ETV Bharat / entertainment

ପ୍ରେକ୍ଷାଳୟ ବାହାରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ପୋଲିସର ଲାଠିଚାର୍ଜ, ଭିଡିଓ ଭାଇରାଲ

author img

By ETV Bharat Odisha Team

Published : Dec 22, 2023, 12:39 PM IST

Police Lathi Charge on Prabhas Fans: ପ୍ରଭାସଙ୍କ ନୂଆ ଚଳଚ୍ଚିତ୍ର 'ସାଲାର' ରିଲିଜ ହୋଇଛି । ପ୍ରଭାସଙ୍କ ଫ୍ୟାନ୍ସ ମାନେ ଡିଜେ ଲାଇଟ୍ ଏବଂ ବଡ କଟଆଉଟ୍ ସହ ଫିଲ୍ମକୁ ଜୋରଦାର ସ୍ୱାଗତ କରିଛନ୍ତି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରିବେଲ ଷ୍ଟାରଙ୍କ ପ୍ରଶଂସକଙ୍କୁ ପୋଲିସ ଲାଠି ଚାର୍ଜ କରୁଥିବା ଦେଖିବାକୁ ମିଳିଛି ।

ଥିଏଟର ବାହାରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ପୋଲିସର ଲାଠିଚାର୍ଜ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଆଦିପୁରୁଷ ପରେ ସାଲାର ସହ ପରଦାକୁ ଫେରିଛନ୍ତି ପ୍ରଭାସ । ସାଉଥରେ ପ୍ରଭାସଙ୍କ ଦମଦାର କ୍ରେଜ ରହିଥିବା ବେଳେ ଅଭିନେତାଙ୍କ ଫିଲ୍ମ ରିଲିଜ ତାଙ୍କ ପାଇଁ କୌଣସି ସେଲିବ୍ରେସନ ଠାରୁ କମ ନୁହେଁ । ତେବେ ଆଜି ପ୍ରଭାସଙ୍କ ଫିଲ୍ମ 'ସାଲାର ପାର୍ଟ 1: ସିଜ ଫାୟାର'ରିଲିଜ ହୋଇଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଏହାକୁ ସେଲିବ୍ରେସନ କରିଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରିବେଲ ଷ୍ଟାରଙ୍କ ପ୍ରଶଂସକଙ୍କୁ ପୋଲିସ ଲାଠି ଚାର୍ଜ କରୁଥିବା ଦେଖିବାକୁ ମିଳିଛି ।

'ସାଲାର' ରିଲିଜକୁ ନେଇ ହାଇଦ୍ରାବାଦ ଏବଂ ଆନ୍ଧ୍ରପ୍ରଦେଶର ପ୍ରଭାସ ଫ୍ୟାନ୍ସ ମାନେ ପ୍ରେକ୍ଷାଳୟ ବାହାରେ ଏକ ବଡ଼ ଢଙ୍ଗରେ ପାଳନ କରିଥିଲେ । ହାଇଦ୍ରାବାଦର ଆରଟିସି ଏକ୍ସ ରୋଡ୍ସର ସନ୍ଧ୍ୟା ଥିଏଟର ସମ୍ମୁଖରେ ପ୍ରଭାସର ଏକ ବଡ଼ କଟଆଉଟ୍ ଏବଂ ଏକ ଡିଜେ ଶୋ' ସହ ଏକ ପ୍ରଭାୱେଲକମ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ବହୁ ସଂଖ୍ୟାରେ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ମିଡିଆ ରିପୋର୍ଟ ଅନୁସାରେ, ଲୋକଙ୍କ ଭିଡ ଦେଖି ସ୍ଥାନୀୟ ପୋଲିସ ସେମାନଙ୍କ ଉପରକୁ ଲାଠି ଚାର୍ଜ କରିଛି । ସୋସିଆଲ ମିଡିଆରେ ପୋଲିସର ଲାଠିଚାର୍ଜର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Police lathi charge on #prabhas fans at #Salaar premier show at Sandhya theatre RTC X road #Hyderabad. #Prabhas #PrabhasFans #SalaarFisrtShow pic.twitter.com/f2f6THUmQn

— Arbaaz The Great (@ArbaazTheGreat1) December 22, 2023 " class="align-text-top noRightClick twitterSection" data=" ">

