ETV Bharat / entertainment

୩ ଦିନ ପରେ ପରଦାକୁ ଆସୁଛି 'ସାଲାର', ରିଲିଜ ହେଲା ପ୍ରଭାସଙ୍କ ଫିଲ୍ମର 'ଟ୍ରେଲର ୨'

author img

By ETV Bharat Odisha Team

Published : Dec 18, 2023, 5:34 PM IST

Salaar release trailer 2 out: ବଡ଼ ପରଦାରେ ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର 'ସାଲାର' ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରର ଡିସେମ୍ବର ୨୨ରେ ରିଲିଜ ହେବ । ରିଲିଜକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଲେ ନିର୍ମାତା ଫ୍ୟାନ୍ସଙ୍କ ଉତ୍ସାହ ବଢାଇବାକୁ ଫିଲ୍ମର ଟ୍ରେଲର ୨ ରିଲିଜ କରିଛନ୍ତି । ଅଧିକ ପଢନ୍ତୁ,

salaar release trailer
salaar release trailer

ହାଇଦ୍ରାବାଦ: ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ସାଉଥ ସୁପରଷ୍ଟାର ପ୍ରଭାସ । ଡିସେମ୍ବର ୨୨ରେ ଅଭିନେତାଙ୍କ ଆଗାମୀ ଫିଲ୍ମ 'ସାଲାର' ରିଲିଜ ହେବାକୁ ଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ପୂର୍ବରୁ ରିଲିଜ ହୋଇଥିବା ଟ୍ରେଲର ଫ୍ୟାନ୍ସ ଦିୱାନା ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ଦ୍ବିତୀୟ ଟ୍ରେଲର ଆଜି ରିଲିଜ କରିଛନ୍ତି । ଏହି ଦମଦାର ଟ୍ରେଲର ରିଲିଜ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୮ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।

  • " class="align-text-top noRightClick twitterSection" data="">

ହୋମ୍ବଲ୍ ଫିଲ୍ମ ପ୍ରଡକ୍ସନ୍ ଫିଲ୍ମର ଦ୍ୱିତୀୟ ଟ୍ରେଲର ସାଲାର: ପାର୍ଟ-1 ଦ ସିସଫାୟାର ସୋସିଆଲ ମିଡିଆରେ ରିଲିଜ କରିଛନ୍ତି । ଏହି 2 ମିନିଟ୍ 54 ସେକେଣ୍ଡ୍ ଟ୍ରେଲର୍ ବହୁତ ଦମଦାର ରହିଥିବା ବେଳେ ଏହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ସ୍ତର ବଢିଯାଇଛି । ଏହି ଟ୍ରେଲର ପାର୍ସିୟାନ ସାମ୍ରାଜ୍ୟରୁ ଆରମ୍ଭ ହୋଇଛି, ଯାହାର ରାଜ୍ୟ ସୁଲତାନ (ପୃଥ୍ବୀରାଜ ସୁକୁମାରନ୍) ଦ୍ୱାରା ପରିଚାଳିତ । ଯେତେବେଳେ ବି ସେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେ ତାଙ୍କ ସୈନ୍ୟବାହିନୀକୁ ନଡାକି ବରଂ ତାଙ୍କ ପିଲାଦିନର ବନ୍ଧୁ (ପ୍ରଭାସ)କୁ ଡାକନ୍ତି । ଯିଏ ତାଙ୍କ ପାଇଁ ପ୍ରତ୍ୟେକ ସୀମା ପାର୍ କରିବାକୁ ପ୍ରସ୍ତୁତ । ଏହା ପରେ ପ୍ରଭାସଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳେ ।

  • Good things take time. Rome wasn't built in a day and neither are masterpieces. 🙏

    — Hombale Films (@hombalefilms) December 18, 2023 " class="align-text-top noRightClick twitterSection" data=" ">

