ ଦିନର ଆୟ ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିପାରେ । କେଜିଏଫ୍ ୨, ଗଦର ୨, ପଠାନ୍, ଜବାନ୍ ଭଳି ଅନେକ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗିବ।

'ଟାଇଗର 3' ପ୍ରଥମ ସୋମବାର ସଂଗ୍ରହ 44 କୋଟିରୁ ଅଧିକ (ଆନୁମାନିକ)

'ବାହୁବଲୀ 2' ପ୍ରଥମ ସୋମବାର ରୋଜଗାର - 40.25 କୋଟି ଟଙ୍କା

'ଗଦର 2' ପ୍ରଥମ ସୋମବାର ରୋଜଗାର - 38.7 କୋଟି ଟଙ୍କା

'ଟାଇଗର ଜିନ୍ଦା ହେ' ପ୍ରଥମ ସୋମବାର ରୋଜଗାର - 36.54 କୋଟି ଟଙ୍କା

'ହାଉସଫୁଲ୍ 4' ପ୍ରଥମ ସୋମବାର ସଂଗ୍ରହ - 34.56 କୋଟି ଟଙ୍କା

'କ୍ରିଶ୍ 3' ପ୍ରଥମ ସୋମବାର ବ୍ୟବସାୟ - 33.41 କୋଟି ଟଙ୍କା

'ଜବାନ' ପ୍ରଥମ ସୋମବାର ସଂଗ୍ରହ - 30.5 କୋଟି ଟଙ୍କା

'ବଜରଙ୍ଗୀ ଭଜନ' ପ୍ରଥମ ସୋମବାର ରୋଜଗାର - 27.05 କୋଟି ଟଙ୍କା

'KGF 2' ପ୍ରଥମ ସୋମବାର ବ୍ୟବସାୟ - 25.57 କୋଟି ଟଙ୍କା

'ପଠାନ୍' ପ୍ରଥମ ସୋମବାର ରୋଜଗାର - 25.5 କୋଟି ଟଙ୍କା

ଏହା ମଧ୍ୟ ପଢନ୍ତୁ: ପ୍ରଥମ ଦିନରେ ବମ୍ପର ଆୟ କଲା ଟାଇଗର ୩

ଟାଇଗର ୩ ହେଉଛି YRF ଗୁପ୍ତଚର ବ୍ରହ୍ମାଣ୍ଡର ପଞ୍ଚମ ଚଳଚ୍ଚିତ୍ର । ସଲମାନ ଏବଂ କ୍ୟାଟ୍ରିନା କୈଫଙ୍କ ବ୍ୟତୀତ ଇମ୍ରାନ ହାସମି ଆକ୍ସନ୍ ପ୍ୟାକ୍ ହୋଇଥିବା ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନ ଏବଂ ହ୍ରିତିକ ରୋଶନ ମଧ୍ୟ କ୍ୟାମିଓ ରୋଲରେ ନଜର ଆସିଛନ୍ତି । ତେବେ ଏହା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ସାରା ବିଶ୍ୱରେ ମୁକ୍ତିଲାଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.