ସେନ୍ସର ବୋର୍ଡ 'ଏ' ସାର୍ଟିଫିକେଟ ପାଇବା ପରେ ଆଜି ପ୍ରଭାସଙ୍କ ଫିଲ୍ମ 'ସାଲାର' ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହୋଇଛି । ଏହି ଫିଲ୍ମର ସମୟ ୨ ଘଣ୍ଟା ୫୫ ମିନିଟ୍ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ବର୍ତ୍ତମାନ ଏହି ଫିଲ୍ମ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ସହ ଟକ୍କର ଦେବାକୁ ପ୍ରସ୍ତୁତ । ଯାହା ଗତକାଲି ଡିସେମ୍ବର ୨୧ରେ ରିଲିଜ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: 'ଡଙ୍କି' ଉପରେ ଭାରି ପଡିବ 'ସାଲାର' ! ପ୍ରଥମ ଦିନରେ କିଙ୍ଗ୍‌ ଖାନ୍‌ଙ୍କ ଫିଲ୍ମ କଲା ଏତିକି ଆୟ

'ସାଲାର' କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଦୁଇ ସାଙ୍ଗର କାହାଣୀକୁ ଦର୍ଶାଇଛି । ପାର୍ସିୟାନ ସାମ୍ରାଜ୍ୟର ରାଜ୍ୟ ସୁଲତାନ (ପୃଥ୍ବୀରାଜ ସୁକୁମାରନ୍) ଦ୍ୱାରା ପରିଚାଳିତ । ଯେତେବେଳେ ବି ସେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେ ତାଙ୍କ ସୈନ୍ୟବାହିନୀକୁ ନଡାକି ବରଂ ତାଙ୍କ ପିଲାଦିନର ବନ୍ଧୁ (ପ୍ରଭାସ)କୁ ଡାକନ୍ତି । ଯିଏ ତାଙ୍କ ପାଇଁ ପ୍ରତ୍ୟେକ ସୀମା ପାର୍ କରିବାକୁ ପ୍ରସ୍ତୁତ । ପ୍ରଭାସ ନିଜ ସାଙ୍ଗ 'ସୁଲତାନ'ଙ୍କ ପ୍ରତ୍ୟେକ ଇଚ୍ଛା ପୁରା କରୁଥିବା ବେଳେ ପରେ ସାମ୍ରାଜ୍ୟ ହେତୁ ଏହି ବନ୍ଧୁତା କିପରି ଶତ୍ରୁତାରେ ପରିଣତ ହୋଇଯାଏ । ତାହା କଣ ଘଟେ ତାହା ଫିଲ୍ମ ଦେଖିଲେ ହିଁ ଜଣାପଡିବ ।

ଥିଏଟର ବାହାରେ ପ୍ରଭାସଙ୍କ ଫ୍ୟାନ୍ସଙ୍କୁ ପୋଲିସର ଲାଠିଚାର୍ଜ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଆଦିପୁରୁଷ ପରେ ସାଲାର ସହ ପରଦାକୁ ଫେରିଛନ୍ତି ପ୍ରଭାସ । ସାଉଥରେ ପ୍ରଭାସଙ୍କ ଦମଦାର କ୍ରେଜ ରହିଥିବା ବେଳେ ଅଭିନେତାଙ୍କ ଫିଲ୍ମ ରିଲିଜ ତାଙ୍କ ପାଇଁ କୌଣସି ସେଲିବ୍ରେସନ ଠାରୁ କମ ନୁହେଁ । ତେବେ ଆଜି ପ୍ରଭାସଙ୍କ ଫିଲ୍ମ 'ସାଲାର ପାର୍ଟ 1: ସିଜ ଫାୟାର'ରିଲିଜ ହୋଇଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଏହାକୁ ସେଲିବ୍ରେସନ କରିଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରିବେଲ ଷ୍ଟାରଙ୍କ ପ୍ରଶଂସକଙ୍କୁ ପୋଲିସ ଲାଠି ଚାର୍ଜ କରୁଥିବା ଦେଖିବାକୁ ମିଳିଛି ।