'ସାଲାର' ଟ୍ରେଲର ଆରମ୍ଭରେ ପ୍ରଭାସ ନିଜ ସାଙ୍ଗ 'ସୁଲତାନ'ଙ୍କ ପ୍ରତ୍ୟେକ ଇଚ୍ଛା ପୁରା କରୁଥିବା ନଜର ଆସିଛନ୍ତି । ଆକ୍ସନ ସିନ ଏବଂ ସଂଳାପ ସହ ଏହି ଟ୍ରେଲରରେ ପୃଥ୍ବୀରାଜ ସୁକୁମାରନ୍ ଏବଂ ପ୍ରଭାସଙ୍କ ବନ୍ଧୁତା ଦର୍ଶାଯାଇଛି । ପରେ ସାମ୍ରାଜ୍ୟ ହେତୁ ଏହି ବନ୍ଧୁତା କିପରି ଶତ୍ରୁତାରେ ପରିଣତ ହୋଇଛି ତାହା ଫିଲ୍ମ ଦେଖିଲେ ଜଣାପଡିବ । ତେବେ ଫିଲ୍ମର ଆଡବାନ୍ସ ବୁକିଂ ଆରମ୍ଭ ହୋଇଛି । ଫିଲ୍ମ ପାଇଁ ଏବେ ଠୁ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ମୁମ୍ବାଇରେ ପ୍ରଭାସଙ୍କ ୧୨୦ ଫୁଟ୍‌ର କଟ୍ ଆଉଟ୍ ଦେଖିବାକୁ ମିଳିଛି ।

  • The #SalaarReleaseTrailer might have hit the snooze button, but fear not! It's set to be out 2 PM 🔥 Stay Tuned!

    — Hombale Films (@hombalefilms) December 18, 2023 " class="align-text-top noRightClick twitterSection" data="

The #SalaarReleaseTrailer might have hit the snooze button, but fear not! It's set to be out 2 PM 🔥 Stay Tuned!

— Hombale Films (@hombalefilms) December 18, 2023 ">

ଏହା ମଧ୍ୟ ପଢନ୍ତୁ: ପ୍ରଭାସକୁ ଫଛରେ ପକାଇଲେ କିଙ୍ଗ ଖାନ, ଆଡଭାନ୍ସ ବୁକିଂରେ ଏତିକି ଆୟ କଲା 'ଡଙ୍କି'-'ସାଲାର'

ଫିଲ୍ମ 'ସାଲାର' ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହେବ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ତେବେ ଏହି ଚଳଚ୍ଚିତ୍ରଟି ଖ୍ରୀଷ୍ଟମାସ ଅବସରରେ ବକ୍ସ ଅଫିସରେ ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ସହ ପ୍ରତିଦ୍ୱନ୍ଦ୍ୱିତା କରିବ ।

  • " class="align-text-top noRightClick twitterSection" data="">
  • " class="align-text-top noRightClick twitterSection" data="">

ହାଇଦ୍ରାବାଦ: ବକ୍ସ ଅଫିସରେ ଧମାକା କରିବାକୁ ପ୍ରସ୍ତୁତ ସାଉଥ ସୁପରଷ୍ଟାର ପ୍ରଭାସ । ଡିସେମ୍ବର ୨୨ରେ ଅଭିନେତାଙ୍କ ଆଗାମୀ ଫିଲ୍ମ 'ସାଲାର' ରିଲିଜ ହେବାକୁ ଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ପୂର୍ବରୁ ରିଲିଜ ହୋଇଥିବା ଟ୍ରେଲର ଫ୍ୟାନ୍ସ ଦିୱାନା ହୋଇଥିବା ବେଳେ ବର୍ତ୍ତମାନ ନିର୍ମାତା ଫିଲ୍ମର ଦ୍ବିତୀୟ ଟ୍ରେଲର ଆଜି ରିଲିଜ କରିଛନ୍ତି । ଏହି ଦମଦାର ଟ୍ରେଲର ରିଲିଜ ହେବାର ମାତ୍ର ୧ ଘଣ୍ଟା ମଧ୍ୟରେ ୮ ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି ।

