ETV Bharat / entertainment

ସଲମାନଙ୍କ ଭାଣିଜୀଙ୍କ ଡେବ୍ୟୁ ଫିଲ୍ମ 'Farrey'ର ସ୍ପେଶାଲ ସ୍କ୍ରିନିଂ, ନଜର ଆସିଲେ ଏହି ବି-ଟାଉନ ତାରକା

author img

By ETV Bharat Odisha Team

Published : Nov 23, 2023, 11:16 AM IST

Updated : Nov 23, 2023, 12:26 PM IST

'Farrey' Screening: ସଲମାନ ଖାନଙ୍କ ଭାଣିଜୀଙ୍କ ଆଲିଜେ ଅଗ୍ନିହୋତ୍ରୀଙ୍କ ଡେବ୍ୟୁ ଫିଲ୍ମ 'ଫାରୀ'ର ସ୍ପେଶାଲ ସ୍କ୍ରିନିଂ ଆୟୋଜିତ ହୋଇଥିଲା । ଏହି ସମୟରେ ବି-ଟାଉନ୍ ସେଲିବ୍ରିଟିମାନେ ଗ୍ଲାମରସ୍ ଲୁକ୍‌ରେ ନଜର ଆସିଥିଲେ । ଦେଖନ୍ତୁ ଭିଡିଓ

ସଲମାନ ଖାନଙ୍କ ଭାଣିଜୀଙ୍କ ଡେବ୍ୟୁ ଫିଲ୍ମ 'Farrey'ର ସ୍ପେଶାଲ ସ୍କ୍ରିନିଂ, ନଜର ଆସିଲେ ଏବି ବି-ଟାଉନ ତାରକା

ହାଇଦ୍ରାବାଦ: ସଲମାନ ଖାନଙ୍କ ଭାଣିଜୀ ଆଲିଜେ ଅଗ୍ନିହୋତ୍ରୀ ସମସ୍ତେ 'ଫାରୀ' ସହ ଡେବ୍ୟୁ କରିବାକୁ ଯାଉଛନ୍ତି । ସୌମେନ୍ଦ୍ର ପାଢ଼ୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ନଭେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ରିଲିଜ୍ ପୂର୍ବରୁ ନିର୍ମାତାମାନେ ଏହି ଚଳଚ୍ଚିତ୍ରର ସ୍ପେଶାଲ ସ୍କ୍ରିନିଂ ଆୟୋଜିତ କରିଥିଲେ । ଯେଉଁଥିରେ ସଲମାନ ଖାନ, ତାଙ୍କ ମା' ହେଲେନ, ଭଉଣୀ ଅଲଭିରା ଏବଂ ଅର୍ପିତା, କିଆରା ଆଡଭାନି, କ୍ୟାଟ୍ରିନା କୈଫ, ସନ୍ନି ଦେଓଲ, କରଣ ଦେଓଲ, ରୀତେଶ ଦେଶମୁଖ, ଜେନେଲିଆ ଦେଶମୁଖଙ୍କ ସହ ବହୁ ବଲିଉଡ ସେଲିବ୍ରିଟି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରେଡ୍‌ କାପେର୍ଟରେ ସୁପରଷ୍ଟାର ଶାହାରୁଖ ଖାନଙ୍କ ପତ୍ନୀ ତଥା ନିର୍ମାତା ଗୌରୀ ଖାନ ଫାରୀର ଏହି ସ୍କ୍ରିନିଂରେ ଯୋଗ ଦେଇଥିଲେ । ସେ ବ୍ଲାକ ଆଉଟଫିଟ ସହ ୟେଲୋ ବ୍ଲେଜରରେ ନଜର ଆସିଥିଲେ । ଷ୍ଟାର କିଡ୍ସ ତାରକା ଅନନ୍ୟା ପାଣ୍ଡେଙ୍କୁ ମଧ୍ୟ ଲାଭେଣ୍ଡର ଡ୍ରେସରେ ଦେଖିବାକୁ ମିଳିଥିଲା । ଏଥିସହ ସଞ୍ଜୟ କପୁର ତାଙ୍କ ପତ୍ନୀଙ୍କ ସହ ମଧ୍ୟ ପାପାରାଜି ପାଇଁ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା ।

ସେହିପରି କ୍ୟାଟ୍ରିନା କୈଫ ମଧ୍ୟ ଭାଇଜାନଙ୍କ ଭାଣିଜୀ ଆଲିଜେ ଅଗ୍ନିହୋତ୍ରୀଙ୍କ ଡେବ୍ୟୁ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂରେ ସାମିଲ ହୋଇଥିଲେ । ଅଭିନେତ୍ରୀ ଅରେଞ୍ଜ ରଙ୍ଗର ଆଉଟଫିଟରେ ନଜର ଆସିଥିଲେ । 'ଗଦର ୨' ଅଭିନେତା ସନ୍ନି ଦେଓଲ ତାଙ୍କ ବଡ଼ ପୁଅ କରଣ ଦେଓଲଙ୍କ ସହ ଏହି ସ୍କ୍ରିନିଂରେ ଯୋଗ ଦେଇଥିଲେ । ବାପା-ପୁଅ ଯୋଡି ପାପାରାଜିଙ୍କ ପାଇଁ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା​ । ଏହା ବ୍ୟତୀତ ମୌନି ରୟ, ଅଭିମନ୍ୟୁ ଦସାନି, ରାଜ ବାବର, ପୁନିତ୍ ମଲହୋତ୍ରା, ରୋନିତ୍ ରୟ ଏବଂ ତାରକାମାନେ ରେଡ୍ କାର୍ପେଟରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, ମିଷ୍ଟ୍ରି ଗାର୍ଲଙ୍କ ଖୁଲାସା କଲେ ସଲମାନ

ସୂଚନା ଥାଉ କି, ନିକଟରେ ସଲମାନ ଖାନ ଫିଲ୍ମର ପୋଷ୍ଟର ସେୟାର କରିଥିଲେ, ଯେଉଁଠାରେ ସେ ଫିଲ୍ମର ସମସ୍ତ ଚରିତ୍ର ପ୍ରଶଂସକଙ୍କୁ ପରିଚିତ କରାଇଥିଲେ । ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଛି, ଯାହା ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଇଛି । ଏହି ଚଳଚ୍ଚିତ୍ରର କାହାଣୀ ୪ ଜଣ ସାଙ୍ଗଙ୍କ ଉପରେ ନିର୍ମିତ । ଆଲିଜେ ଅଗ୍ନିହୋତ୍ରୀଙ୍କ ବ୍ୟତୀତ ରୋନିତ ରୟ ଏବଂ ଜୁହି ବାବର ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୨୪ରେ ରିଲିଜ ହେବ ।

Last Updated : Nov 23, 2023, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.