'ସାଲାର' ରିଲିଜକୁ ନେଇ ହାଇଦ୍ରାବାଦ ଏବଂ ଆନ୍ଧ୍ରପ୍ରଦେଶର ପ୍ରଭାସ ଫ୍ୟାନ୍ସ ମାନେ ପ୍ରେକ୍ଷାଳୟ ବାହାରେ ଏକ ବଡ଼ ଢଙ୍ଗରେ ପାଳନ କରିଥିଲେ । ହାଇଦ୍ରାବାଦର ଆରଟିସି ଏକ୍ସ ରୋଡ୍ସର ସନ୍ଧ୍ୟା ଥିଏଟର ସମ୍ମୁଖରେ ପ୍ରଭାସର ଏକ ବଡ଼ କଟଆଉଟ୍ ଏବଂ ଏକ ଡିଜେ ଶୋ' ସହ ଏକ ପ୍ରଭାୱେଲକମ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ବହୁ ସଂଖ୍ୟାରେ ଲୋକ ଘଟଣାସ୍ଥଳରେ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା । ମିଡିଆ ରିପୋର୍ଟ ଅନୁସାରେ, ଲୋକଙ୍କ ଭିଡ ଦେଖି ସ୍ଥାନୀୟ ପୋଲିସ ସେମାନଙ୍କ ଉପରକୁ ଲାଠି ଚାର୍ଜ କରିଛି । ସୋସିଆଲ ମିଡିଆରେ ପୋଲିସର ଲାଠିଚାର୍ଜର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସେନ୍ସର ବୋର୍ଡ 'ଏ' ସାର୍ଟିଫିକେଟ ପାଇବା ପରେ ଆଜି ପ୍ରଭାସଙ୍କ ଫିଲ୍ମ 'ସାଲାର' ତେଲୁଗୁ, କନ୍ନଡ଼, ମାଲାୟଲାମ, ତାମିଲ ଓ ହିନ୍ଦୀ ଭଳି ୫ଟି ଭାଷାରେ ରିଲିଜ ହୋଇଛି । ଏହି ଫିଲ୍ମର ସମୟ ୨ ଘଣ୍ଟା ୫୫ ମିନିଟ୍ । ଏଥିରେ ସୁପରଷ୍ଟାର ପ୍ରଭାସଙ୍କ ସହ ପୃଥ୍ବୀରାଜ ସୁକୁମାରନ୍, ଶ୍ରୁତି ହାସନ ଏବଂ ଜଗପତି ବାବୁଙ୍କ ପରି ଆଗଧାଡ଼ିର ଅଭିନେତା ଓ ଅଭିନେତ୍ରୀଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରଟି 'ହମ୍ବଲେ ଫିଲ୍ମସ' ଦ୍ବାରା ନିର୍ମିତ ହୋଇଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ବର୍ତ୍ତମାନ ଏହି ଫିଲ୍ମ ଶାହାରୁଖ ଖାନଙ୍କ ଫିଲ୍ମ 'ଡଙ୍କି' ସହ ଟକ୍କର ଦେବାକୁ ପ୍ରସ୍ତୁତ । ଯାହା ଗତକାଲି ଡିସେମ୍ବର ୨୧ରେ ରିଲିଜ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: 'ଡଙ୍କି' ଉପରେ ଭାରି ପଡିବ 'ସାଲାର' ! ପ୍ରଥମ ଦିନରେ କିଙ୍ଗ୍‌ ଖାନ୍‌ଙ୍କ ଫିଲ୍ମ କଲା ଏତିକି ଆୟ

'ସାଲାର' କାହାଣୀ ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଦୁଇ ସାଙ୍ଗର କାହାଣୀକୁ ଦର୍ଶାଇଛି । ପାର୍ସିୟାନ ସାମ୍ରାଜ୍ୟର ରାଜ୍ୟ ସୁଲତାନ (ପୃଥ୍ବୀରାଜ ସୁକୁମାରନ୍) ଦ୍ୱାରା ପରିଚାଳିତ । ଯେତେବେଳେ ବି ସେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ସେ ତାଙ୍କ ସୈନ୍ୟବାହିନୀକୁ ନଡାକି ବରଂ ତାଙ୍କ ପିଲାଦିନର ବନ୍ଧୁ (ପ୍ରଭାସ)କୁ ଡାକନ୍ତି । ଯିଏ ତାଙ୍କ ପାଇଁ ପ୍ରତ୍ୟେକ ସୀମା ପାର୍ କରିବାକୁ ପ୍ରସ୍ତୁତ । ପ୍ରଭାସ ନିଜ ସାଙ୍ଗ 'ସୁଲତାନ'ଙ୍କ ପ୍ରତ୍ୟେକ ଇଚ୍ଛା ପୁରା କରୁଥିବା ବେଳେ ପରେ ସାମ୍ରାଜ୍ୟ ହେତୁ ଏହି ବନ୍ଧୁତା କିପରି ଶତ୍ରୁତାରେ ପରିଣତ ହୋଇଯାଏ । ତାହା କଣ ଘଟେ ତାହା ଫିଲ୍ମ ଦେଖିଲେ ହିଁ ଜଣାପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.