  • " class="align-text-top noRightClick twitterSection" data="">

ହୋମ୍ବଲ୍ ଫିଲ୍ମ ପ୍ରଡକ୍ସନ୍ ଫିଲ୍ମର ଦ୍ୱିତୀୟ ଟ୍ରେଲର ସାଲାର: ପାର୍ଟ-1 ଦ ସିସଫାୟାର ସୋସିଆଲ ମିଡିଆରେ ରିଲିଜ କରିଛନ୍ତି । ଏହି 2 ମିନିଟ୍ 54 ସେକେଣ୍ଡ୍ ଟ୍ରେଲର୍ ବହୁତ ଦମଦାର ରହିଥିବା ବେଳେ ଏହାକୁ ଦେଖି ଫ୍ୟାନ୍ସଙ୍କ ଉତ୍ସାହ ସ୍ତର ବଢିଯାଇଛି । ଏହି ଟ୍ରେଲର ପାର୍ସିୟାନ ସାମ୍ରାଜ୍ୟରୁ ଆରମ୍ଭ ହୋଇଛି, ଯାହାର ରାଜ୍ୟ ସୁଲତାନ (ପୃଥ୍ବୀରାଜ ସୁକୁମାରନ୍) ଦ୍ୱାରା ପରିଚାଳିତ । ଯେତେବେଳେ ବି ସେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେ ତାଙ୍କ ସୈନ୍ୟବାହିନୀକୁ ନଡାକି ବରଂ ତାଙ୍କ ପିଲାଦିନର ବନ୍ଧୁ (ପ୍ରଭାସ)କୁ ଡାକନ୍ତି । ଯିଏ ତାଙ୍କ ପାଇଁ ପ୍ରତ୍ୟେକ ସୀମା ପାର୍ କରିବାକୁ ପ୍ରସ୍ତୁତ । ଏହା ପରେ ପ୍ରଭାସଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳେ ।

  • Good things take time. Rome wasn't built in a day and neither are masterpieces. 🙏

    — Hombale Films (@hombalefilms) December 18, 2023 " class="align-text-top noRightClick twitterSection" data=" ">

'ସାଲାର' ଟ୍ରେଲର ଆରମ୍ଭରେ ପ୍ରଭାସ ନିଜ ସାଙ୍ଗ 'ସୁଲତାନ'ଙ୍କ ପ୍ରତ୍ୟେକ ଇଚ୍ଛା ପୁରା କରୁଥିବା ନଜର ଆସିଛନ୍ତି । ଆକ୍ସନ ସିନ ଏବଂ ସଂଳାପ ସହ ଏହି ଟ୍ରେଲରରେ ପୃଥ୍ବୀରାଜ ସୁକୁମାରନ୍ ଏବଂ ପ୍ରଭାସଙ୍କ ବନ୍ଧୁତା ଦର୍ଶାଯାଇଛି । ପରେ ସାମ୍ରାଜ୍ୟ ହେତୁ ଏହି ବନ୍ଧୁତା କିପରି ଶତ୍ରୁତାରେ ପରିଣତ ହୋଇଛି ତାହା ଫିଲ୍ମ ଦେଖିଲେ ଜଣାପଡିବ । ତେବେ ଫିଲ୍ମର ଆଡବାନ୍ସ ବୁକିଂ ଆରମ୍ଭ ହୋଇଛି । ଫିଲ୍ମ ପାଇଁ ଏବେ ଠୁ ଫ୍ୟାନ୍ସଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ମୁମ୍ବାଇରେ ପ୍ରଭାସଙ୍କ ୧୨୦ ଫୁଟ୍‌ର କଟ୍ ଆଉଟ୍ ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: ପ୍ରଭାସକୁ ଫଛରେ ପକାଇଲେ କିଙ୍ଗ ଖାନ, ଆଡଭାନ୍ସ ବୁକିଂରେ ଏତିକି ଆୟ କଲା 'ଡଙ୍କି'-'ସାଲାର'

ଫିଲ୍ମ 'ସାଲାର' ଡିସେମ୍ବର ୨୨ରେ ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହେବ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ତେବେ ଏହି ଚଳଚ୍ଚିତ୍ରଟି ଖ୍ରୀଷ୍ଟମାସ ଅବସରରେ ବକ୍ସ ଅଫିସରେ ଶାହରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ସହ ପ୍ରତିଦ୍ୱନ୍ଦ୍ୱିତା କରିବ ।

  • " class="align-text-top noRightClick twitterSection" data="">
  • " class="align-text-top noRightClick twitterSection" data="">
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.