ETV Bharat / entertainment

Tiger 3, ସ୍ୱାଧୀନତା ଦିବସରେ ଫ୍ୟାନ୍ସଙ୍କୁ ବଡ ଉପହାର ଦେଲେ ସଲମାନ

author img

By

Published : Aug 15, 2022, 5:05 PM IST

ସ୍ୱାଧୀନତା ଦିବସ ଅବସରରେ ଟାଇଗର 3 ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଫିଲ୍ମ ଟାଇଗର 21 ଏପ୍ରିଲ 2023 ରେ ଇଦ୍ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ଅଧିକ ପଢନ୍ତୁ

ସ୍ୱାଧୀନତା ଦିବସରେ ଫ୍ୟାନ୍ସଙ୍କୁ ବଡ ଉପହାର ଦେଲେ ସଲମାନ କ୍ୟାଟ୍ରିନା

ହାଇଦ୍ରାବାଦ: ଦେଶ 76ତମ ସ୍ୱାଧୀନତା ଦିବସ ପାଳୁଥିବାବେଳେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ଏହି ଅବସରରେ ପ୍ରଶଂସକଙ୍କୁ ଏକ ସୁନ୍ଦର ଉପହାର ଦେଇଛନ୍ତି । ସଲମାନ ଖାନ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର 3ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ପ୍ରଶଂସକମାନଙ୍କୁ ଆଉ ଫିଲ୍ମ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । ପ୍ରଶଂସକଙ୍କୁ ଉପହାର ଦେବା ପାଇଁ ସଲମାନ ଏହି ଖାସ୍‌ ଦିନକୁ ଅପେକ୍ଷା କରିଥିଲେ ।

ତେବେ ସବୁଠୁ ଖାସ୍‌ କଥା ହେଉଛି ଆଜି ସଲମାନଙ୍କ ଫିଲ୍ମ 'ଏକ ଥା ଟାଇଗର'କୁ 10 ବର୍ଷ ପୂରଣ ହୋଇଛି । ସଲମାନ ଖାନ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ଉଭୟ ଫିଲ୍ମ ଏକ ଥା ଟାଇଗର ଏବଂ ଟାଇଗର ଜିନ୍ଦା ହୈ ର କ୍ଲିପ୍‌ ଦେଖାଇଛନ୍ତି । ଏହା ପରେ ଟାଇଗର 3ର ରିଲିଜ୍ ତାରିଖ ଘୋଷଣା କରାଯାଇଛି ।

ଟାଇଗର ଫିଲ୍ମ 21 ଏପ୍ରିଲ 2023 ରେ ଇଦ୍ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସଲମାନ ଖାନଙ୍କ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖକୁ ପ୍ରଶଂସକମାନେ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ । ଏହି ଚଳଚ୍ଚିତ୍ରର ସୁଟିଂ ଲକଡାଉନ୍ ସମୟରେ ଅଟକି ଯାଇଥିଲା ଏବଂ ପରେ ଜାରି କରାଯାଇଥିଲା । ଏଥିସହିତ ପ୍ରଶଂସକଙ୍କ ପାଇଁ ଫିଲ୍ମର ଏକ ଟିଜର ମଧ୍ୟ ସେୟାର କରାଯାଇଛି ଯେଉଁଥିରେ କ୍ୟାଟ୍ରିନା ଏବଂ ସଲମାନ ଖାନଙ୍କ ଝଲକ ଦେଖିବାକୁ ମିଳିଛି ।

ସଲମାନ ଖାନଙ୍କ କାମ ବିଷୟରେ କହିବାକୁ ଗଲେ, ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଭାଇଜାନ' ଅର୍ଥାତ୍‌ ପୂର୍ବରୁ ଯାହାର ନାମ ଥିଲା 'କଭି ଇଦ୍ କଭି ଦିୱାଲୀ' ସୁଟିଂ ପାଇଁ ଲଦାଖ ଯାଇସାରିଛନ୍ତି । ସଲମାନ ଖାନଙ୍କୁ 15 ଅଗଷ୍ଟ 2022 ରେ କାଲିନା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.